କୋହଲା ପାଗରେ ବି ଜମିଲା 'ପଖାଳ ଦିବସ'

By ETV Bharat Odisha Team

Published : Mar 20, 2024, 6:25 PM IST

thumbnail

Pakhala Divas Celebration:ଜଗତସିଂହପୁର: ଆଜି ହେଉଛି ପଖାଳ ଦିବସ । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଓ କୋହଲା ପାଗ ସତ୍ବେ ଆଜି ପଖାଳ ଦିବସ ପାଳିତ ହୋଇଛି । ଜିଲ୍ଲାର ଛୋଟ ବଡ଼ ହୋଟେଲରେ ମଧ୍ୟ ଧୁମଧାମରେ ପାଳନ ହୋଇଛି । ପ୍ରତିବର୍ଷ ମାର୍ଚ୍ଚ 20 ତାରିଖରେ ପଖାଳ ଦିବସ ପାଳନ ହୋଇଆସୁଛି । ସବୁ ଓଡ଼ିଆଙ୍କ ଘରେ ପଖାଳର ଏକ ସ୍ବତନ୍ତ୍ରତା ରହିଛି । ଧନୀଠାରୁ ଗରିବ ସମସ୍ତଙ୍କ ପ୍ରଥମ ପସନ୍ଦ ହୋଇଥାଏ ପଖାଳ । ଏହାରି ଭିତରେ ଆଜି ପାରାଦ୍ବୀପର ଛୋଟ ବଡ଼ ହୋଟେଲ ଗୁଡ଼ିକରେ ପଖାଳର ପସରା ଖାଇବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ପଖାଳକୁ ନେଇ ମଧ୍ୟ ବିଭିନ୍ନ ସଙ୍ଗୀତ ଓ ଚଳଚିତ୍ର ମଧ୍ୟ ନିର୍ମାଣ ହୋଇଛି । ଓଡ଼ିଶା ବାହାରୁ ବହୁ ପର୍ଯ୍ୟଟକ ଆଜି ପାରାଦ୍ୱୀପରେ ପଖାଳ ଦିବସ ରେ ପଖାଳ ଖାଇ ବେଶ ଆନନ୍ଦିତ ହୋଇଥିଲେ । 

ସାଧାରଣତଃ ଓଡ଼ିଆଙ୍କ ଘରେ ପାଖଳା, ବଢି ଚୁରା, ଶାଗଭଜା, ଏକ ପ୍ରଧାନ ଖାଦ୍ୟ ଭାବରେ ପରିଗଣିତ ହୋଇଥାଏ ।ଆଜି ମାର୍ଚ୍ଚ 20 ପଖାଳ ଦିବସ ଅବସରରେ ବିଭିନ୍ନ ମନ୍ଦିର ମାନଙ୍କରେ ମଧ୍ୟ ଦହି ପଖାଳ ଭୋଗ ଲାଗି କରାଯାଇଛି । ପାଖାଳା ସାଙ୍ଗକୁ ,ବଢିଚୁରା, ଶାଗ ଖରଡ଼ା, ଚୁନାମାଛ ଭଜା,ଖଟା ଆଦି ଖାଦ୍ୟ ପରସା ଯାଇଥିଲା । କଂସା ପାତ୍ରରେ ପଖାଳ ଖାଇ ଲୋକେ ବେଶ ଖୁସି ହୋଇଥିଲେ ।ଖାଲି ଓଡ଼ିଆ ନୁହଁନ୍ତି କୋଟି ଓଡ଼ିଆର ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମଧ୍ୟ ପଖାଳ ଭୋଗର ମଧ୍ୟ ପ୍ରଚଳିତ ରହି ଆସିଛି ।ସେହିପରି ଜଗତସିଂହପୁର ସହର ବିଭିନ୍ନ ମଠ ମନ୍ଦିରରେ ଆଜି ସାଧାରଣ ଭକ୍ତମାନଙ୍କୁ ଦହି ପଖାଳ ଓ ଭଜା ଖାଇବାକୁ ଦିଆ ଯାଇଥିଲା । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.