ପାରାଦ୍ୱୀପ BPCL ତୈଳ ଟର୍ମିନାଲ୍‌ରେ ହୁତୁହୁତୁ ଜଳିଲା ତେଲ ଟ୍ୟାଙ୍କର - Oil Tanker Fire Breakout

By ETV Bharat Odisha Team

Published : Apr 20, 2024, 11:05 PM IST

thumbnail

Oil Tanker Fire Breakout in Paradeepଜଗତସିଂହପୁର: ପାରାଦ୍ବୀପ ବିପିସିଏଲ୍ ପେଟ୍ରୋ ଟର୍ମିନାଲ ଆଗରେ ଭୟଙ୍କର ଅଗ୍ନିକାଣ୍ଡ । ଟର୍ମିନାଲ ଆଗରେ ପାର୍କିଂରେ ଠିଆ ହୋଇଥିବା ତିନୋଟି ତେଲ ଟାଙ୍କି ଗାଡିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଏନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଟାଙ୍କି ବିସ୍ଫୋରଣ ହେବାର ସମ୍ଭାବନା ଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଦୂରକୁ ଚାଲିଯିବାକୁ କୁହାଯାଇଥିଲା ।  ତିନୋଟି ତେଲ ଟାଙ୍କି ଗାଡିରେ ଭୟଙ୍କର ନିଆଁକୁ ଦେଖି ଦମକଳ ବାହିନୀ ପାଣି ଓ ଫୋମ୍ ସ୍ପ୍ରେ କରି ନିଆଁକୁ ଆୟତ୍ତ କରିଛନ୍ତି । ପାଖରେ ଅନ୍ୟ ଦୁଇଟି ପେଟ୍ରୋ ଟର୍ମିନାଲର ଡିପୋ ଥିବାବେଳେ କିଭଳି ନିଆଁ ଚାରିଆଡକୁ ବ୍ୟାପି ନଯିବ ସେଥିନେଇ ତୁରନ୍ତ ନିଆଁ ଲିଭାଇବାକୁ ଆପ୍ରାଣ ଉଦ୍ୟମ କରାଯାଇଥିଲା । ଅଗ୍ନିକାଣ୍ଡରେ ତିନୋଟି ତେଲ ଟାଙ୍କି ଗାଡି ସମ୍ପୂର୍ଣ୍ଣ ପୋଡି ଯାଇଛି । ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଗ୍ରୀଷ୍ମ ପ୍ରବାହ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.