ପରିବାର ସହ ଆସି ଭୋଟ ଦେଲେ ସୋଫିଆ, ମତାଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କୁ ଅପିଲ୍‌ - SOFIA FIRDOUS CAST HER VOTE

By ETV Bharat Odisha Team

Published : May 25, 2024, 11:49 AM IST

thumbnail
ପରିବାର ସହ ଆସି ଭୋଟ ଦେଲେ ସୋଫିଆ, ମତାଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କୁ କଲେ ନିବେଦନ (ETV Bharat Odisha)

କଟକ: ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ସହ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଉଛି l 6 ଲୋକସଭା ଓ 42 ବିଧାନସଭା ଆସନରେ ଭୋଟିଂ ଜାରି ରହିଛି । ସିଲିଭର ସିଟି କଟକରେ ସକାଳୁ ସକାଳୁ ଜାରି ରହିଛି ମତଦାନ ପ୍ରକ୍ରିୟା । ଏଥିପାଇଁ ମୋଟ ୨୨୭୪ଟି ବୁଥ ସ୍ଥାପନ କରାଯାଇଛି l ଜିଲ୍ଲାରେ ୨ ଲକ୍ଷ ୨୮ ହଜାର ୫୬୪ ଭୋଟର ଆଜି ସେମାନଙ୍କର ମତ ସାବ୍ୟସ୍ତ କରିବେ l ଏହିକ୍ରମରେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ ଓ ବାରବାଟୀ ଆସନର କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ହୋଇଥିବା ଝିଅ ସୋଫିଆ ଫିର୍ଦୋସ କଟକ ଖଟବିନ ସାହି ସ୍ଥିତ ଉର୍ଦ୍ଦୁ ସ୍କୁଲରେ ମତଦାନ କରିଛନ୍ତି । ସୋଫିଆ ସପରିବାର ଆସି ଭୋଟ ଦେବା ସହ ଲୋକଙ୍କୁ ବହୁମାତ୍ରାରେ ଭୋଟ ଦେବାକୁ ଗଣମାଧ୍ୟମ ଜରିଆରେ ନିବେଦନ ମଧ୍ୟ କରିଛନ୍ତି । ତେବେ ସୋଫିଆଙ୍କ ସହ ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣ ମହାପାତ୍ର ଓ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ମୁକାବିଲା ହେଉଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.