ସରଗରମ ଚିକିଟି ରାଜନୀତି; ମଇଦାନରେ ପୁଅ ପାଇଁ ଭୋଟ ମାଗୁଛନ୍ତି ମନ୍ତ୍ରୀ ଉଷା ଦେବୀ - Assembly election 2024

By ETV Bharat Odisha Team

Published : May 11, 2024, 10:49 AM IST

thumbnail
ସରଗରମ ଚିକିଟି ରାଜନୀତି; ମଇଦାନରେ ପୁଅ ପାଇଁ ଭୋଟ ମାଗୁଛନ୍ତି ମନ୍ତ୍ରୀ ଉଷା ଦେବୀ (ETV Bharat Odisha)

ବ୍ରହ୍ମପୁର: ଆସନ୍ତା ୧୩ରେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା ଏବଂ ଚିକିଟି ବିଧାନସଭା ଆସନରେ ହେବ ମତଦାନ  । ଏଥିପାଇଁ ସରଗରମ ରହିଛି ପ୍ରଚାର ମଇଦାନ । ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିବାବେଳେ ସବୁ ପ୍ରାର୍ଥୀମାନେ ଝାଳବୁହା ପ୍ରଚାର ଚଳାଇଛନ୍ତି । ଏହି କ୍ରମରେ ଏଥର ଚିକିଟି ବିଧାନସଭା ଆସନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ମନ୍ତ୍ରୀ ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପଦେବ ମଧ୍ୟ ଜୋରସୋରରେ ପ୍ରଚାର କରୁଛନ୍ତି  । ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଗ୍ରାମକୁ ଗ୍ରାମ ଯାଇ ଜୋରଦାର ପ୍ରଚାର କରୁଛନ୍ତି ଚିନ୍ମୟାନନ୍ଦ  । ତାଙ୍କ ସହିତ ମାଆ ତଥା ଚିକିଟି ରାଜପ୍ରସାଦର ରାଣୀ ଉଷା ଦେବୀ ମଧ୍ୟ ଷ୍ଟାର ପ୍ରଚାରକ ଭାବରେ ବିଭିନ୍ନ ଅଞ୍ଚଳକୁ ଯାଇ ପୁଅ ପାଇଁ ଭୋଟ ଭିକ୍ଷା କରୁଛନ୍ତି । କହିରଖୁଛୁ କି, ଦୀର୍ଘ ବର୍ଷ ଧରି ଚିକିଟି ବିଧାନସଭା ଆସନରୁ ବିଜେଡି ଟିକଟରେ ଉଷା ଦେବୀ ନିର୍ବାଚନ ଲଢିବା ସହିତ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ରହିଆସିଛନ୍ତି । ହେଲେ ଚଳିତ ବର୍ଷ ନିଜର ସ୍ୱାସ୍ଥ୍ୟଗତ କାରଣରୁ ସେ ପ୍ରତିଦ୍ବନ୍ଦିତା କରୁନଥିବା ବେଳେ ତାଙ୍କ ପୁତ୍ର ଚିନ୍ମୟାନନ୍ଦ ମଇଦାନକୁ ଓହ୍ଲାଇଛନ୍ତି । ଚିକିଟି ଅଞ୍ଚଳରେ ପ୍ରଚାର ସମୟରେ ଉଭୟଙ୍କ ସହ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.