ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବ ନିର୍ମାଣ କୃଷକ ସଙ୍ଗଠନ, ବିଧାୟକ ପ୍ରାର୍ଥୀ ହେଲେ ଶେଷଦେବ - Balikuda Erasama Assembly

By ETV Bharat Odisha Team

Published : Apr 12, 2024, 9:35 PM IST

thumbnail

Balikuda-Erasama Assembly Constituency ଜଗତସିଂହପୁର: ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଏବେ ଟିକେଟକୁ ନେଇ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନେତା ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି । ଏହାରି ମଧ୍ୟରେ ଏହି ନିର୍ବାଚନ ମଣ୍ଡଳୀରେ ନବ ନିର୍ମାଣ କୃଷକ ସଙ୍ଗଠନ ନିଜର ପ୍ରାର୍ଥୀ ଘୋଷଣା କରିଛି । ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ଆବାହକ ଶେଷଦେବ ନନ୍ଦଙ୍କୁ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛି । ପ୍ରାର୍ଥୀ ଘୋଷଣା ହେବାପରେ ଶେଷଦେବ ନନ୍ଦ ଏବେ ବାଲିକୁଦା ଏରସମା ଅଞ୍ଚଳରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । 

ଶେଷଦେବ ନନ୍ଦ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟରେ ଲୋକେ ଚାଷୀ ସରକାର ଚାହୁଁଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେପି ଧାନର ମୂଲ୍ୟ ବୃଦ୍ଧି ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିବା ବେଳେ ବିଜେଡି କ'ଣ ପାଇଁ ଚାଷୀ ଚାଷର ମୂଲ୍ୟ ବୃଦ୍ଧି ଘୋଷଣା କରିବା ପାଇଁ ପଞ୍ଚାଘୁଞ୍ଚା ଦେଉଛି ତାକୁ ନେଇ ପ୍ରଶ୍ନ କରିଛନ୍ତି । ଏହାସହ ଶେଷଦେବ ବିଜେଡିକୁ ସମାଲୋଚନା କରି କହିଛନ୍ତି ଯେ, ରାଜ୍ୟରେ ଆଉ ମନ୍ଦିର, ମଦ ଓ ମହିଳା କାର୍ଡ କାମ ଦେବନି । ଜଗତସିଂହପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟୟ ହୋଇ ପଡିଛି । ଗାଁ ଗାଁରେ ରାଜ୍ୟ ସରକାର ମଦ ବିକ୍ରି କରୁଛନ୍ତି ।ଫଳରେ ଗାଁରେ ପରିବାର ମଧ୍ୟରେ ଆର୍ଥିକ ଅନାଟନ ଦେଖା ଦେଉଛି । ଓଡ଼ିଶାରେ କ୍ଷୀର ବିକୁଥିବା ବ୍ୟକ୍ତି ଗରିବରୁ ଗରିବ ହୋଉଥିବା ବେଳେ ମଦ ବିକୁଥିବା ବ୍ୟକ୍ତି କୋଟିପତି ହେଉଛି । ରାଜ୍ୟରେ ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଛି । ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟରେ ଗୋଟିଏ ସଂସଦୀୟ କ୍ଷେତ୍ର ଓ 147 ଆସନ ମଧ୍ୟରୁ 4ଟି ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛି । ଆଗାମୀ ଦିନରେ ଓଡ଼ିଶାରେ ଚାଷୀ ସରକାର ହେବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ଶେଷଦେବ ।
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.