ସୁନ୍ଦରଗଡ଼ରେ ବିଜେଡିର ଶକ୍ତି ପ୍ରଦର୍ଶନ, ଦଳରେ ସାମିଲ ହେଲେ 400ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ

By ETV Bharat Odisha Team

Published : Mar 4, 2024, 3:47 PM IST

thumbnail

BJP And Congress Worker Join BJD ରାଉରକେଲା: ପାଖେଇ ଆସିଲାଣି ନିର୍ବାଚନ 2024 । ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ପୂର୍ବତନ ବିଧାୟକ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଜିଲ୍ଲା ସଂଯୋଜକ ଯୋଗେଶ କୁମାର ସିଂଙ୍କ ତତ୍ତ୍ବାବଧାନରେ ଜିଲ୍ଲା ସଂସ୍କୃତିଭବନ ପଡ଼ିଆରେ ଆୟୋଜିତ ହୋଇଛି ମହାମିଶ୍ରଣ ପର୍ବ । ଏହି ମିଶ୍ରଣ ପର୍ବରେ ବିଜେଡିରେ ପ୍ରାୟ ୪୦୦ରୁ ଅଧିକ ନେତା ଏବଂ ସାଧାରଣ ଲୋକ ସାମିଲ ହୋଇଛନ୍ତି ।  

ଏହି ଅବସରରେ ଯୋଗେଶ ସିଂ କହିଛନ୍ତି ଯେ, ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ, ନିର୍ମଳ ଭାବମୂର୍ତ୍ତି ଓ ଦୃଢ଼ନେତୃତ୍ବ ପ୍ରତି ଆସ୍ଥା ପ୍ରକାଶ କରି ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି କାଶୀନାଥ ରାଉତ ଓ ଆଦିବାସୀ ନେତ୍ରୀ ଆଠକୋଶିଆ ଲୋକ ସଂଗଠନ ସଭାପତି ଆନ୍ନା କୁଜୁରଙ୍କ ସହ ଅନେକ ବିଜେପି ଓ କଂଗ୍ରେସ ନେତା ଏବଂ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମହାମିଶ୍ରଣ ପର୍ବରେ ଅତିଥି ଭାବେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ମନ୍ତ୍ରୀ ସାରଦା ନାୟକ, ପୂର୍ବତନ ରାଜ୍ୟସଭା ସଦସ୍ୟ ପଦ୍ମଶ୍ରୀ ଦିଲୀପ ତିର୍କୀ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ, ପର୍ଯ୍ୟବେକ୍ଷକ ଦେବଶିଷ ମଲ୍ଲିକ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବ ସୁନ୍ଦରଗଡ଼ରେ ଆଗାମୀ ନିର୍ବାଚନରେ ଦଳକୁ ମଜଭୁତ କରିବା ସହ ବିଜେଡିକୁ ବିଜୟୀ କରିବ ବୋଲି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.