ଜଳୁଛି ଚିଲିକାର ନଳବଣ, ଶଙ୍କଟରେ ଜଳଚର ଜୀବ - FIRE BREAKOUT IN nalabana

By ETV Bharat Odisha Team

Published : Apr 13, 2024, 11:02 PM IST

thumbnail

FIRE BREAKOUT IN NALABANA:ଖୋର୍ଦ୍ଧା: ହୁତୁହୁତୁ ହୋଇ ଜଳିଲା ନଳବଣ । ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ । ଏକର ଏକର ନଳବଣ ନିଆଁରେ ପୋଡି ପାଉଁଶ । ଜୋରରେ ପବନ ହେଉଥ‌ିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଚିଲିକା ବ୍ଳକ କାଳୁପଡା ଘାଟ ଜେଟି ନିକଟରେ ଲାଗିଛି ନିଆଁ । ବହୁ ବିରଳ ଫିସିଂ କ୍ୟାଟ୍ ସହ ଜଳଚର ଜୀବ ପୋଡି ଯାଇଥିବା ସୂଚନା । ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ କାଳୁପଡାଘାଟ ଜେଟିରେ ବାଲୁଗାଁ ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ପହଞ୍ଚିଛନ୍ତି । ସେଠାରୁ ଡ଼ଙ୍ଗାରେ ଚିଲିକା ଭିତରକୁ ଯାଇ ଡିଏଫଓ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ସିଡିଏ ପକ୍ଷରୁ ମୋଟର ପମ୍ପ ଦ୍ଵାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ଡିଏଫଓ ସୂଚନା ଦେଇଛନ୍ତି । ନଳବଣରେ ନିଆଁ ଲାଗିବ ଦ୍ବାରା ବିରଳ ଫିସିଂ କ୍ୟାଟ, ବହୁ ଜଳଜୀବ ଏବଂ ପକ୍ଷୀମାନେ ବିପଦରେ ପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ ଅମ୍ଲାନ ନାୟକ କହିଛନ୍ତି । ତେବେ କିପରି ନିଆଁ ଲାଗିଲା ତାହାର କାରଣ ଜଣାପଡ଼ି ନାହିଁ । ଏହି ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ.....ପୁରୀ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ଆବର୍ଜନା ଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ - FIRE BREAKOUT IN PURI

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.