ପୁରୀ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ଆବର୍ଜନା ଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ - FIRE BREAKOUT IN PURI

By ETV Bharat Odisha Team

Published : Apr 12, 2024, 9:37 PM IST

thumbnail

FIRE BREAKOUT IN PURI: ପୁରୀ:ରେଳ ଷ୍ଟେସନ ପଛ ଭାଗରେ ଅଗ୍ନିକାଣ୍ଡ । ରେଳ ଲାଇନ କଡରେ ପଡିଥିବା ମଇଳା ଆବର୍ଜନାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇ ଥିବାରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଶୁଖିଲା ଅଳିଆରେ ଅଗ୍ନିକାଣ୍ଡ ଯୋଗୁଁ ନିଆଁ ତୀବ୍ର ବେଗରେ ବ୍ୟାପି ଯାଇଥିଲା । ଏନସିସି ବ୍ୟାଟିଲିଆନ ଠାରୂ କିଛି ଦୂରରେ ରେଳ ଲାଇନ୍ କଡେ ଅଡେ ଥିବା ଅଳିଆ ଗଦାରେ ନିଆଁ ଲାଗିଥିଲା । ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦିଆଯିବା ପରେ ସେମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବା ଫଳରେ ଦୀର୍ଘ ସମୟ ଧରି ଧୂଆଁମୟ ହୋଇଥିଲା ସାରା ଅଞ୍ଚଳ । ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା । 

ସେପଟେ ଟ୍ରେନ ଚଳାଚଳ ସ୍ବାଭାବିକ ରହିଛି । ଘଟଣାସ୍ଥଳରେ ରେଳ ବିଭାଗର ଅଧିକାରୀ, ଜିଆରପି ପୋଲିସ, ଆରପିଏଫ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ତେବେ ଏହା ପୁର୍ବରୁ ମଧ୍ୟ ସମାନ ଘଟଣା ଘଟିବାର ନଜିର ରହିଛି । ଏଠାରୁ ଅଳିଆ ଗଦା ହଟାଇବା ପାଇଁ ବାରମ୍ବାର ଦାବି ହୋଉଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । 

ଏହା ମଧ୍ୟ ପଢନ୍ତୁ .....ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି, କାରଣ ଅସ୍ପଷ୍ଟ - FIRE BREAKOUT IN PURI 

 ଇଟିିଭି ଭାରତ, ପୁରୀ   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.