ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଭକ୍ତିମୟ ଦୃଶ୍ୟ
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg?imwidth=128)
Published : Feb 15, 2024, 6:45 AM IST
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/15-02-2024/640-480-20753855-thumbnail-16x9-bsefr.jpg)
Mangala Alati: ପୁରୀ: ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ । ଜଗତର ନାଥ ଜଗନ୍ନାଥ । କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ । ନିରାଶର ଆଶା ସେ ଅନାଥର ନାଥ । କିଏ ତାଙ୍କୁ କାଳିଆ ବୋଲି ଡାକେ ତ ଆଉ କିଏ ଜଗା ବୋଲି ଡାକେ । ତାଙ୍କର ସେ କଳା ଶ୍ରୀମୁଖକୁ ଦେଖିଲେ ଭାବବିହ୍ୱଳ ହୋଇପଡେ ଭକ୍ତ । ସବୁଦିନ ଭୋରରୁ ଶ୍ରୀମନ୍ଦିରରେ ପତିତପାବନଙ୍କ ଆଳତୀ ହୋଇଥାଏ । ଆଜି ମଧ୍ୟ ସେବାୟତମାନଙ୍କ ଦ୍ୱାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯାଇଥିଲା । ପରେ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ଏହି ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ । ତେଣୁ ଆଳତୀ ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ଶ୍ରୀମନ୍ଦିରରେ ଭିଡ ଲାଗିଥାଏ ।
ଇଟିଭି ଭାରତ, ପୁରୀ