ମଧ୍ୟ ଭୁବନେଶ୍ବରରେ ମତଦାନ, ସୁରୁଖୁରୁରେ ଭୋଟ ଦେଲେ ଭୋଟର - CENTRAL CONSTITUENCY VOITING

By ETV Bharat Odisha Team

Published : May 25, 2024, 6:59 PM IST

Updated : May 25, 2024, 7:35 PM IST

thumbnail
VOTING UNDERWAY IN BHUBANESWAR (ETV Bharat Odisha)

VOTING UNDERWAY IN BHUBANESWAR: ଭୁବନେଶ୍ବର: ଦେଶରେ ଚାଲିଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଓଡ଼ିଶାର ୬ଟି ଲୋକସଭା ଆସନ ଓ ୪୨ଟି ବିଧାନସଭା ଆସନରେ ମତଦାନ ହୋଇଛି । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଓ ଏହି ଲୋକସଭା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ଭୋଟ ଦେବା ପାଇଁ ସକାଳୁ ଭୋଟର ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ସେହିକ୍ରମରେ ଆଜି ରାଜଧାନୀର ଭୁବନେଶ୍ବର ଲୋକସଭା ଆସନ ଏବଂ ତା ଅନ୍ତର୍ଗତ 7ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି । ତେବେ ମଧ୍ୟ ଭୁବନେଶ୍ବରର ଗୋପବନ୍ଧୁ ସ୍କୁଲରେ ଅସହ୍ୟ ଗରମ ସତ୍ତ୍ବେ ଲୋକ ମତଦାନ ପାଇଁ ଆସିଛନ୍ତି । ସେଠାରେ ସଖୀ ବୁଥ କରାଯିବା ସହିତ ଲୋକଙ୍କ ସୁବିଧା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ସେଠାରେ ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୱିଲଚେୟାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ତେବେ ପ୍ରଶାସନ ପକ୍ଷରୁ କରାଯାଇଥିବା ସମସ୍ଥ ବ୍ୟବସ୍ଥା ସହିତ ଲୋକ ସୁରୁଖୁରୁରେ ଭୋଟ ଦେଇଥିବା ଦେଖିବାକୁ ମିଳିଛି ।  

Last Updated : May 25, 2024, 7:35 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.