ବିମୋହିତ କଲା ଚିତ୍ରଶିଳ୍ପୀଙ୍କ‌ ପେଣ୍ଟିଂ, ରୋଡ଼ ସୋ’ରେ ଗ୍ରହଣ କଲେ ମୋଦି - PM Modi roadshow

By ETV Bharat Odisha Team

Published : May 11, 2024, 10:07 AM IST

thumbnail
MODI PAINTING (ETV BHARAT ODISHA)

PM Modi Painting: ଭୁବନେଶ୍ୱର: ଫଟୋରେ ରହିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ରୋଡ ସୋ ସମୟରେ ହାତରେ ଫଟୋଟିକୁ ଧରି ଛିଡା ହୋଇଥିଲେ  ଚିତ୍ରଶିଳ୍ପୀ ଅର୍ପିତ ମିଶ୍ର  । ଗହଳି ମଧ୍ୟରେ ଫୋଟୋଟିକୁ ଦେଖି ଖୁସୀ ବ୍ୟକ୍ତ କରିବା ସହ ଏହାକୁ ଗ୍ରହଣ କରିଛନ୍ତି ମୋଦି । ଫୋଟଟି ଦିଖିବାକୁ ବେଶ ଆକର୍ଷଣୀୟ ହୋଇଛି । ଗତକାଲି ରାଜ୍ୟ ବିଜୟୀ କାର୍ଯ୍ୟାଳୟ ଠାରୁ ବାଣୀବିହାର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ରହିଥିଲା । ଏହି ସମୟରେ ହଜାର ହଜାର ଲୋକ ମୋଦିଙ୍କୁ ଦେଖିବାକୁ ବ୍ୟାରିକେଡ ସାଇଡରେ ଭିଡ ଜମାଇଥିଲେ । ଜାଗମରାରୁ ଆସିଥବା ଯୁବ ଚିତ୍ରକର ଅର୍ପିତ ନିଜ‌ବଡ ଭାଇ ଓ ସାଙ୍ଗଙ୍କ ଗହଣରେ ମୋଦିଙ୍କ ଫଟୋ ଧରି ଠିଆ ହୋଇଥିଲେ । ମୋଦି ଏହାକୁ ଦେଖି ଖୁସି ବ୍ୟକ୍ତ କରିବା ସହ ଏସପି ଅଧିକାରୀଙ୍କୁ ଫଟୋଟି କୁ ଗ୍ରହଣ କରିବାକୁ କହିଥିଲେ। ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ଅଞ୍ଚଳରେ ରହୁନ୍ତି ଅର୍ପିତ । ସେ ମୋଦିଙ୍କ ଗସ୍ତ ଶୁଣିବା ପରେ‌ ବେସ ଉତ୍ସାହିତ ଥିଲେ । ତାଙ୍କୁ ଉପହାର ଦେବାକୁ ପାଇଁ 2 ଦିନ ଧରି ଫଟୋଚିତ୍ର ତିଆରି କରିଥିଲେ ।  ଫଟୋରେ ମୋଦିଙ୍କ ସହ ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ  ଅଛି ବୋଲି ସେ ବାର୍ତ୍ତା ଦେଇଛନ୍ତି ।  ଫଟୋଟିରେ ନିଜର ନାମ ଠିକଣା ଓ‌ ମୋବାଇଲ ନମ୍ବର ମଧ୍ୟ ଲେଖିଛନ୍ତି । ସେ ଆସା ରଖିଛନ୍ତି ମୋଦି ମଧ୍ୟ ଫଟୋକୁ ନେଇ ଉତ୍ତର ଦେବେ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.