କେନ୍ଦ୍ରାପଡ଼ାରେ ଗଡ଼ିଲା ଲକ୍ଷ୍ମୀ ବସ, ୨୪୯ ପଞ୍ଚାୟତର ପରିବହନ ମାଧ୍ୟମ ପାଲଟିବ

By ETV Bharat Odisha Team

Published : Feb 16, 2024, 10:13 PM IST

thumbnail

Laccmi Bus Service starts in Kendrapara: କେନ୍ଦ୍ରାପଡ଼ା: ଜିଲ୍ଲାରେ ଗଡ଼ିଲା 'ଲକ୍ଷ୍ମୀ' ବସ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରାମାଞ୍ଚଳ ଲୋକମାନଙ୍କ ଗମନାଗମନ ସୁବିଧା ପାଇଁ ଲକ୍ଷ୍ମୀ ବସ ଗଡୁଥିବା ବେଳେ ଆଜି କେନ୍ଦ୍ରାପଡା ଜିଲ୍ଲାରେ ଗଡ଼ିଛି ଲକ୍ଷ୍ମୀ ବସ । ଜିଲ୍ଲାର ସମସ୍ତ ପଞ୍ଚାୟତରୁ ବ୍ଲକ ହେଡ କ୍ବାର୍ଟରକୁ ବସ ସୁବିଧା ସୁନିଶ୍ଚିତ କରିବା ସହ ସୁଲଭ ଓ ନିର୍ଭରଯୋଗ୍ୟ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ଏହି ଐତିହାସିକ ଯୋଜନା ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ବସବାସ କରୁଥିବା ଗ୍ରାମାଞ୍ଚଳ ଜନସାଧାରଣଙ୍କ ମନରେ ଆଶା ଅଙ୍କୁରିତ ହୋଇଛି । ପଞ୍ଚାୟତର ଅର୍ଥନୀତିକୁ ଗତିଶୀଳ କରିବା, ଗ୍ରାମାଞ୍ଚଳର ମହିଳାଙ୍କୁ ସଶକ୍ତ କରିବା, ପର୍ଯ୍ୟଟନ ଓ ଆଞ୍ଚଳିକ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଏହି ଲକ୍ଷ୍ମୀ ବସ ଯୋଜନାର ମୂଳ ଉଦ୍ଦେଶ୍ୟ ବୋଲି ଆଭାସି ଯୋଗେ ଯୋଗଦେଇ କହିଥିଲେ 5T ଅଧ୍ୟକ୍ଷ ପାଣ୍ଡିଆନ।  

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭର୍ଚ୍ଚୁଆଲ ମାଧ୍ୟମରେ ଏହି ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହି ଶୁଭ ଅବସରରେ ଭୁବନେଶ୍ବରରୁ ଆଭାସୀ ମାଧ୍ୟମରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ସମବାୟ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସମେତ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ ଜିଲ୍ଲାର ୨୪୯ ପଞ୍ଚାୟତରେ ଏବେ ବିକାଶର ଗାଡିକୁ ଲକ୍ଷ୍ମୀ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିବା ସହ ମନ୍ତ୍ରୀ ଅତନୁ ସବ୍ୟସାଚୀ ଏହା ବଳଦେବଜୀଉଙ୍କ କ୍ଷେତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ସଦାସର୍ବଦା କେନ୍ଦ୍ରାପଡା ବାସୀଙ୍କ ଆଶୀର୍ବାଦ ରହିଥିବା କହିଛନ୍ତି ।  

ଏହା ବି ପଢନ୍ତୁ- ୬ ଜିଲ୍ଲାରେ ଗଡ଼ିଲା ୧୯୮ ଲକ୍ଷ୍ମୀ ବସ; ୧୩୬୩ ପଞ୍ଚାୟତର ୭୫ ଲକ୍ଷ ଲୋକ ଉପକୃତ

ଅନ୍ୟପଟେ ଗ୍ରାମାଞ୍ଚଳର ମହିଳାମାନେ ମାତ୍ର ୫ ଟଙ୍କାରେ ବ୍ଳକ ମୁଖ୍ୟାଳୟରେ ପହଞ୍ଚିବା ସହ ଛାତ୍ରଛାତ୍ରୀ ସୁଦୂର ରଂଗଣି, ତାଳଚୁଆ ଭଳି ଅଞ୍ଚଳରୁ ରାଜନଗର ବ୍ଲକ ଭଳି ସ୍ଥାନକୁ ଆସିପାରିବେ ବୋଲି କୁହାଯାଇଛି । ତେବେ କେନ୍ଦ୍ରାପଡା ଜିଲ୍ଲାକୁ ଗୋଟିଏ ମାତ୍ର ସରକାରୀ ବସ ଚଳାଚଳ କରୁଥିବା ବେଳେ ଲକ୍ଷ୍ମୀ ବସ ଜିଲ୍ଲା ମଧ୍ୟରେ ଯାତାୟାତ କରିବ ବୋଲି ସୂଚନା ରହିଛି। କେନ୍ଦ୍ରାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଲକ୍ଷ୍ମୀ ବସ ଲୋକାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲାର ୯ଟି ବ୍ଲକକୁ ୪୫ ଗୋଟି ବସ ଚଳାଚଳ କରାଯିବା ନେଇ ସୂଚନା ଦିଆଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.