କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀ ହେଲେ ଗଣେଶ୍ୱର, 'ଅନୁଗତ ଓ ନବାଗତଙ୍କୁ ଧରି ନିର୍ବାଚନ ବୈତରଣୀ ପାରହେବି' - Kendrapara Assembly constituency

By ETV Bharat Odisha Team

Published : Apr 20, 2024, 3:17 PM IST

thumbnail

Kendrapara BJD MLA Ganeshawar Behera Reactionକେନ୍ଦ୍ରାପଡା: ଅନେକ ଅପେକ୍ଷା ପରେ ବିଜୁ ଜନତା ଦଳ କେନ୍ଦ୍ରାପଡା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଅନେକ ଦିନ ଧରି ବିଭିନ୍ନ ବାଦବିବାଦ, ବିରୋଧ ସତ୍ତ୍ୱେ ବିଜେଡି ନବାଗତ(ଦଳରେ) ଗଣେଶ୍ୱର ବେହେରାଙ୍କୁ ଭରସା କରି କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ଚଳିତମାସ ୨ ତାରିଖରେ କଂଗ୍ରେସ ଦଳରୁ ଗଣେଶ୍ୱର ଇସ୍ତଫା ଦେବା ପରେ ୭ ତାରିଖ ଦିନ ସେ ବିଜେଡିରେ ଯୋଗ ଦେଇଥିଲେ । ଶଙ୍ଖ ଭବନରେ ବିଜେଡି ଦଳରେ ନିଜର ଅନ୍ୟୁନ ୫ ହଜାର ସମର୍ଥକଙ୍କୁ ଧରି ମିଶିଥିଲେ । 

ତେବେ ଗଣେଶ୍ୱରଙ୍କୁ ବିରୋଧ କରି ଦୁଇ ପୂର୍ବତନ ବିଧାୟକ/ବିଧାୟିକାଙ୍କ ସମେତ ଦଳର ଜିଲ୍ଲା ଯୁବ ସଭାପତି, ଦୀର୍ଘବର୍ଷ ଧରି ବିଜେଡିର କାମ କରି ଆସୁଥିବା କର୍ମୀମାନେ ଏହାକୁ ସହ୍ୟ କରି ପାରିନଥିଲେ । ଏପରିକି ବିଜେଡିର ଅନୁଗତ କର୍ମୀମାନେ ବିଭିନ୍ନ ସ୍ଥାନରେ ଗଣେଶ୍ୱରଙ୍କୁ ବିରୋଧ କରି ପୋଡାଜଳା କରିଥିବା ମଧ୍ୟ ଦେଖାଯାଇଥିଲା । 

ତେବେ ଆଜି ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ଘଟାଇ ବିଜେଡି ଷଷ୍ଠ ପର୍ଯ୍ୟାୟ ଟିକେଟ ଘୋଷଣା ସମୟରେ ଗଣେଶ୍ୱରଙ୍କ ନାଁ ଉପରେ ମୋହର ମାରିଛି । ଏହାପରେ ଗଣେଶ୍ୱର ବେହେରା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ନୂଆ ଓଡ଼ିଶା ଅଧ୍ୟକ୍ଷ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଉଭୟ ଅନୁଗତ ଓ ନବାଗତଙ୍କୁ ଧରି ସେ ନିର୍ବାଚନୀ ବୈତରଣୀ ପାର ହେବେ ବୋଲି କହିଛନ୍ତି ।
 

ଏହା ମଧ୍ୟ ପଢନ୍ତୁ: ଷଷ୍ଠ ପର୍ଯ୍ୟାୟରେ 9ପ୍ରାର୍ଥୀ ଦେଲା BJD: ବଡଚଣାରୁ ବର୍ଷା, ଚମ୍ପୁଆରୁ ସନାତନ, କେନ୍ଦ୍ରାପଡ଼ାରୁ ଗଣେଶ୍ବର - BJD CANDIDATE LIST

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.