ଖଜୁରାହୋ ଡ୍ୟାନ୍ସ ଫେଷ୍ଟିଭାଲରେ ୱାର୍ଲ୍ଡ ରେକର୍ଡ, 1484 କଳାକାରଙ୍କ କଥକ ପ୍ରଦର୍ଶନ

By ETV Bharat Odisha Team

Published : Feb 21, 2024, 10:41 PM IST

thumbnail

Khajuraho Dance Festival 2024: ଭୋପାଲ: ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖଜୁରାହୋରେ 50 ତମ ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଯାଇଛି । ଯେଉଁଥିରେ ମଙ୍ଗଳବାର ଦିନ କଥକ ନୃତ୍ୟ ମହୋତ୍ସବରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି । ଏଥିରେ 1484 କଳାକାର ମିଳିତ ଭାବରେ କଥକ ନୃତ୍ୟ ପରିବେଷଣ କରିଥିଲେ ଏବଂ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସେମାନେ ନିଜକୁ ସାମିଲ କରି ପାରିଛନ୍ତି । ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରୁ 1484 କଳାକାର ଏକାଠି କଥକ ନୃତ୍ୟ ଉପସ୍ଥାପନ କରିଥିଲେ । କଳାକାରମାନେ ବିଭିନ୍ନ ମୁଦ୍ରାକୁ ଏକାସାଙ୍ଗରେ 15 ମିନିଟ୍ ପାଇଁ କ୍ରମାଗତ ଭାବରେ ପ୍ରଦର୍ଶିତ କରିଥିଲେ । ଯାହାକୁ ଦେଖି ଦର୍ଶକଙ୍କ ଆଖି ଲାଖି ଯାଇଥିଲା ।  

ଏହା ମଧ୍ୟ ପଢ଼ନ୍ତୁ.... ମଥୁରା-ବୃନ୍ଦାବନ ରାସ୍ତାରେ ସବୁଠି ପ୍ରଭୁ ଶ୍ରୀକୃଷ୍ଣଙ୍କ ଛବି, ଦେଖନ୍ତୁ ଭିଡିଓ

ଗତ 50 ବର୍ଷ ଧରି ଖଜୁରାହୋରେ ନୃତ୍ୟ ମହୋତ୍ସବର ଆୟୋଜନ କରାଯାଉଛି, କିନ୍ତୁ ଚଳିତ ବର୍ଷ କଳାକାରମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ବହୁ ସଂଖ୍ୟକ ମହିଳା କଳାକାର ଥିବାବେଳେ କିଛି ପୁରୁଷ କଳାକାର ମଧ୍ୟ ଏଥିରେ ଭାଗ ନେଇଥିଲେ। ସମସ୍ତେ ଏକାଠି ବସନ୍ତ ଋତୁ ଉପରେ ଆଧାରିତ ଏକ ଗୀତରେ ନୃତ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେତେକ ବିଦେଶୀ କଳାକାର ମଧ୍ୟ କଥକ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.