ମଥୁରା-ବୃନ୍ଦାବନ ରାସ୍ତାରେ ସବୁଠି ପ୍ରଭୁ ଶ୍ରୀକୃଷ୍ଣଙ୍କ ଛବି, ଦେଖନ୍ତୁ ଭିଡିଓ

By ETV Bharat Odisha Team

Published : Feb 21, 2024, 10:06 AM IST

thumbnail

Painting Of Lord Krishna: ଲକ୍ଷ୍ନୌ: କୃଷ୍ଣମୟ ହୋଇଛି ମଥୁରା-ବୃନ୍ଦାବନକୁ ସଂଯୋଗ କରୁଥିବା ରାସ୍ତା । କାନ୍ଥବାଡ଼ ସବୁଆଡ଼େ ପ୍ରଭୁ ଶ୍ରୀକୃଷ୍ଣଙ୍କ ଚିତ୍ର ଅଙ୍କନ କରାଯାଇଛି । ରାଧାକୃଷ୍ଣଙ୍କ ଛବି ସହ ପରମ୍ପରା ବଖାଣୁଥିବା ବିଭିନ୍ନ ଚିତ୍ର ଅଙ୍କାଯାଇଛି । ଯିଏ ସେହି ରାସ୍ତା ଦେଇ ଯାଉଛି, ଏହି ଚିତ୍ର ଦେଖିବା ପାଇଁ ଘଡ଼ିଏ ଅଟକି ଯାଉଛି। ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଥୁରା-ବୃନ୍ଦାବନ ବିକାଶ ପରିଷଦ (MVDA) ଦ୍ବାରା କରାୟାଇଛି। ଯେଉଁଥିରେ ଉତ୍ତରପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦର ସହଭାଗିତା ରହିଛି। 

ଏହା ମଧ୍ୟ ପଢନ୍ତୁ...ଲୋକାର୍ପଣ ଅପେକ୍ଷାରେ ଦ୍ୱାରକା ସିଗ୍ନେଚର ବ୍ରିଜ, ଦେଖନ୍ତୁ ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟର ରୂପରେଖ

ପୌରାଣିକ କଥା ଅନୁସାରେ, ମଥୁରା ହେଉଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି। ଏହା ଏକ ଐତିହାସିକ ତଥା ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର। ପ୍ରତିଦିନ ବହୁ ସଂଖ୍ୟାରେ ଭକ୍ତମାନେ ଏଠାକୁ ଆସିଥାନ୍ତି। ତେବେ ମଥୁରା-ବୃନ୍ଦାବନ ବିକାଶ ପରିଷଦ (MVDA)ର ଏଭଳି ସୌନ୍ଦର୍ଯ୍ୟକରଣ କରିବାର ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ନିକଟରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହୋଇଥିବାବେଳେ ଏବେ ସମସ୍ତଙ୍କ ନଜର କୃଷ୍ଣ ଜନ୍ମଭୂମି ଉପରେ ରହିଛି। 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.