ଦର୍ଶକଙ୍କ ମନ ଜିଣୁଛି 'ରାଣୀ ପଣ୍ଡାକୁ ଖଣ୍ଡଗିରି ମନା' ନାଟକ

By ETV Bharat Odisha Team

Published : Feb 20, 2024, 7:00 PM IST

thumbnail

Interview with Actress Rani Panda in Bhubaneswar: ଭୁବନେଶ୍ବର: ଖଣ୍ଡଗିରିରେ ଆରମ୍ଭ ହୋଇଯାଇଛି ଯାତ୍ରା ମହାକୁମ୍ଭ । ଦମଦାର ସଂଳାପ ସହ ନାଚ ଗୀତର ଧୁନରେ ଦୁଲୁକୁଛି ଯାତ୍ରା ମଞ୍ଚ। କଳାକାରଟିଏ ମୁହଁରେ ରଙ୍ଗ ବୋଲି ନିଜକୁ ସଜାଇ କାହାଣୀର ଚରିତ୍ରରେ ନିଜକୁ ଭିଜାଇ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଲାଗିପଡ଼ିଛି । ତେବେ ଚଳିତ ବର୍ଷ ଯାତ୍ରା ମହାକୁମ୍ଭରେ ମୋଟ ୬ଟି ଅନୁଷ୍ଠାନକୁ ନାଟକ ପରିବେଷଣ କରିବାକୁ ପ୍ରଶାସନ ଅନୁମତି ଦେଇଛି ।  

ଏହା ମଧ୍ୟ ପଢ଼ନ୍ତୁ.....  ସାଧୁମୟ ଖଣ୍ଡଗିରି, ଲଙ୍କା ଆହୂତିରେ ପ୍ରକମ୍ପିତ ପରିବେଶ

ରବିବାରରୁ ୫ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେଉଛି ।ସବୁ ଯାତ୍ରା ପାର୍ଟିକୁ ପଛରେ ପକାଇ ନିଜର ଜଲୱା ଦେଖାଉଛି ଗୌରୀ ଗଣନାଟ୍ୟ। ଯାତ୍ରା ମହାସମରକୁ ଗୌରୀ ଗଣନାଟ୍ୟ ଓହ୍ଲାଇଥିବା ବେଳେ ରାଣୀ ପଣ୍ଡାଙ୍କ ଜୀବନର ବାସ୍ତବ ଘଟଣାକୁ ନେଇ ପ୍ରସ୍ତୁତ 'ରାଣୀ ପଣ୍ଡାକୁ ଖଣ୍ଡଗିରି ମନା' ଲୋକଙ୍କ ମନକୁ ଛୁଇଁଛି । ଏଥିରେ ଚର୍ଚ୍ଚିତ ନାୟିକା ରାଣୀ ପଣ୍ଡାଙ୍କୁ ଦେଖିବାକୁ ପ୍ରଶଂସକ ଓ ଦର୍ଶକଙ୍କ ଭିଡ ଲାଗିଛି । ନିଜର ବାସ୍ତବ କାହାଣୀକୁ ପରିବେଷଣ କରି କଣ କହୁଛନ୍ତି ଅଭିନେତ୍ରୀ ରାଣୀପଣ୍ଡା ଆସନ୍ତୁ ଶୁଣିବା ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.