ତୁଷାରପାତ ବେଳେ 'ବ୍ୟାଣ୍ଡ-ବାଜା-ବାରାତ'

By ETV Bharat Odisha Team

Published : Feb 3, 2024, 7:08 PM IST

thumbnail

Wedding while Snowing: ସିମଲା: ତୁଷାରପାତ ବା ସ୍ନୋଫଲ କାହାକୁ ବା ପସନ୍ଦ ନୁହେଁ । ଜୀବନରେ ଥରଟିଏ ଏହାର ଅନୁଭବ ନେବା ଲାଗି ପର୍ଯ୍ୟଟକ ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର ଯାତ୍ରା କରନ୍ତି । ତେବେ ତୁଷାରପାତ ବେଳେ ନାଚିବାର ଦୃଶ୍ୟ ଆପଣ ବଲିଉଡ ଫିଲ୍ମରେ ଦେଖିଥିବେ । ହେଲେ ଏଠାରେ ତୁଷାରପାତ ବେଳେ ବରଯାତ୍ରୀଙ୍କ ଦମଦାର ଡାନ୍ସ ଦେଖିବାକୁ ମିଳୁଛି । ଉପରୁ ପଡୁଛି ବରଫ, ଆଉ ଖୋଲା ଆକାଶ ତଳେ ବାଜା ବାଣ ସହିତ ନୃତ୍ୟ କରୁଛନ୍ତି ଲୋକେ । ଏଭଳି ଏକ ନିଆରା ବିବାହ ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ।  

ଏହା ବି ପଢନ୍ତୁ-  ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ; ୭୦୦ରୁ ଅଧିକ ରାସ୍ତା ବନ୍ଦ, ଯାତାୟାତ ଠପ

ଫେବୃଆରୀ ୧ ତାରିଖରେ ରାଜ୍ୟରେ ଅନେକ ଅଞ୍ଚଳରେ ତୁଷାରପାତ ହୋଇଥିଲା । ଏହା ବିବାହ ପାଇଁ ଅନୁକୂଳ ସମୟ ମଧ୍ୟ ଥିଲା । ଏହି ସମୟରେ ବିବାହ ଚାଲିଥିବା ବେଳେ ହୋଇଥିଲା ତୁଷାରପାତ । ଆଉ ବରଯାତ୍ରୀ ତୁଷାରପାତକୁ ଖାତିର ନକରି ସାଙ୍ଗ ବିବାହରେ ଜୋରଦାର ଡାନ୍ସ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କିଛି ୟୁଜର୍ସ ଏଭଳି ନିଆରା ବିବାହକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.