ଶୁଭ୍ର ଚାଦର ତଳେ ଶ୍ରୀନଗର, ପର୍ଯ୍ୟଟକଙ୍କ ମନମୋହୁଛି ତୁଷାରପାତ

By ETV Bharat Odisha Team

Published : Feb 5, 2024, 12:59 PM IST

thumbnail

Heavy snowfall in Srinagar: ଭାରତ ଭୂସ୍ୱର୍ଗ କୁହାଯାଉଥିବା ଜମ୍ମୁ-କାଶ୍ମୀରକୁ ଶୀତ ଋତୁ ସଜେଇ ଦେଲା ପରି ଦେଖାଯାଉଛି । ବରଫ ଚାଦରରେ ଢାଙ୍କି ହୋଇଛି ଜମ୍ମୁ-କାଶ୍ମୀର । ଶ୍ରୀନଗରର ଲାଲଚୌକ୍, ଡଲ ଝିଲ୍, ହଓ୍ବା କଦଲ ସମେତ ଅନେକ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି । ସତେ ଯେପରି ଘରର ଛାତଗୁଡିକ ଶୁଭ୍ର ଚାଦର ତଳେ ନିଜକୁ ଘୋଡାଇ ଦେଇଛନ୍ତି । ରାତିରେ ତାପମାତ୍ରା ଖସି ମାଇନସ ଡିଗ୍ରୀ ହୋଇଯାଉଛି ।ତୁଷାରପାତକୁ ପର୍ଯ୍ୟଟକମାନେ ବେଶ୍ ଉପଭୋଗ କରିଥିବା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ.. ବରଫ ଚାଦରରେ ଢାଙ୍କି ହେଲା ଶ୍ରୀନଗର, ମନମୋହୁଛି ଅପରୂପ ଦୃଶ୍ୟ

 ପର୍ଯ୍ୟଟକମାନେ ଶୀତୁଆ ପାଗ ସହ ବରଫ ବର୍ଷାର ମଜା ଉଠାଉଛନ୍ତି । ରାସ୍ତାରେ ବରଫର ଆସ୍ତରଣ ଯୋଗୁ ଗମନାଗମନରେ ବାଧା ଉପୁଜିଛି । ଅନେକ ଜାତୀୟ ରାଜପଥରେ ଗାଡିମୋଟର ଚଳାଚଳ ବନ୍ଦ ହୋଇଯାଇଛି । ଶ୍ରୀନଗର ବିମାନ ବନ୍ଦରର ରନଓ୍ବେରେ ବରଫ ଜମି ଯାଇଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.