ଡିଜିଟାଲ ଡାଇଲଗ: 'ରାମ ହିଁ ରାଷ୍ଟ୍ର, ଆଉ ରାଷ୍ଟ୍ର ହିଁ ରାମ' ପ୍ରାଣ ପ୍ରତିଷ୍ଠାରୁ ଏହି ମେସେଜ ଯାଇଛି: ମହେଶ ସାହୁ

By ETV Bharat Odisha Team

Published : Jan 27, 2024, 6:50 PM IST

thumbnail


Exclusive Interview with Mahesh Sahoo: ଭୁବନେଶ୍ବର: 'ରାମ ହିଁ ରାଷ୍ଟ୍ର, ଆଉ ରାଷ୍ଟ୍ର ହିଁ ରାମ' । ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରୁ ଏହି ମେସେଜ ଯାଇଛି ସମଗ୍ର ଦେଶ ତଥା ବିଶ୍ବକୁ । ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମରେ ଭାଗ ନେଇ ଏହା କହିଛନ୍ତି ବିଶ୍ବ ହିନ୍ଦୁ ପରିଷଦର ଜେନେରାଲ ସେକ୍ରେଟାରୀ ମହେଶ ସାହୁ । ମହେଶ କହିଛନ୍ତି, "500ବର୍ଷର ସଂଘର୍ଷର ଅନ୍ତ ଘଟିଛି । ଏହି ସଂଘର୍ଷରେ କେତେ ଯେ ପ୍ରାଣବଳୀ ଯାଇଛି ତା'ର କଳନା କରାଯାଇନପାରେ ।  ଏହି ରାମ ମନ୍ଦିର ପାଇଁ ଅନେକ ଲୋକ ଜୀବନ ଉତ୍ସର୍ଗ କରିଛନ୍ତି । ରାଜା ବିକ୍ରମାଦିତ୍ୟଙ୍କ ସମୟରେ ଏଠାରେ ରାମ ମନ୍ଦିର ଥିଲା । ପରବର୍ତ୍ତୀ ସମୟରେ ମୋଗଲ ସମ୍ରାଟ ବାବରଙ୍କ ସମୟରେ ରାମଙ୍କ ମନ୍ଦିରଙ୍କୁ ଭଙ୍ଗାଯାଇ ବାବ୍ରି ମସଜିଦ ତିଆରି ହୋଇଥିଲା । ତାପରେ ନ୍ୟାୟିକ ଲଢେଇ ଚାଲିଥିଲା । ଏହି ସମୟରେ ଏକ ଟେଣ୍ଟରେ ପୂଜା ପାଉଥିଲେ ପ୍ରଭୁ ରାମଲାଲା । ନ୍ୟାୟିକ ଲଢେଇରେ ବିଜୟ ପରେ ଶେଷରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା। 500ବର୍ଷର ସଂଘର୍ଷରେ ବିଜୟ ହୋଇଥିଲା ସନାତନ ଧର୍ମର । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମଙ୍କ ମୂର୍ତ୍ତି ଏବଂ ପ୍ରାଣ ପ୍ରତିଷ୍ଠା ହେବା ପରେ ମୂର୍ତ୍ତିରେ କିଛିଟା ଫରକ ଦେଖିବାକୁ ମିଳିଥିଲା ।" 

ମୂର୍ତ୍ତି ନିର୍ମାତା ମଧ୍ୟ ଏକଥାକୁ ସ୍ବୀକାର କରିଛନ୍ତି । 6 ମାସ କାଳ ହବିଷ୍ୟାର୍ଣ୍ଣ ଭକ୍ଷଣ କରି ଯୋଗୀରାଜ ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ସୁନ୍ଦର ମୂର୍ତ୍ତି ନିର୍ମାଣ ଜଣେ କାରିଗର କେବେ ବି କରିପାରିବନି । ପ୍ରଭୁ ରାମଙ୍କ ନିର୍ଦ୍ଦେଶରେ ଏହି ମୂର୍ତ୍ତି ଏପରି ରୂପ ପାଇଛି । ରାମ ନିଜେ କାରିଗରଙ୍କ ଭିତରେ ପ୍ରବେଶ କରି ଏହି ମୂର୍ତ୍ତିକୁ ଏପରି ରୂପ ଦେଇଛନ୍ତି । ରାଜନୀତିରୁ ଉର୍ଦ୍ଧ୍ବକୁ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ସନାତନ ଧର୍ମର ଭାଇଚାରା ସମଗ୍ର ଭାରତରେ ସୃଷ୍ଟି ହୋଇଛି । ଦେଖନ୍ତୁ ଭିଏଚପିର ଜେନେରାଲ ସେକ୍ରେଟାରୀ ମହେଶ ସାହୁଙ୍କ ସହ ଇଟିଭି ଭାରତ ଓଡ଼ିଶାର ବ୍ୟୁରୋ ଚିଫ୍ ଲାଲମୋହନ ପଣ୍ଡାଙ୍କ ସାକ୍ଷାତକାର... 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.