ଡିଜିଟାଲ ଡାଏଲଗ: 'ଅନ୍ତରୀଣ ବଜେଟରେ ମଧ୍ୟବିତ୍ତଙ୍କ ଉପରେ ମାଡ଼ ହୋଇଛି'

By ETV Bharat Odisha Team

Published : Feb 3, 2024, 4:23 PM IST

thumbnail

ETV Bharat Digital Dialogue: ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କରିଥିବା ଅନ୍ତରୀଣ ବଜେଟରେ ମଧ୍ୟବିତ୍ତଙ୍କ ଉପରେ ଆକ୍ରମଣ ହୋଇଛି । ଶକ୍ତ ମାଡ ହୋଇଛି । 'ଇଟିଭି ଭାରତ'ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ଡିଜିଟାଲ ଡାଏଲଗ'ରେ ଅଂଶଗ୍ରହଣ କରି ଏପରି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ସେ କହିଛନ୍ତି,"ଅନ୍ତରୀଣ ବଜେଟରୁ ମୋଦି-ଶାହ ସରକାରର ଚରିତ୍ର ସ୍ପଷ୍ଟ ଭାବେ ସାମ୍ନାକୁ ଆସିଛି । ସ୍ପଷ୍ଟ ଚିତ୍ରଟି ହେଉଛି ମୋଦି-ଶାହ ସରକାର କର୍ପୋରେଟ ସେକ୍ଟର ପ୍ରତି ଅଧିକ ଢଳେଇ ହୋଇପଡିଛନ୍ତି । ଯଦି ଜିଏସଟି କଥା ଦେଖିବା ତେବେ ଗରିବଙ୍କଠାରୁ ୧୯ ପ୍ରତିଶତ ଜିଏସଟି ଆଦାୟ ହେଉଥିବା ବେଳେ କର୍ପୋରେଟ ସେକ୍ଟରରୁ ୧୭ ପ୍ରତିଶତ ଜିଏସଟି ଆଦାୟ ହେଉଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ କେନ୍ଦ୍ର ସରକାରଙ୍କର ଅଧିକ ଦରଦ କର୍ପୋରେଟ ସେକ୍ଟର ପ୍ରତି ରହିଛି । ସେହିପରି ଇନକମ ଟାକ୍ସରେ ମଧ୍ୟବିତ୍ତ ପରିବାରଙ୍କୁ କୌଣସି ରିହାତି ଦିଆଯାଇନାହିଁ । ଅର୍ଥାତ ଏ ସରକାରର ମଧ୍ୟବିତ୍ତ ପରିବାର ପ୍ରତି ଦୟା କମ ରହିଛି । ଯେହେତୁ ଇନକମ ଟାକ୍ସରେ ମଧ୍ୟବିତ୍ତ ପରିବାର ଆସିଥାନ୍ତି, ଏଥିରେ ସାମାନ୍ୟ ରିହାତି ଦେବାର ଆବଶ୍ୟକତା ଥିଲା ।  

ଏହା ବି ଦେଖନ୍ତୁ- ଡିଜିଟାଲ ଡାଇଲଗ: 'ରାମ ହିଁ ରାଷ୍ଟ୍ର, ଆଉ ରାଷ୍ଟ୍ର ହିଁ ରାମ' ପ୍ରାଣ ପ୍ରତିଷ୍ଠାରୁ ଏହି ମେସେଜ ଯାଇଛି: ମହେଶ ସାହୁ

କିନ୍ତୁ ବଜେଟରେ ସେପରି କୌଣସି ବ୍ୟବସ୍ଥା କରାଯାଇନାହିଁ । ଏଥିରୁ ସ୍ପଷ୍ଟ ହୋଇଛି ଯେ ମଧ୍ୟବିତ୍ତ ପରିବାର ପ୍ରତି ଆକ୍ରମଣ ହୋଇଛି । ଗରିବ ଲୋକଙ୍କଠାରୁ ଅଧିକ ଆଦାୟ ହୋଇଛି ଏବଂ ଧନୀ ଲୋକଙ୍କଠାରୁ କମ ଆଦାୟ ହୋଇଛି । ସେହିପରି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ଆଲୋକେସନ ମଧ୍ୟ ବହୁତ କମ ରହିଛି । କିନ୍ତୁ ଡିଫେନ୍ସ ଏବଂ ଭିତ୍ତିଭୂମିରେ ଆଲୋକେସନ ଅଧିକ ରହିଛି । ସ୍ବାସ୍ଥ୍ୟରେ ୧.୭ ପ୍ରତିଶତ ହୋଇଥିବା ବେଳେ ଶିକ୍ଷାରେ ରହିଛି ୧.୮ ପ୍ରତିଶତ । କିନ୍ତୁ ଡିଫେନ୍ସରେ ଏହା ରହିଛି ୬ ପ୍ରତିଶତ । ଭିତ୍ତିଭୂମିରେ ସରକାର ଅଧିକ ଖର୍ଚ୍ଚ କରିବା ପାଇଁ ଘୋଷଣା କରିଛନ୍ତି । କିନ୍ତୁ ଆମକୁ ମନେ ରଖିବାକୁ ପଡିବ କେଉଁ ଭିତ୍ତିଭୂମି । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଯଦି ଅଧିକ ଖର୍ଚ୍ଚ ହୋଇଥାନ୍ତା ତେବେ ସାଧାରଣ ଖଟିଖିଆ ମୁଲିଆଙ୍କ ପାଖରେ ଏହାର ଲାଭ ପହଞ୍ଚିଥାନ୍ତା । କିନ୍ତୁ ଭିତ୍ତିଭୂମି କଥା ଯେତେବେଳେ ଉଠୁଛି ବିମାନବନ୍ଦରରେ ଏହି ଅର୍ଥ ଖର୍ଚ୍ଚ ହେବ । ଅର୍ଥାତ ସେଠି ବି କର୍ପୋରେଟ ହାଉସର ଷ୍ଟିଲ ଲାଗିବ, ସିମେଣ୍ଟ ଲାଗିବ । ମୋଟାମୋଟି କହିବାକୁ ଗଲେ ଏହି ବଜେଟ କର୍ପୋରେଟ ହାଉସକୁ ସୁହାଇବା ଭଳି ବଜେଟ ହୋଇଛି ମଧ୍ୟବିତ୍ତଙ୍କ ଉପରେ ଦାଉ ସାଧିବା ପରି ହୋଇଛି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ସାକ୍ଷାତକାର- ଲାଲମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡ଼ିଶା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.