ଢେଙ୍କାନାଳ ଜିଲ୍ଲାରେ ୧୫୦୪ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର

By ETV Bharat Odisha Team

Published : Feb 25, 2024, 9:19 PM IST

thumbnail

Mukhyamantri Sikhya Puraskar:ଢେଙ୍କାନାଳ: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ହାଇସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ କରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଶିକ୍ଷା କ୍ଷେତ୍ରରେ ବୈପ୍ଲବୀଙ୍କ ପରିବର୍ତ୍ତନ ଆଣିବା ପାଇଁ ଆଜି ଢେଙ୍କାନାଳ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ଢେଙ୍କାନାଳର ମିନି ଷ୍ଟାଡିୟମ ଠାରେ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ । ତେବେ ଜିଲ୍ଲାସ୍ତରରେ ଷ୍ଟୁଟେଣ୍ଟ୍ ଏକାଡେମିକ ଆୱାର୍ଡ ୯୪ ଜଣଙ୍କୁ ଏବଂ ବ୍ଲକ ସ୍ତରରେ ୮୧୬ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି । ସେହିପରି ଷ୍ଟୁଡେଣ୍ଟ୍ ଲିଡରସିପ ଆୱାର୍ଡରେ ୫୦୬ ଜଣଙ୍କୁ ପ୍ରଦାନ କରାଯାଇଛି । 

ଏହା ବି ପଢନ୍ତୁ- ନବରଙ୍ଗପୁର ଓ ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

ସେହିଭଳି ଆଲୁମିନି ଆୱାର୍ଡ ଏସଏମସି ଆୱାର୍ଡ ସମେତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ୧୬ଜଣ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ମୋଟ ୧୫୦୪ ଜଣଙ୍କୁ ଆଜି ଏହି ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି । ସରକାର ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏକ ସହାୟକ ହେବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ, ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଓ ବିଧାୟକ ସୁଧୀର କୁମାର ସାମଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ସୁରେନ୍ଦ୍ର ହେମ୍ରମ ଆଦି ଯୋଗଦେଇଥିଲେ  । 
 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.