ବୌଦ୍ଧ ଜିଲ୍ଲାର ୫୧୨ ଜଣ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

By ETV Bharat Odisha Team

Published : Feb 22, 2024, 9:36 AM IST

thumbnail

Mukhyamantri Sikhya Puraskar: ବୌଦ୍ଧ: ଶିକ୍ଷାର ବିକାଶରେ ସମାଜର ବିକାଶ ହୋଇଥାଏ । ଏହି ଲକ୍ଷ୍ୟ ରଖି ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ 5T ଉପକ୍ରମରେ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଗତକାଲି(ବୁଧବାର) ବୌଦ୍ଧରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଜିଲ୍ଲା ସଦର ମହକୁମା କଚେରୀ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମୋଟ ୫୧୨ ଜଣଙ୍କୁ ପୁରସ୍କୃତ କରାଯାଇଛି । ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇ କୃତି ବିଦ୍ୟାର୍ଥୀ ଓ ଶିକ୍ଷକଙ୍କୁ ସମ୍ମାନିତ କରିଥିଲେ । 

ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସହ ଜଡିତ ବିଭିନ୍ନ ବିଦ୍ୟାଳୟ ସମେତ କୃତି ଛାତ୍ରଛାତ୍ରୀ ତଥା ଗୁରୁଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଜିଲ୍ଲାର ୩ଟି ବ୍ଲକର ସମୁଦାୟ ୩୧୪ ଜଣ କୃତି ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ଜିଲ୍ଲାର ସମୁଦାୟ ୬୯ ପଞ୍ଚାୟତ ସମେତ ଜିଲ୍ଲା ସଦର ମହକୁମା ଠାରେ ଥିବା ସମସ୍ତ ହାଇସ୍କୁଲ ୫T ଅନ୍ତର୍ଭୁକ୍ତ । ତେଣୁ ବର୍ତ୍ତମାନ ଶିକ୍ଷାର ବିକାଶ ତଥା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଶିକ୍ଷାର ବିକାଶ ଦିଗରେ ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ସୂଚନା ଦେଇଥିଲେ  । 

ଏହା ମଧ୍ୟ ପଢନ୍ତୁ- ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଜଗତସିଂହପୁରରେ 1475 ଜଣ ପୁରସ୍କୃତ

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.