ପବିତ୍ର ମହାଶିବରାତ୍ରୀରେ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

By ETV Bharat Odisha Team

Published : Mar 8, 2024, 4:42 PM IST

Updated : Mar 8, 2024, 5:53 PM IST

thumbnail

Maha Shivratri 2024:ଭୁବନେଶ୍ବର: ପବିତ୍ର ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ରାତି ୧୦ ଟାରେ ମହାଦୀପ ଉଠିବାକୁ ଥିବାବେଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ଭିଡ଼ । ଭୋର ୩ ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିବାବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ୧୧ ଟା ଯାଏଁ ସାହାଣମେଲା ଦର୍ଶନ ରହିଥିଲା । ମହାସ୍ନାନ ଓ ବେଶ ପରେ ସୂର୍ଯ୍ୟପୂଜା ଓ ଅନାନ୍ୟ ପୂଜାର ବିଧି ରହିଥିଲା । ଦର୍ଶନ ପାଇଁ ଆଜି ଭକ୍ତଙ୍କ ନାହିଁ ନଥିବା ଭିଡ଼ ଲାଗିଛି । ଶ୍ରଦ୍ଧା ଓ ବିଶ୍ଵାସର ସହ ଯାଇ ଦୀପ ଜାଳି ମହାଦେବଙ୍କୁ ଆରାଧନା କରୁଛନ୍ତି ଭକ୍ତ ।

ଏହା ମଧ୍ୟ ପଢନ୍ତୁ...ପବିତ୍ର ମହାଶିବରାତ୍ରୀ; ଉତ୍ସବ ମୁଖର ଲୋକନାଥ ପୀଠ, ଭୋର୍ 4 ଟାରେ ଉଠିବ ମହାଦୀପ

ପବିତ୍ର ମହାଶିବରାତ୍ରୀରେ ଶିବମୟ ହୋଇଛି ଏକାମ୍ର କ୍ଷେତ୍ର । ଭକ୍ତିର ସହ ହାତରେ ବେଲପତ୍ର, କ୍ଷୀର ଓ ଫୁଲ ଧରି ଭିଡରେ ବାବାଙ୍କର ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଉପବାସ ରହି ନିଷ୍ଠାର ସହ ଲିଙ୍ଗରାଜଙ୍କ ଦର୍ଶନ କରି ବେଶ ପରମାନନ୍ଦ ଲାଭ କରିଛନ୍ତି । ଆଜିର ଦିନରେ ଉପବାସ ଓ ଉଜାଗର ରହି ଶିବଙ୍କ ଉଦ୍ଦେଶ୍ୟରେ ଦୀପଦାନ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । 


ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 8, 2024, 5:53 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.