କୁଁଡୁଖ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି, ଶୋଭାଯାତ୍ରା କଲେ ଓରାମ ସମ୍ପ୍ରଦାୟ

By ETV Bharat Odisha Team

Published : Feb 10, 2024, 4:42 PM IST

Updated : Feb 10, 2024, 4:48 PM IST

thumbnail

Demand for Constitutional recognition of Kudukh language, ରାଉରକେଲା: କୁଁଡୁଖ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର । ଏନେଇ ଏକ ବିଶାଳ ଶୋଭାଯାତ୍ରା ଓରାମ ସମ୍ପ୍ରଦାୟ ପକ୍ଷରୁ କରାଯାଇଛି । ଏହି ରାଲି ରାଉରକେଲା ସହରର ବିର୍ସା ମୁଣ୍ଡା ଛକରୁ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ।  

ଏହା ମଧ୍ୟ ପଡ଼ନ୍ତୁ... ସିଡିଏମଓ କାର୍ଯ୍ୟାଳୟକୁ ମୁଖ୍ୟ ଚିକିତ୍ସାଳୟ ପରିସରକୁ ସ୍ଥାନାନ୍ତର ଦାବି

ଓରାମ ସମ୍ପ୍ରଦାୟର ମାତୃଭାଷା ହେଉଛି କୁଁଡୁଖ । କୁଁଡୁଖ ଭାଷାର ବିକାଶ ହେଲେ ଓରାମମାନଙ୍କ ବିକାଶ ହେବ । ତାସହିତ ସାହିତ୍ୟ ଏବଂ ସଂସ୍କୃତିର ମଧ୍ୟ ବିକାଶ ହେବ । କୁଁଡୁଖ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବା ଦାବିରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଛି । ହଜାର ହଜାର ସଂଖ୍ୟାରେ ଆଦିବାସୀ ଓରାମ ସମ୍ପ୍ରଦାୟର ପୁରୁଷ ଏବଂ ମହିଳା ଏହି ରାଲିରେ ସାମିଲ ହୋଇଛନ୍ତି । ଶୋଭାଯାତ୍ରାରେ ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ । ନିଜ କୁଁଡୁଖ ଭାଷାର ବିକାଶ ପାଇଁ ଏମାନେ ଆଗକୁ ଆସିଛନ୍ତି । ଏହି ଦାବିରେ ସର୍ବ ଭାରତୀୟ କୁଁଡୁଖ ଯୁବ ସଙ୍ଗଠନ ପକ୍ଷରୁ ଆୟୋଜିତ ହୋଇଥିଲା । କୁଁଡୁଖ ଭାଷାକୁ ସମ୍ବିଧାନରେ ସାମିଲ କରିବା ଏବଂ ଏହାର ପ୍ରଚାର ପ୍ରସାର ସରକାର କରିବା ଦାବିରେ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମ୍‌ଙ୍କୁ ପ୍ରଦାନ କରାଯାଇଛି । ସେମାନେ କହିଛନ୍ତି, ବହୁ ପ୍ରାଚୀନ କୁଁଡୁଖ୍ ଭାଷାକୁ ମାନ୍ୟତା ମିଳିଲେ ଉନ୍ନତ ସାହିତ୍ୟର ବିକାଶ ପାଇଁ ଓରାମ ସମାଜ ଅଗ୍ରସର ହୋଇପାରିବ । ଏହି ଭାଷା ଓ ସ୍ବତନ୍ତ୍ର ଲିପିକୁ ଝାଡଖଣ୍ଡର ବାସୁଦେବ ରାମ ଖାଲଖୋ ଆବିଷ୍କାର କରିଛନ୍ତି । 

ଇଟିଭି ଭାରତ, ରାଉରକେଲା

Last Updated : Feb 10, 2024, 4:48 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.