କଫି ଗଛର ନବୀକରଣ ଓ ପୁନଃରୋପଣ, ସହାୟତା କରୁଛି କଫି ବୋର୍ଡ - Koraput Coffee Farming

By ETV Bharat Odisha Team

Published : May 10, 2024, 9:16 PM IST

thumbnail
Koraput Coffee Farming (ETV Bharat Odisha)

Koraput Coffee Farming: କୋରାପୁଟ: ବିଶ୍ବରେ ସର୍ବତ୍ର କଫି ଚାଷ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି। ଏଥିରୁ କୋରାପୁଟ ମଧ୍ୟ ବାଦ ପଡ଼ିନାହିଁ । ତେବେ ସମସ୍ତ ବାଧାବିଘ୍ନ ଉପରେ ବିଜୟ ହାସଲ କରି କୋରାପୁଟ ଅଞ୍ଚଳରେ କଫି ଚାଷ ଆଗେଇ ଚାଲିଛି। ତେବେ ଜିଲ୍ଲାର ବିଭିନ୍ନ କଫି ବଗିଚାରେ 20-25 ବର୍ଷ ପୁରୁଣା କଫି ଗଛ ଗୁଡିକର ନବୀକରଣ କରାଯାଉଛି ।  ଆବଶ୍ୟକ ସ୍ଥଳରେ ପୁନଃରୋପଣ ମଧ୍ୟ କରାଯାଉଛି । ଯାହା ପାଇଁ କୋରାପୁଟ ସ୍ଥିତ କଫି ବୋର୍ଡ ସାହାଯ୍ୟ କରୁଥିବା ସୂଚନା ମିଳିଛି ।    

ଏହା ମଧ୍ୟ ପଢ଼ନ୍ତୁ..ବିଦେଶରେ ଚମକିଲା କୋରାପୁଟ କଫି, ମହିଳା ଉଦ୍ୟୋଗୀ କରୁଛନ୍ତି ଆଦିବାସୀଙ୍କୁ ସ୍ବାବଲମ୍ବୀ - KORAPUT COFFEE FARMING

କଫି ଗଛର ବୟସ 25 ବର୍ଷ ହୋଇଗଲେ ତାର ରୋଗ ପ୍ରତିରୋଧକ ଶକ୍ତି କମିବା ସହ ଉତ୍ପାଦନ କ୍ଷମତାରେ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ତାକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରୀ ଓ ବେସରକାରୀ ଭାବେ ପରିଚାଳିତ ହେଉଥିବା କଫି ଗଛର ଅଗକୁ କାଟି ନବୀକରଣ କରିବା ସହିତ ସମାନ ପରିମାଣର ଗଛକୁ ସମ୍ପୂର୍ଣ୍ଣ ରୂପେ ଉପାଡି ଦିଆଯାଉଥିବା କଫି ବୋର୍ଡର ବରିଷ୍ଠ ସମ୍ପର୍କ ଅଧିକାରୀ ଜଣାଇଛନ୍ତି । ନୂତନ ଗଛ ତିନି ଚାରି ବର୍ଷ ମଧ୍ୟରେ ଫଳ ଦେବା ଆରମ୍ଭ କରିବ । ସେତେଦିନ ପର୍ଯ୍ୟନ୍ତ ନବୀକରଣ କରାଯାଇଥିବା କଫି ଗଛରେ ଉତ୍ପାଦନ ଜାରି ରହୁଥିବା ଯୋଗୁଁ କ୍ଷତିର ପରିମାଣ କିଛିମାତ୍ରାରେ କମ ହୋଇପାରିବ । କଫି ବୋର୍ଡ ତରଫରୁ ମଧ୍ୟ ଏହି କାର୍ଯ୍ୟ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ସେ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.