ଆୟକର କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

By ETV Bharat Odisha Team

Published : Feb 19, 2024, 4:52 PM IST

thumbnail

ସୁବର୍ଣ୍ଣପୁର: ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲା ଆୟକର ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦିଆଯାଇଛି । ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ ସଭ୍ୟ ସୁଧୀର ପଣ୍ଡାଙ୍କ ନେତୃତ୍ବରେ କଂଗ୍ରେସ କମିଟିର ସଭ୍ୟମାନେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ନାରାବାଜି କରିଛନ୍ତି । ମୋଦି ସରକାର ଅଗଣତାନ୍ତ୍ରିକ ଭାବେ ପ୍ରଦେଶ ଯୁବ କଂଗ୍ରେସ କମିଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବାର ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଛି । କେନ୍ଦ୍ରରେ କ୍ଷମତାସୀନ ସରକାର ଭାରତୀୟ ଆଇନକୁ ଉଲ୍ଲଙ୍ଘନ କରି କାର୍ଯ୍ୟ କରିବା ସହିତ ବିରୋଧୀ ରାଜନୈତିକ ଦଳ ଉପରେ ବେଆଇନ ଭାବେ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ କରିଛନ୍ତି । କ୍ଷମତାସୀନ ସରକାରର ବିରୋଧୀ ରାଜନୈତିକ ଦଳକୁ ଆର୍ଥିକ ଭାବେ କ୍ଷତି ପହଞ୍ଚାଇଥିବାରୁ ସରକାର ବିରୋଧରେ କଂଗ୍ରେସ ଲଢେଇ ଜାରି ରଖିବ ବୋଲି ଚେତାବନୀ ଦେଇଛନ୍ତି । କେନ୍ଦ୍ର ସରକାର ଏପରି ବେଆଇନ ନୀତି ପରିତ୍ୟାଗ ନ କଲେ ସରକାର ବିରୋଧରେ ଆଗକୁ ପୁନଃ ଆନ୍ଦୋଳନ କରାଯିବ ବୋଲି ଯୁବ କଂଗ୍ରେସ କର୍ମୀମାନେ କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.