ପୁରୀରେ 'ବ୍ରିଙ୍ଗ ୟୋର୍ ଓନ ଫିଲ୍ମ' ଫେଷ୍ଟିଭାଲ ଉଦଘାଟିତ

By ETV Bharat Odisha Team

Published : Feb 22, 2024, 7:57 AM IST

thumbnail

Film Festival: ପୁରୀ: ଚକ୍ରତୀର୍ଥ ରୋଡ ସ୍ଥିତ ସ୍ବର୍ଣ୍ଣାଭ ବେଳାଭୂମିରେ 'ବ୍ରିଙ୍ଗ ୟୋର୍ ଓନ ଫିଲ୍ମ' ଫେଷ୍ଟିଭାଲ ଉଦଘାଟିତ ହୋଇଛି । ଯୁବ ନିର୍ମାତା,ପ୍ରଯୋଜକ ଓ ଚଳଚ୍ଚିତ୍ର ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଖୋଲା ମଞ୍ଚରେ ସୁଯୋଗ ଦେବା ପାଇଁ ୨୧ ବର୍ଷ ତଳେ 'ବାଏ ଅଫ୍' ବା 'ବ୍ରିଙ୍ଗ ୟୋର୍ ଓନ ଫିଲ୍ମ' ଫେଷ୍ଟିଭାଲ ପରିକଳ୍ପନା କରାଯାଉଥିଲା । ଚଳିତ ବର୍ଷ ସମଗ୍ର ଦେଶ ଓ ଦେଶ ବାହାରୁ ୬୦ଟି ଚଳଚ୍ଚିତ୍ର ସ୍କ୍ରିନିଂ ହେବ । ୫ ଦିନ ବ୍ୟାପୀ ହେବାକୁ ଥିବା ଉତ୍ସବରେ ଦେଶ ତଥା ଦେଶ ବାହାରୁ ଚଳଚ୍ଚିତ୍ର ସହ ଜଡ଼ିତ ୩ଶହରୁ ଅଧିକ ପ୍ରତିନିଧି ଯୋଗ ଦେବେ । ଏହି ଚଳଚ୍ଚିତ୍ର ମହୋତ୍ସବରେ କୌଣସି ମନୋନୟନ, ଜୁରୀ କିମ୍ବା ପୁରସ୍କାର ନାହିଁ । ଉଭୟ ଅଭିଜ୍ଞ ଓ ଯୁବ ଫିଲ୍ମ ନିର୍ମାତା , ପ୍ରଯୋଜକଙ୍କ ସମାହାର ଏହି ଫିଲ୍ମ ମହୋତ୍ସବରେ ଦେଖିବାକୁ ମିଳିଥାଏ । କଳା, ସଂସ୍କୃତି, ପରମ୍ପରା, ଭାଷା, ଚାଲି ଚଳଣି, ଉତ୍ସବ ଓ ପର୍ବପର୍ବାଣୀକୁ ନେଇ ପ୍ରସ୍ତୁତ କ୍ଷୁଦ୍ର ଡକ୍ୟୁମେମେଣ୍ଟାରୀ ଚଳଚ୍ଚିତ୍ର ଏହି ମହୋତ୍ସବରେ ସ୍କ୍ରିନିଂ ହେବ ।

ଏହା ମଧ୍ୟ ପଢନ୍ତୁ...ଖଜୁରାହୋ ଡ୍ୟାନ୍ସ ଫେଷ୍ଟିଭାଲରେ ୱାର୍ଲ୍ଡ ରେକର୍ଡ, 1484 କଳାକାରଙ୍କ କଥକ ପ୍ରଦର୍ଶନ

ଯୁବ ଫିଲ୍ମ ନିର୍ମାତାମାନେ ଅଭିଜ୍ଞଙ୍କଠାରୁ ଅନୁଭୂତି ଓ ଜ୍ଞାନ ଆହରଣ କରିବେ । ୨୧ ତମ 'ବାଏ ଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ' ଉଦଘାଟିତ ହୋଇଛି । ପ୍ରଥମ ସନ୍ଧ୍ୟାରେ ପୁରୀର ଯୁବ ଫିଲ୍ମ ନିର୍ମାତା ଆଶୁତୋଷ ପଟ୍ଟନାୟକଙ୍କ ପୁରୀର ଯାଗା ଓ ଆଖଡ଼ା ସଂସ୍କୃତିକୁ ନେଇ ହୋଇଥିବା ୨୭ ମିନିଟର 'ଯାଗା ଆଖଡ଼ା' ଡକ୍ୟୁମେମେଣ୍ଟାରୀ ପ୍ରଥମେ ସ୍କ୍ରିନିଂ ହୋଇଥିଲା । ଏହାପରେ ସୈଫ କିଡୱାଇଙ୍କ ୪ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । 


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.