ମା’ ତାରିଣୀଙ୍କ ଆଶୀର୍ବାଦ ନେଇ ପ୍ରଚାରକୁ ବାହାରିଲେ ପାଟଣା ବିଜେପି ବିଧାୟକ ପ୍ରାର୍ଥୀ - ODISHA ASSEMBLY ELECTION

By ETV Bharat Odisha Team

Published : Apr 21, 2024, 9:45 PM IST

thumbnail

Ghatagaon Tarini Temple: କେନ୍ଦୁଝର: ଆଜି ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ପାଟଣା ବିଜେପି ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ । ମା’ଙ୍କ ପାଖରୁ ଆଶୀର୍ବାଦ ନେବା ପରେ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ଅଖିଳ । ପାଟଣା ନିର୍ବାଚନ ମଣ୍ଡଳୀର ମଲ୍ଲିପଶି ଛକ ଠାରୁ ନିଜ ପ୍ରଚାର ଆରମ୍ଭ କରିଛନ୍ତି ପ୍ରାର୍ଥୀ । ନିଜର ଚାକିକି ଜୀବନରେ ଅର୍ଜନ କରିଥିବା ଅଭିଜ୍ଞତାକୁ ପାଥେୟ କରି ଏହି ନିର୍ବାଚନ ମଣ୍ଡଳୀରେ ବଢ଼ି ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସେ ଲୋକଙ୍କୁ ବୁଝାଇ ଭୋଟ ଭିକ୍ଷା କରିବେ ବୋଲି ପ୍ରକାଶ କରିଛନ୍ତି ଅଖିଳ ।  

ଏହା ମଧ୍ୟ ପଢ଼ନ୍ତୁ.. ବାପାଙ୍କ ଗଡ଼ ଜିତିବେ ପୁଅ ! କଂଗ୍ରେସ ହାତକୁ ଫେରିବ କି ବେଗୁନିଆ ? - Begunia Assembly Constituency

ଅଖିଳଙ୍କୁ ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ବିରଜା ମିଶ୍ର, ରାଜେନ୍ଦ୍ର ପଟ୍ଟନାୟକ, ସୁବ୍ରତ ମହାନ୍ତି, କମଳା କାନ୍ତ ଦାସ ସମେତ ଜିଲ୍ଲା ଓ ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା ତଥା ତାଙ୍କ ସମର୍ଥକମାନେ ସାମିଲ ହୋଇ ଏକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ନିଜ ପାଟଣା ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ପାନୀୟ ଜଳ ସମସ୍ୟା ଉପରେ ଅଧିକ ଗୁରୁତ୍ବ ଦେଇ ଏହା ତାଙ୍କର ମୁଦ୍ଦା ରହିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଅଖିଳ ନାଏକ । ଏହାସହ ପାଟଣା ନିର୍ବାଚନ ମଣ୍ଡଳୀରେ ବଢ଼ି ଚାଲିଥିବା ବେରୋଜଗାରି ଓ ଦାଦନ ଶ୍ରମିକ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ଅଖିଳ । ପାଟଣା ନିର୍ବାଚନ ମଣ୍ଡଳୀରେ ପାଞ୍ଚ ଥର ବିଧାୟକ ଥିବା ହୃଷୀକେଶ ନାଏକ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ବର୍ତ୍ତମାନର ବିଧାୟକ ଜଗନ୍ନାଥ ନାଏକ ବିଜେଡି ଟିକେଟରେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଦୁଇ ଜଣଙ୍କୁ ବହୁ ଭୋଟ ବ୍ୟବଧାନରେ ହରାଇବେ ବୋଲି ଦୃଢ଼ତା ସହ ପ୍ରକାଶ କରିଛନ୍ତି ଅଖିଳ ଚନ୍ଦ୍ର ନାଏକ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.