ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ! ରେମୁଣାର ବିଦ୍ୟାସ୍ମିତାଙ୍କୁ ପ୍ରାର୍ଥୀ କଲା ବିଜେଡି - Bidyasmita Mahalik as MLA Candidate

By ETV Bharat Odisha Team

Published : Apr 20, 2024, 2:29 PM IST

thumbnail

BJD fields Bidyasmita Mahalik as MLA: ବାଲେଶ୍ବର: ଜିଲ୍ଲାର ଦୁଇଟି ବିଧାନସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି ।  ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସିମୁଳିଆ ଏବଂ ରେମୁଣା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ରେମୁଣା ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ଭାବେ ବିଦ୍ୟାସ୍ମିତା ମହାଳିକଙ୍କ ନାମ ଘୋଷଣା କରାଯାଇଛି । ବିଦ୍ୟାସ୍ମିତାଙ୍କ ନାମ ଘୋଷଣା ପରେ କନକ ଦୁର୍ଗରେ ମନ୍ଦିରରେ ପହଞ୍ଚି ମା'ଙ୍କ ଆଶୀର୍ବାଦ ନେଇଥିଲେ ।  ପରେ କର୍ମୀମାନେ ଏକଜୁଟ ହୋଇ ବିଦ୍ୟାସ୍ମିତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଦ୍ୟାସ୍ମିତା ଜଣେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାରୁ ପତ୍ରିପାଳ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଏବେ ପୁଣି ବିଧାୟିକା ପ୍ରାର୍ଥୀ ଭାବେ ବିଦ୍ୟାସ୍ମିତାଙ୍କ ନାମ ଘୋଷଣା ପରେ କର୍ମୀଙ୍କ ମହଲରେ ଉତ୍ସାହ ବୃଦ୍ଧି ପାଇଛି ।  

ଏହା ବି ପଢନ୍ତୁ- ଷଷ୍ଠ ପର୍ଯ୍ୟାୟରେ 9ପ୍ରାର୍ଥୀ ଦେଲା BJD: ବଡଚଣାରୁ ବର୍ଷା, ଚମ୍ପୁଆରୁ ସନାତନ, କେନ୍ଦ୍ରାପଡ଼ାରୁ ଗଣେଶ୍ବର

ବିଧାୟିକା ପ୍ରାର୍ଥୀ ଭାବେ ନାମ ଘୋଷଣା ପରେ ବିଦ୍ୟାସ୍ମିତା ଭାବବିହ୍ଵଳ ହୋଇ ପଡ଼ିଥିଲେ । ଏଥିପାଇଁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ରେମୁଣା ଅଞ୍ଚଳବାସୀଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି ।  ଏହାସହ ରେମୁଣାବାସୀ ସୁଯୋଗ ଦେଲେ ଅଞ୍ଚଳରେ କୃଷି କ୍ଷେତ୍ରରେ ବିକାଶ କରାଯିବ ବୋଲି ବିଦ୍ୟାସ୍ମିତା ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପଟେ ରେମୁଣା ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଭାବେ ଗୋବିନ୍ଦ ଦାସ ଏବଂ କଂଗ୍ରେସ ପ୍ରାର୍ଥୀ ଭାବେ ସୁଦର୍ଶନ ଜେନା ନିର୍ବାଚନ ମଇଦାନରେ ଥିବା ବେଳେ ବିଦ୍ୟାସ୍ମିତା କେମିତି ରଣକ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ତାହା ସମୟ କହିବ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.