କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଇ ବଡ଼ଚଣା ଅଭିଯାନ ଆରମ୍ଭ କଲେ ବର୍ଷା - VARSHA PRIYADARSHINI

By ETV Bharat Odisha Team

Published : Apr 20, 2024, 6:53 PM IST

thumbnail

BJD Candidate Varsha Priyadarshini: କଟକ: ଚଣ୍ଡି ମନ୍ଦିର ଦର୍ଶନ କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି (ଶନିବାର) ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ଘୋଷଣା କରିଛନ୍ତି । ନାଁ ଘୋଷଣା ହେବା ପରେ କଟକ ଚଣ୍ଡୀ ମନ୍ଦିର ଆସି ମାଆଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ବର୍ଷା । ଏଥିସହ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରି ଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭରସା କରିଥିବାରୁ ତାଙ୍କ ସମ୍ମାନ ରକ୍ଷା କରିବି ବୋଲି କହିଛନ୍ତି ବର୍ଷା । 

ଏହାମଧ୍ୟ ପଢନ୍ତୁ.. ଷଷ୍ଠ ପର୍ଯ୍ୟାୟରେ 9ପ୍ରାର୍ଥୀ ଦେଲା BJD: ବଡଚଣାରୁ ବର୍ଷା, ଚମ୍ପୁଆରୁ ସନାତନ, କେନ୍ଦ୍ରାପଡ଼ାରୁ ଗଣେଶ୍ବର - BJD CANDIDATE LIST

ସୂଚନାଯୋଗ୍ୟ, ଗତକାଲି (ଶୁକ୍ରବାର) ଶଙ୍ଖ ଧରିଥିଲେ ଓଲିଉଡ଼ର ଷ୍ଟାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆଉ ବିଜେଡି ଆଜି ତାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । ବର୍ଷାଙ୍କୁ ବଡ଼ଚଣା ଆସନରୁ ଲଢ଼ିବା ପାଇଁ ବିଜେଡି ସୁପ୍ରିମୋ ଘୋଷଣା କରିଛନ୍ତି । 
 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.