ETV Bharat / technology

ଶ୍ରୀଲଙ୍କା ଓ ମରିସସରେ ଆରମ୍ଭ ହେବ UPI ସେବା, ଆଜି ଲଞ୍ଚ୍ କରିବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Feb 12, 2024, 10:45 AM IST

UPI Services In Sri Lanka-Mauritius: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସି ଜରିଆରେ ଶ୍ରୀଲଙ୍କା-ମରିସସରେ ଆରମ୍ଭ କରିବେ ୟୁପିଆଇ ସେବା । ଅଧିକ ପଢନ୍ତୁ

UPI
UPI

ହାଇଦ୍ରାବାଦ: ପଡୋଶୀ ଦେଶ ଶ୍ରୀଲଙ୍କା ଏବଂ ମରିସସକୁ ଆଜି ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଅପରାହ୍ନ 1ଟାରେ ଶ୍ରୀଲଙ୍କା ଏବଂ ମରିସସରେ ୟୁପିଆଇ ସେବା(ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ) ଏବଂ ମରିସସରେ RuPay କାର୍ଡ ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନା ଅନୁସାରେ, ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିନ୍ଧେ ଏବଂ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଧ ଜୁଗନାଥ ଯୋଗଦେବେ । ସୂଚନାଥାଉକି, ଗତବର୍ଷ ଜୁଲାଇ ମାସରେ ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମାସିନ୍ଦେ ନୂଆଦିଲ୍ଲୀ ଗସ୍ତ ସମୟରେ ୟୁପିଆଇ ସେବା ନେଇ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।

ଫ୍ରାନ୍ସରେ ମଧ୍ୟ ଆରମ୍ଭ ହୋଇଛି ୟୁପିଆଇ: ଗତ ଫେବୃଆରୀ 2 ତାରିଖରେ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଆଇକନିକ ଇଫେଲ ଟ୍ବାଓ୍ବାରରେ ୟୁପିଆଇ ସେବା ଆରମ୍ଭ କରାଯାଇଥିଲା । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଜୟପୁର ଆସିବା ସମୟରେ ୟୁପିଆଇ ସେବାର ସୁବିଧା ବିଷୟରେ ଅନୁଭବ କରିଥିଲେ । ସିଙ୍ଗାପୁର ଏବଂ ୟୁଏଇ ସମେତ ଅନ୍ୟଦେଶ ସହିତ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧିରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ(UPI) ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ତେବେ ପ୍ୟାରିସରେ ୟୁପିଆଇର ଔପଚାରିକ ଲଞ୍ଚ କରି ପ୍ରଧାମନ୍ତ୍ରୀ କହିଥିଲେ, ୟୁପିଆଇକୁ ବିଶ୍ବବ୍ୟାପୀ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।

ଏହା ମଧ୍ୟ ପଢନ୍ତୁ: ଫ୍ରାନ୍ସରେ ବି ଚାଲିବ UPI: ସୁବିଧା ପାଇବେ ଭାରତୀୟ, ଆଉ ରହିବନି ଟଙ୍କା ଟେନସନ୍‌ !

UPI କଣ: ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ହେଉଛି ଭାରତର ମୋବାଇଲ ଆଧାରିତ ଏକ ପେମେଣ୍ଟ ସିଷ୍ଟମ । ଗୋଟିଏ ମୋବାଇଲ ଆପ୍ଲିକେସନରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟର ସେବା ପ୍ରଦାନ କରିଥାଏ । ଦେଶକୁ ସୁଦୃଢ କରିବା ପାଇଁ ଭାରତ ଏବଂ ଫ୍ରାନ୍ସ ୟୁପିଆଇ ସେବାକୁ ପ୍ରୋତ୍ସାହିତ କରିଥିଲେ । ଫ୍ରାନ୍ସ ଏବଂ ୟୁରୋପରେ ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ(ୟୁପିଆଇ)କୁ କାର୍ଯ୍ୟକାରୀ କରିବା ପାଇଁ NPCI ଇଣ୍ଟରନ୍ୟାସନାଲ ପେମେଣ୍ଟସ ଲିମିଟେଡ୍ (NIPL) ଏବଂ ଫ୍ରାନ୍ସର ଲାଇରା କଲେକ୍ଟ ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଏହି ଲଞ୍ଚ ପରେ ଶ୍ରୀଲଙ୍କା ଏବଂ ମରିସସରେ ୟୁପିଆଇ ସେବା ଆରମ୍ଭ ହେବ । ଏହି ସେବା ମାଧ୍ୟମରେ ଦୁଇ ଦେଶର ପର୍ଯ୍ୟଟକଙ୍କୁ ଅନେକ ସୁବିଧା ମିଳିବ । ଉଭୟ ଦେଶର ନାଗରିକ ଏହି ସୁବିଧାର ଲାଭ ଉଠାଇ ପାରିବା ସହିତ ପେମେଣ୍ଟରେ ମଧ୍ୟ କୌଣସି ସମସ୍ୟା ହେବ ନାହିଁ । ତେବେ ଅପରାହ୍ନ 1ଟାରେ ଆରମ୍ଭ ହେବାକୁ ଥିବା ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ ସେବା ଆଇରବିଆଇର ୟୁଟ୍ୟିବ ଚାନେଲରେ ସିଧାପ୍ରସାରଣ ହେବା ନେଇ ଆଇବିଆଇ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.