ETV Bharat / technology

ଫ୍ରାନ୍ସରେ ବି ଚାଲିବ UPI: ସୁବିଧା ପାଇବେ ଭାରତୀୟ, ଆଉ ରହିବନି ଟଙ୍କା ଟେନସନ୍‌ !

author img

By ETV Bharat Odisha Team

Published : Feb 3, 2024, 8:41 AM IST

Updated : Feb 3, 2024, 11:00 AM IST

UPI Services Launched in France: ଫ୍ରାନ୍ସରେ ଲଞ୍ଚ ହେଲା ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) । ଏଣିକି ୟୁପିଆଇରେ ଟଙ୍କା ପେମେଣ୍ଟ କରିପାରିବେ ଭାରତୀୟ ପର୍ଯ୍ୟଟକ । ଅଧିକ ପଢନ୍ତୁ

ଫ୍ରାନ୍ସରେ ଲଞ୍ଚ ହେଲା ୟୁପିଆଇ
UPI Services Launched in france

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଖୁସି ଖବର । ଏଣିକି ଫ୍ରାନ୍ସରେ ବି କରିପାରିବେ ୟୁପିଆଇ ପେମେଣ୍ଟ । ଫ୍ରାନ୍ସର ରାଜଧାନୀ ପ୍ୟାରିସର ଏଫିଲ୍‌ ଟାୱାରରେ ୟୁପିଆଇ ଲଞ୍ଚ କରାଯାଇଛି । ଏନେଇ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ଶୁକ୍ରବାର ଦିନ ଏକ୍ସରେ ସୂଚନା ଦେଇଛି । ସର୍ବଭାରତୀୟ ସ୍ତରରେ ୟୁପିଆଇ ସେବା ଆରମ୍ଭ ହେବା ପିଏମ ମୋଦିଙ୍କ ଦର୍ଶନର ଏକ ଅଂଶ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି ।

ପ୍ରଧାନମନ୍ତ୍ରୀ ଏହି ଟ୍ୱିଟକୁ ରିଟ୍ୱିଟ କରି ଏହାକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଲେଖିଛନ୍ତି, ''ଏହା ଦେଖିବା ପରେ ମୋତେ ବହୁତ ଖୁସି ଲାଗିଲା । ବିଶ୍ବସ୍ତରରେ UPIକୁ ଆଗକୁ ନେବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଡିଜିଟାଲ୍ ପେମେଣ୍ଟକୁ ଉତ୍ସାହିତ କରିବ ଏବଂ ମଜବୁତ ସମ୍ପର୍କ ସ୍ଥାପନ କରିବାର ଏହା ଏକ ଅଦ୍ଭୁତପୂର୍ଣ୍ଣ ଉଦାହରଣ ।''

ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ୍ସରେ କୁହାଯାଇଥିଲା, ''ପ୍ୟାରିସର ଏଫିଲ୍‌ ଟାୱାରରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଲଞ୍ଚ ହୋଇଛି । ଏହା ପିଏମ ମୋଦିଙ୍କ ଦ୍ବାରା ଭାରତରେ ଆରମ୍ଭ ହୋଇଥିବା ୟୁପିଆଇ ସେବାକୁ ବିଶ୍ବସ୍ତରରେ ପହଞ୍ଚାଇବାର ଏକ ଅଂଶ । ଫ୍ରାନ୍ସରେ ଆୟୋଜିତ ରିପବ୍ଲିକ୍ ଡେ ରିସେପ୍ସନରେ UPI ସେବା ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯାଇଥିଲା । ''

ଏହା ମଧ୍ୟ ପଢନ୍ତୁ-Bengaluru: ପରିବା କିଣିଲେ ଜର୍ମାନ ମନ୍ତ୍ରୀ, UPIରେ ପେମେଣ୍ଟ କରି କଲେ ପ୍ରଂଶସା

ଫ୍ରାନ୍ସ ଏବଂ ୟୁରୋପରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) କାର୍ଯ୍ୟକାରୀ କରିବାକୁ NPCI ଆନ୍ତର୍ଜାତୀୟ ପେମେଣ୍ଟ ଲିମିଟେଡ୍ (NIPL) ଏବଂ ଫ୍ରାନ୍ସର ଲାୟର କଲେକ୍ଟ ଏକ ଚୁକ୍ତିନାମା କରିଥିଲେ । ଗତ ବର୍ଷ ଜୁଲାଇରେ ଫ୍ରାନ୍ସ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ସମୟରେ ସେ ଘୋଷଣା କରିଥିଲେ ଯେ , ଭାରତ ଓ ଫ୍ରାନ୍ସ ମଧ୍ୟରେ ୟୁପିଆଇ ପେମେଣ୍ଟ ମେକାନିଜିମ ବ୍ୟବହାର କରିବାକୁ ସହମତି ପ୍ରକାଶ ପାଇଛି ଏବଂ ଏହାର ଆରମ୍ଭ ଏଫିଲ୍‌ ଟାୱାରରୁ ହେବ । ଫ୍ରାନ୍ସରେ ଭାରତୀୟ ପର୍ଯ୍ୟଟକମାନେ ବର୍ତ୍ତମାନ ଟଙ୍କା ପେମେଣ୍ଟ କରିପାରିବେ ।

ଭାରତର ୟୁପିଆଇ କିମ୍ବା ଅନ୍ୟ ଡିଜିଟାଲ୍ ପ୍ଲାଟଫର୍ମ ହେଉ, ଦେଶରେ ଏହା ଏକ ବଡ଼ ସାମାଜିତ ପରିବର୍ତ୍ତନ ଆଣିପାରିଛି । ମୁଁ ଖୁସି ଯେ ଭାରତ ଏବଂ ଫ୍ରାନ୍ସ ମଧ୍ୟ ଏଦି ଦିଗରେ ମିଶିକି କାର୍ଯ୍ୟ କରୁଛନ୍ତି । ଜୁଲାଇ 14ରେ ପ୍ୟାରିସର ଲା ସେଇନ୍ ମ୍ୟୁଜିକାଲରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବା ସମରେ ପ୍ରଧାନମନ୍ତ୍ରୀ ଏପରି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଫ୍ରାନ୍ସରେ UPI ବ୍ୟବହାର କରିବାକୁ ରାଜି ହୋଇଛନ୍ତି । ଚୁକ୍ତି ଶେଷ ହେବା ପରେ ମୁଁ ଚାଲିଯିବି । ଆଗକୁ ବଢିବା ଆପଣଙ୍କ କାମ । ଆଗାମୀ ଦିନରେ ଏହାର ଆରମ୍ଭ ଏଫିଲ୍‌ ଟାୱାରରୁ ହେବ, ଅର୍ଥାତ୍ ଭାରତୀୟ ପର୍ଯ୍ୟଟକମାନେ ୟୁପିଏ ମାଧ୍ୟମରେ ଏଫିଲ୍‌ ଟାୱାରରେ ଟଙ୍କା ଦେଇ ପାରିବେ।

ନିକଟରେ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନ୍ ଭାରତ ଗସ୍ତରେ ଆସି ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଥିଲେ । ଏହାପରେ ଜୟପୁରରେ ମୋଦି ଓ ମାକ୍ରୋନ ଏକ ଟି ଷ୍ଟଲ ବୁଲିବାକୁ ଯାଇଥିଲେ । ଯେଉଁଠାରେ ମାକ୍ରନ୍ UPI ବ୍ୟବହାର କରିଥିଲେ । ଏହାପୂର୍ବରୁ ଜୟପୁରର ହାୱା ମହଲ ଗସ୍ତ ସମୟରେ ଦୁଇ ନେତା ଏକ ସପକୁ ଯାଇଥିବା ବେଳେ ମାକ୍ରୋନଙ୍କୁ ୟୁପିଆଇ ଡିଜିଟାଲ ପେମେଣ୍ଟ ସମ୍ପର୍କରେ ମୋଦି ବୁଝାଇଥିଲେ । ସାରା ଦେଶରେ ଡିଜିଟାଲ କାରବାର ବ୍ୟବହାର ବଢିବାରେ ଲାଗିଛି । କ୍ୟାସ ଅପେକ୍ଷା ଲୋକେ ଅନଲାଇନ ନେଣଦେଣ ଉପରେ ଅଧିକ ନିର୍ଭରଶୀଳ । ୟୁପିଆଇ ଜରିଆରେ ଗ୍ରାହକ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନନେଇ ବି ନିଜ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇପାରୁଛନ୍ତି ।

Last Updated : Feb 3, 2024, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.