ETV Bharat / technology

ସୁରକ୍ଷିତ ଇଣ୍ଟରନେଟ ଦିବସ, ସାଇବର ଠକେଇରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

author img

By ETV Bharat Odisha Team

Published : Feb 6, 2024, 3:18 PM IST

Safer Internet Day: ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକେଇ । ତେଣୁ ସୁରକ୍ଷିତ ଇଣ୍ଟରନେଟ ବ୍ୟବହାର ଜରୁରୀ । ଏହି ଠକେଇରୁ କିପରି ବର୍ତ୍ତିବେ ଜାଣିବା ପାଇଁ ଅଧିକ ପଢନ୍ତୁ

Safer Internet Day
Safer Internet Day

ହାଇଦ୍ରାବାଦ: ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ କମ୍ ସମୟରେ କାର୍ଯ୍ୟକୁ ସୁଚାରୁରୂପେ କରିବା ପାଇଁ ଇଣ୍ଟରନେଟରେ ଅଧିକ ସମୟ ଅତିବାହିତ କରିଥାଆନ୍ତି । କିନ୍ତୁ ଇଣ୍ଟରନେଟରେ କ୍ରମାଗତ ଭାବେ ସମୟ ଅତିବାହିତ କରିବା ଦ୍ୱାରା ସାଇବର ଠକେଇ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ସାଇବର ଅପରାଧିଠାରୁ ଆରମ୍ଭ କରି ଟ୍ୟାମ୍ପରିଂ କରି ବ୍ଲାକମେଲର ଆଶଙ୍କା ଅଧିକ ରହିଥାଏ । ଇଣ୍ଟରନେଟର ବହୁଳ ବ୍ୟବହାର ସମୟରେ ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ ଏହାର ସୁରକ୍ଷିତ ବ୍ୟବହାର ।

2024ର ଥିମ:- ଯୁବପିଢିଙ୍କ ପାଇଁ ଇଣ୍ଟରନେଟର ବ୍ୟବହାରକୁ ଅଧିକ ସୁରକ୍ଷିତ କରିବା ପାଇଁ ୟୁରୋପୀୟ ସଂଘ ଦ୍ୱାରା 2004 ମସିହାରେ ସୁରକ୍ଷିତ ଇଣ୍ଟରନେଟ ଦିବସ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି । ସୁରକ୍ଷିତ ଇଣ୍ଟରନେଟ ବ୍ୟବହାର ପାଇଁ ପ୍ରତିଟି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହର ଦ୍ୱିତୀୟ ଦିନରେ ଏହି ଦିବସ ପାଳନ କରାଯାଏ । ଚଳିତ ବର୍ଷ ଆଜିର ଦିନରେ ଅର୍ଥାତ ଫେବୃଆରୀ 6 ତାରିଖରେ ଏହି ଦିବସ ପାଳନ କରାଯାଉଛି । ତେବେ ପ୍ରତିବର୍ଷ ଏକ ଥିମକୁ ନେଇ ସୁରକ୍ଷିତ ଇଣ୍ଟରନେଟ ଦିବସ ପାଳନ କରାଯାଇଥାଏ । ଟୁଗେଦର ଫର ଏ ବେଟର ଇଣ୍ଟରନେଟ ରହିଛି ଚଳିତବର୍ଷର ବିଷୟବସ୍ତୁ ।

ଇଣ୍ଟରନେଟର ଅପବ୍ୟବହାର କରି ଅପରାଧୀମାନେ ପ୍ରତ୍ୟେକ ଦିନ ବ୍ୟକ୍ତିଗତ ଫଟୋ ଏବଂ ସୂଚନାକୁ ଟାମ୍ପରିଂ କରି ଜନସାଧାରଣଙ୍କୁ ଅସୁବିଧାରେ ପକାଇଥାଆନ୍ତି । ଯଦି ଜଣେ ମହିଳା ଏଭଳି କୌଣସି ସମସ୍ୟାର ସମ୍ମୁଖୀନ ହୁଏ ତାହେଲେ ଏନସିଆରପି ପୋର୍ଟାଲ ଦ୍ବାରା ମାମଲାର ଅଭିଯୋଗ କରିପାରିବେ । କିମ୍ବା 1930 ହେଲ୍ପଲାଇନ ନମ୍ବର ସାହାଯ୍ୟ ନେଇପାରିବେ ।

ଏହା ମଧ୍ୟ ପଢନ୍ତୁ: Safer Internet Day: ସୁରକ୍ଷିତ ଇଣ୍ଟରନେଟ ବ୍ୟବହାର ଗଢିବ ସୁସ୍ଥ ସମାଜ

ସାଇବର ଫ୍ରଡରୁ କିଭଳି ବର୍ତ୍ତିବେ:

  • ଟଙ୍କା ରୋଜଗାର ଲାଳସାରେ ଫସନ୍ତୁ ନାହିଁ: ଅନେକ ସମୟରେ ଲୋକେ ଟଙ୍କା ଲୋଭ କିମ୍ବା ସୂଚନା ଅଭାବରୁ ଅନଲାଇନ ଠକେଇର ଶିକାର ହୋଇଥାଆନ୍ତି । କିନ୍ତୁ ଟଙ୍କା ନେଣଦେଣ କେବଳ ବ୍ୟାଙ୍କର ପ୍ରାମଣିକ ଆପରେ ହୋଇଥାଏ ଏହା ମନେ ରଖିବା ଉଚିତ ବୋଲି ସାଇବର ଏକ୍ସପର୍ଟମାନେ ମତ ଦେଇଛନ୍ତି ।
  • ଆଜଣା ଲିଙ୍କକୁ ଖୋଲନ୍ତୁ ନାହିଁ। ଏହାକୁ କ୍ଲିକ କରିବା ମାତ୍ରେ ସମସ୍ୟା ବା ଅସୁବିଧା ହେବାର ଆଶଙ୍କା ରହିଥାଏ ।
  • ଛୋଟ ଛୁଆମାନେ ମୋବାଇଲ ବ୍ୟବହାର କରିବା ସମୟରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ସମସ୍ତ ଆବଶ୍ୟକୀୟ ବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥିବା ସାଇଟଠାରୁ ଦୂରେଇ ରହିବା ଉଚିତ ।
  • ଡାଟା ସିକ୍ୟୁରିଟି କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଅନୁମୋଦିତ ହୋଇଥିବା ଆପକୁ ହିଁ ବ୍ୟବହାର କରନ୍ତୁ ।
  • ଇଣ୍ଟରନେଟ ମାଧ୍ୟମରେ ଯେକୌଣସି ପ୍ରକାର ଖବରର ପ୍ରଚାର-ପ୍ରସାର ହୋଇପାରୁଥିବାରୁ, କେଉଁ ସୂଚନା ବାବଦରେ ପିଲାମାନେ ଜ୍ଞାତ ରହିବେ, ସେମାନଙ୍କ ଉପଯୋଗୀ ଖବର କଣ ସେସବୁ ପ୍ରତି ସଚେତନ କରାଇବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.