ETV Bharat / technology

କମିବ ମୋବାଇଲ ଦର, ମୋବାଇଲ ପାର୍ଟ୍ସର କଷ୍ଟମ ଡ୍ୟୁଟି ଟ୍ୟାକ୍ସ ହ୍ରାସ

author img

By ETV Bharat Odisha Team

Published : Feb 1, 2024, 12:07 PM IST

Smartphone Price: ମୋବାଇଲ ପାର୍ଟ୍ସର କଷ୍ଟମ ଡ୍ୟୁଟି ଟ୍ୟାକ୍ସ ହ୍ରାସ କଲେ ସରକାର । କମିବ ମୋବାଇଲ ଦର । ଅଧିକ ପଢନ୍ତୁ

Smartphone Price
କମିବ ମୋବାଇଲ ଦର

ହାଇଦ୍ରାବାଦ: ଆର୍ଥିକ ବର୍ଷ 2024-25 ପାଇଁ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ମଧ୍ୟ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ସରକାର ଏକ ବିଶେଷ ଉପହାର ଦେଇଛନ୍ତି । ମୋବାଇଲ୍ ଫୋନରେ ବ୍ୟବହୃତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି ଭାରତ ସରକାର । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ମୋବାଇଲ ଫୋନ ତିଆରି ପାଇଁ ଆବଶ୍ୟକ ହେଉଥିବା ପାର୍ଟ ବା ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ଟ୍ୟାକ୍ସ ହ୍ରାସ କରିଥିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି କାରଣରୁ କମ୍ପାନୀ ଗୁଡିକର ମୋବାଇଲ୍ ତିଆରି କରିବା ପାଇଁ ଖର୍ଚ୍ଚ ମଧ୍ୟ ହ୍ରାସ ହେବ । କମ୍ ଖର୍ଚ୍ଚ କାରଣରୁ ଏହା ଦ୍ବାରା ଅଧିକ ଲାଭ ପାଇବେ ମୋବାଇଲ ଉପଭୋକ୍ତା ।

ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ମୋବାଇଲ ଫୋନ ପାର୍ଟ୍ସ ଉପରେ କଷ୍ଟମ ଡ୍ୟୁଟି 15 ପ୍ରତିଶତରୁ 10 ପ୍ରତିଶତକୁ ହ୍ରାସ କରାଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, କଷ୍ଟମ ଡ୍ୟୁଟିର ଏହି ଯୁକ୍ତିଯୁକ୍ତ ଉଦ୍ୟେଗ ଏବଂ କଷ୍ଟମ୍ ପ୍ରଣାଳୀରେ ବହୁ ଆବଶ୍ୟକୀୟ ନିଶ୍ଚିତତା ଏବଂ ସ୍ୱଚ୍ଛତା ଆଣିଥାଏ । ମୋବାଇଲ୍ ଫୋନ୍ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିବା ଦିଗରେ ଏହି ପଦକ୍ଷେପ ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ ଧନ୍ୟବାଦ ଜଣାଉଛି ।"

ଏହା ମଧ୍ୟ ପଢନ୍ତୁ: ବଜେଟ ପୂର୍ବରୁ ମହଙ୍ଗା ମାଡ, ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ଶସ୍ତା ହେବ ସ୍ମାର୍ଟଫୋନ: ମୋବାଇଲ ଫୋନର ପାର୍ଟ୍ସକୁ 3 ଭାଗରେ ବିଭକ୍ତ କରାଯାଇଛି । ମୋବାଇଲ ଫୋନ ପାର୍ଟ୍ସ ଉପରେ କଷ୍ଟମ ଡ୍ୟୁଟି 15 ପ୍ରତିଶତରୁ 10 ପ୍ରତିଶତକୁ ହ୍ରାସ କରାଯାଇଛି । ଅନ୍ୟ କେତେକ ମୋବାଇଲ ପାର୍ଟ୍ସ ଉପରେ କଷ୍ଟମ ଟ୍ୟାକ୍ସକୁ ସମ୍ପୁର୍ଣ୍ଣ ରୂପେ ଛାଡ କରାଯାଇଛି । ନଜର ପକାନ୍ତୁ କେଉଁ ମୋବାଇଲ୍ ପାର୍ଟ୍ସଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଇଛି

  • ବ୍ୟାଟେରୀ କଭର
  • ଫ୍ରଣ୍ଟ କଭର
  • ମିଡିଲ କଭର
  • ମେନ୍ ଲେନ୍ସ
  • ବ୍ୟାକ କଭର
  • GSM ଏଣ୍ଟିନା
  • ସିଲିଂ ଗ୍ୟାସକେଟ
  • ସିମ ସାଙ୍କେଟ
  • ସ୍କ୍ରୁ
  • ପ୍ଲାଷ୍ଟିକ ଏବଂ ଧାତୁରେ ନିର୍ମିତ ଯନ୍ତ୍ରପାତି

ମୋବାଇଲ୍ ପାର୍ଟସ୍ ଉପରେ ଟ୍ୟାକ୍ସ ହ୍ରାସ ହେବା ଦ୍ବାରା ଉପଭୋକ୍ତା ଅଧିକ ଉପକୃତ ହେବା ନେଇ ଆଶା କରାଯାଉଛି । ଫୋନ ତିଆରି କରିବା ପାଇଁ ଖର୍ଚ୍ଚ କମ୍ ହେବା ଦ୍ବାରା ଫୋନର ମୂଲ୍ୟ ମଧ୍ୟ ହ୍ରାସ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.