ETV Bharat / technology

ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’; ମିଳିବ ୧ ଲକ୍ଷ କୋଟିର ଋଣ

author img

By ETV Bharat Odisha Team

Published : Feb 1, 2024, 4:04 PM IST

FM on Technology : ଟେକ୍ନୋଲୋଜି ପାଇଁ 1ଲକ୍ଷ କୋଟି ଟଙ୍କାର ଘୋଷଣା କରିଲେ ଅର୍ଥମନ୍ତ୍ରୀ । ବିନା ସୁଧରେ ପ୍ରଦାନ କରାଯିବ ଋଣ । ଅଧିକ ପଢନ୍ତୁ

FM on Technology
FM on Technology

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିଛନ୍ତି । ତେବେ ଏହି ସମୟରେ ଲାଲବାହାଦୂର ଶାସ୍ତ୍ରୀ ଦେଇଥିବା ଜୟ ଯବାନ, ଜୟ କିଶାନ ସ୍ଲୋଗାନକୁ ଦୋହରାଇଛନ୍ତି । ନୂଆ ଟେକ୍ନୋଲୋଜି ବ୍ୟବସାୟରେ ଅନେକ ସାହାଯ୍ୟ କରୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜୟ ଯବାନ, ଜୟ କିଶାନର ନାରା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଆହୁରି ବିସ୍ତାର କରିଛନ୍ତି । ସେ ଜୟ ଯବାନ, ଜୟ କିଶାନ ସହିତ ଜୟ ବିଜ୍ଞାନ, ଜୟ ଅନୁସନ୍ଧାନର ନାରା ଦେଉଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଟେକ୍ନୋଲୋଜି କ୍ଷେତ୍ରରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ଯୁବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଟେକ୍ନୋଲୋଜିରେ କାର୍ଯ୍ୟ କରୁଥିବା ଟେକ୍ନୋଲୋଜି ପ୍ରେମୀ ଏବଂ ଷ୍ଟାର୍ଟଅପମାନଙ୍କୁ 1 ଲକ୍ଷ କୋଟି ଟଙ୍କାରର ସୁଧମୁକ୍ତ କିମ୍ବା ସ୍ବଳ୍ପ ସୁଧରେ ବଣ୍ଟନ କରାଯିବା ନେଇ ନିର୍ମଳା ସିତାରଣ ଘୋଷଣା କରିଛନ୍ତି । ଏହା ଦୀର୍ଘକାଳୀନ ଆର୍ଥିକ ସହାୟକା ଯୋଗାଇବା ସହିତ ଘରୋଇ କ୍ଷେତ୍ରକୁ ସାହାଯ୍ୟ କରିବ । ଅର୍ଥାତ 50 ବର୍ଷ ପାଇଁ ଏହି ଋଣ ପ୍ରଦାନ କରାଯିବ । ଏହା ଦ୍ବାରା ଗବେଷଣା ଏବଂ ଉଦ୍ଭାବନା କ୍ଷେତ୍ରରେ ସାହାଯ୍ୟ ମିଳିବ ।

ଏହା ମଧ୍ୟ ପଢନ୍ତୁ: ବଜେଟ 2024: କୃଷି କ୍ଷେତ୍ରକୁ 1.27 ଲକ୍ଷ କୋଟି, PM-KISANରେ 11.8 କୋଟି ଚାଷୀଙ୍କୁ ଆର୍ଥିକ ସହାୟତା

ତେବେ ବଜେଟ ଉପସ୍ଥାପନା କରିବା ସମୟରେ ଡିପ ଟେକ ଉପରେ ମଧ୍ୟ ଆଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରକାଶଥାଉକି, ଡିପ ଟେକ ହେଉଛି ଏକ ଟେକ୍ନୋଲୋଜି ଯାହା ଇଞ୍ଜିନିୟରିଂ ଏବଂ ଟେକ୍ ଷ୍ଟାଟଅପରେ ବ୍ୟବହୃତ ହୋଇଥାଏ । ଡିପ ଟେକକୁ ଆଡଭାନ୍ସ ଟେକ୍ନୋଲୋଜି ମଧ୍ୟ କୁହାଯାଏ । ଡିପ ଟେକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ବାଣ୍ଟମ କଂମ୍ୟୁଟିଂ, ବ୍ଲାକଚେନ, ରବୋଟିକ୍ସ ଏବଂ ବାୟୋଟେକ୍ନୋଲୋଜି ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ ହୋଇ ରହିଛି ।

ଏହା ମଧ୍ୟ ପଢନ୍ତୁ : ଚାଲିଛି ସୁବର୍ଣ୍ଣ ଯୁଗ, ଆସୁଛି ବିଦେଶୀ ମୁଦ୍ରା, ବିକଶିତ ରାଷ୍ଟ୍ରର ମୂଳଦୁଆ FDI: ଅର୍ଥମନ୍ତ୍ରୀ

ଅନ୍ୟପଟେ ରାଜ୍ୟ ପାଇଁ ମଧ୍ୟ ଋଣ ସହାୟତା ଘୋଷଣା କରାଯାଇଛି । 50 ବର୍ଷ ପାଇଁ ରାଜ୍ୟକୁ 75,000 କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ଅର୍ଥ ରାଜ୍ୟ ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ଶିକ୍ଷା ବିଦ୍ୟୁତ୍, ସଡକ, ବ୍ରିଜ୍ ଏବଂ ରେଳ ସମେତ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବା ନେଇ କହିଛନ୍ତି ଅର୍ଥମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.