ETV Bharat / business

ଚାଲିଛି ସୁବର୍ଣ୍ଣ ଯୁଗ, ଆସୁଛି ବିଦେଶୀ ମୁଦ୍ରା, ବିକଶିତ ରାଷ୍ଟ୍ରର ମୂଳଦୁଆ FDI: ଅର୍ଥମନ୍ତ୍ରୀ

author img

By ETV Bharat Odisha Team

Published : Feb 1, 2024, 2:05 PM IST

Updated : Feb 1, 2024, 2:12 PM IST

Finance Minister on FDI: ବିକଶିତ ଦେଶର ମୂଳ ହେଉଛି FDI । ବିଦେଶୀ ପ୍ରତ୍ୟକ୍ଷ ନିବେଶ ବୃଦ୍ଧି ପାଉଥିବା ବେଳେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

Finance Minister on FDI
Finance Minister on FDI

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ବିଦେଶୀ ପ୍ରତ୍ୟକ୍ଷ ନିବେଶ (Foreign Direct Investment) ନେଇ ଖୁଲାସା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭାରତକୁ ଛୁଟୁଛି ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ସୁଅ । 2005ରୁ 2014 ମସିହା ମଧ୍ୟରେ ଯେତିକି ବୈଦେଶିକ ନିବେଶ ମିଳିଥିଲା, 2014ରୁ 2023 ମଧ୍ୟରେ 2ଗୁଣା ଏଫଡିଆଇ ବୃଦ୍ଧି ପାଇଥିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏହି ସମୟକୁ (2024ରୁ 2023) ଅର୍ଥମନ୍ତ୍ରୀ ସୁବର୍ଣ୍ଣ ଯୁଗ (Golden Era) ବୋଲି କହିଛନ୍ତି ।

2014 ମସିହାରୁ ବର୍ତ୍ତମାନ ସୁଦ୍ଧା ଆଜି ପର୍ଯ୍ୟନ୍ତ ଭାରତକୁ ଏଫଡିଆଇ ସୁଅ ଛୁଟୁଥିବା ବେଳେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି, " ବିକାଶ ଭାରତର ମୂଳ ହେଉଛି ଏଫଡିଆଇ । 2005ରୁ 2014 ମସିହା ମଧ୍ୟରେ ଯେତିକି ବୈଦେଶିକ ନିବେଶ ମିଥିଳିଲା, 2014ରୁ 2023 ମଧ୍ୟରେ 2ଗୁଣା ଏଫଡିଆଇ ବୃଦ୍ଧି ପାଇଥିଲା । 2014 ମସିହାରୁ 2023 ମଧ୍ୟରେ ବିଦେଶୀ ପ୍ରତ୍ୟକ୍ଷ ନିବେଶ ପ୍ରବାହ 596 ଆମେରିକୀୟ ଡଲାର ରହିଥିଲା । ଯାହାକୁ କି ସୁବର୍ଣ୍ଣ ଯୁଗ ବୋଲି ମଧ୍ୟ କହିପାରିବା । ଭାରତକୁ ବିକଶିତ କରୁଛି ଏଫଡିଆଇ । ସ୍ଥାୟୀ ବିଦେଶୀ ପ୍ରତ୍ୟକ୍ଷ ନିବେଶ ପାଇଁ ସରକାର ବିଦେଶୀ ନିବେଶକାରୀଙ୍କ ସହିତ ଦ୍ବିପାକ୍ଷିକ ପୁଞ୍ଜି ବିନିଯୋଗ ଚୁକ୍ତିନାମା କରୁଛନ୍ତି । "

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଜନସଂଖ୍ୟା । ଦ୍ରୁତ ଜନସଂଖ୍ୟା ବୃଦ୍ଧି କାରଣରୁ ଅନେକ ଆହ୍ବାନ ସୃଷ୍ଟି ହେଉଛି । ଏଥିପାଇଁ ସରକାର ଏକ କ୍ଷମତା ସମ୍ପନ୍ନ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କଥା କହିଛନ୍ତି ଅର୍ଥମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ

ଏହା ମଧ୍ୟ ପଢନ୍ତୁ : ଅନ୍ତରୀଣ ବଜେଟ 2024: ସୁରକ୍ଷିତ ଯାତ୍ରାକୁ ଗୁରୁତ୍ୱ, ବନ୍ଦେ ଭାରତ ବଗି ହେବ 40 ହଜାର ସାଧାରଣ ବଗି

ଆର୍ଥିକ ସୁଧାର ସହିତ ମୋଦି ସରକାର ଅଧୀନରେ ଦେଶ ଯେଉଁଭଳି ଭାବେ ଅଗ୍ରଗତି କରୁଛି, ଆମେ ଆଶା ରଖିଛୁ 2047 ସୁଦ୍ଧା ଦେଶକୁ ଏକ ବିକିଶତ ରାଷ୍ଟ୍ରରେ ପରିଣତ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଅନେକ ଚାଲେଞ୍ଜର ସାମ୍ନା କରିଥିଲେ ହେଁ ମୁକାବିଲା କରିବାରେ ସଫଳ ହୋଇଥିବା ସେ କହିଛନ୍ତି । 10 ବର୍ଷ ମଧ୍ୟରେ ଅର୍ଥନିତୀରେ ଅନେକ ପ୍ରକାର ପରିବର୍ତ୍ତନ ଆସିଛି । 10 ବର୍ଷ ମଧ୍ୟରେ 25 କୋଟି ଲୋକ ଦାରିଦ୍ର ମୁକ୍ତ ହୋଇଛନ୍ତି । ମହାମାରୀ କୋଭିଡ-19ର ଆହ୍ବାନକୁ ଅତିକ୍ରମ କରି ଆତ୍ମନିର୍ଭର ଭାରତ ପାଇଁ ମୂଳଦୁଆ ପକାଇଛି ଭାରତ । 2020-21 ମସିହାରେ 5.8 ପ୍ରତିଶତର ଚୁକ୍ତି ପରେ ଦେଶର ଅର୍ଥନୀତିରେ 2021-22 ମସିହାରେ 9.1 ପ୍ରତିଶତ ଅଭିବୃଦ୍ଧି ରୋକ୍ରଡ କରାଯାଇଛି । ଅର୍ଥମନ୍ତ୍ରୀ ଅର୍ଥନୈତିକ ସମୀକ୍ଷା କରି କହିଛନ୍ତି, "ଜିଡିପିକୁ ସରକାର ଗୁରୁତ୍ବ ଦେଉଛନ୍ତି । ଅର୍ଥାତ ଗଭର୍ଣ୍ଣାନ୍ସ,ଡେଭଲପମେଣ୍ଟ ଏବଂ ପରଫରମାନ୍ସ । ବର୍ତ୍ତମାନ ଜିଡିପି 3.7 ଟ୍ରିଲିୟନ ରହିଥିବା ବେଳେ ଆଗାମୀ 3 ବର୍ଷ ମଧ୍ୟରେ 5 ଟ୍ରିଲିୟନରେ ପହଞ୍ଚିବ । ଆଗାମୀ 3 ବର୍ଷ ମଧ୍ୟରେ ବିଶ୍ବର ତୃତୀୟ ଅର୍ଥବ୍ୟବସ୍ଥା ହେବ ଭାରତ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2024, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.