ETV Bharat / technology

ଆସୁଛି ମସ୍କଙ୍କ ଏକ୍ସମେଲ ! ଜିମେଲକୁ ଦେବ ଟକ୍କର

author img

By ETV Bharat Odisha Team

Published : Feb 24, 2024, 10:57 AM IST

Updated : Feb 24, 2024, 11:05 AM IST

Xmail: ଏକ୍ସମେଲ ଆସିବା ନେଇ ଘୋଷଣା କଲେ ଏଲନ ମସ୍କ । ତେବେ ଲୋକପ୍ରିୟ ଜିମେଲ ସହ ହୋଇପାରେ କଡା ଟକ୍କର । ଅଧିକ ପଢନ୍ତୁ

Xmail
Xmail

ହାଇଦ୍ରାବାଦ: ଜିମେଲକୁ ଟକ୍କର ଦେବା ଲକ୍ଷ୍ୟରେ ରହିଛନ୍ତି ବିଲେନିୟର ଏଲନ ମସ୍କ । ଜଣେ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା ସ୍ପଷ୍ଟ କରିଛନ୍ତି ମସ୍କ । ଚାଟଜିପିଟର ଭର୍ସନ ଜାରି କରିବା ପରେ ଏଲନ ମସ୍କ Xmail ଲଞ୍ଚ କରିବା ନେଇ ଚର୍ଚ୍ଚା ହେଉଛି । ଯାହା ସିଧାସଳଖ ଭାବେ ଗୁଗଲର ଜିମେଲକୁ ଟକ୍କର ଦେବ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଚାଟର ପ୍ରତିଉତ୍ତର ଦେଇ ମସ୍କ କହିଛନ୍ତି, "ଖୁବଶୀଘ୍ର ଆସିବାକୁ ଯାଉଛି ଏକ୍ସମେଲ୍ । " ତେବେ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜିମେଲ ବନ୍ଦ ହେବାର ଖବର ପ୍ରଚାରିତ ହେଉଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ମସ୍କ ।

ମସ୍କ ଆସିବାକୁ ଥିବା ଏକ୍ସମେଲ ବିଷୟରେ ସବିଶେଷ ସୂଚନା ପ୍ରଦାନ କରିନାହାନ୍ତି । ତେବେ ଏହା କେବେ ଆକ୍ସେସ ହେବ ସେନେଇ ମଧ୍ୟ କୌଣସି ସବିଶେଷ ସୂଚନା ନାହିଁ । ତେବେ ଏଲନ ମସ୍କଙ୍କ ବୟାନ ପରେ ଅନେକ ୟୁଜର୍ସ ଏଥିରେ କମେଣ୍ଟ କରିଛନ୍ତି । ୟୁଜର୍ସମାନେ କମେଣ୍ଟ କରି କହିଛନ୍ତି, "ଜିମେଲ ଉପରେ ଭରସା ଉଠିଗଲାଣି, ବର୍ତ୍ତମାନ ଏକ୍ସମେଲକୁ ସ୍ବିଚ କରିବାର ସମୟ ଆସିଯାଇଛି ।"

ଏହା ମଧ୍ୟ ପଢନ୍ତୁ: ଏଣିକି ଫୁଲ ହେବନି ଷ୍ଟୋରେଜ, ଜିମେଲରେ ଆସିଲା ଅନସବସ୍କ୍ରାଇବ ଅପ୍ସନ

Gmail VS Xmail: ଯଦି ୟୁଜର୍ସଙ୍କ ଡିମାଣ୍ଡ ହିସାବରେ କହିବା ତାହେଲେ ଜିମେଲ ବିଶ୍ବର ସବୁଠାରୁ ଲୋକପ୍ରିୟ ଇମେଲ ସର୍ଭିସ ଅଟେ । 2024 ଅର୍ଥାତ ଚଳିତ ମାସ ସୁଦ୍ଧା ବୈଶିକ ସ୍ତରରେ 1.8 ବିଲିୟନ(180କୋଟି)ରୁ ଅଧିକ ୟୁଜର୍ସ ରହିଛନ୍ତି । ତେବେ ଏହି ଖବର ଉପରେ ପ୍ରତିକ୍ରିୟା ଦେଇ ସୋସିଆଲ ମିଜିଆ ଷ୍ଟ୍ରଟେଜିଷ୍ଟ ରିୟା କ୍ରିମେନ କହିଛନ୍ତି, "ଏକ୍ସମେଲ ଜିମେଲ ଭଳି ହୋଇପାରେ । ଏହା ବିଶେଷ ଆକର୍ଷଣୀୟ ହୋଇପାରେ । କାରଣ ଟ୍ବିଟରକୁ ଯେଉଁଭଳି ଭାବେ ନୂଆରୂପ ଦିଆଯାଇଛି, ଏକ୍ସମେଲକୁ ମଧ୍ୟ ଅନୁରୂପ କରାଯାଇପାରେ । "ପ୍ରକାଶଥାଉକି, ଏଲନ ମସ୍କ ସର୍ବଦା ଏକ୍ସକୁ ଏଭ୍ରିଥିଙ୍ଗ ଆପ୍ ବନେଇବା ପାଇଁ ଚାହୁଁଥିଲେ । ତେବେ ଏହି ଏକ୍ସମେଲ ଏକ୍ସଏଆଇ ଉପରେ କାର୍ଯ୍ୟ କରାଯାଉଛି ।

ଗତ କିଛିଦିନ ହେବ ସୋସିଆଲ ମିଡିଆ ଆପ ଏକ୍ସ ବନ୍ଦ ହେବା ନେଇ ଭାଇରାଲ ହେଉଛି । ଜିମେଲର ଏକ ସ୍କ୍ରିନସଟ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ଲେଖାଥିଲା, ଜିମେଲ ଖୁବଶୀଘ୍ର ବନ୍ଦ ହେବ । ଚଳିତ ବର୍ଷ ଅଗଷ୍ଟ 1 ତାରିଖରେ ଜିମେଲ ବନ୍ଦ ହେବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଗୁଗଲ ଏହି ଦାବିକୁ ଖଣ୍ଡନ କରିଛି । ଜିମେଲ ବନ୍ଦ ହେବାକୁ ନେଇ ଭାଇରାଲ ହେଉଥିବା ପୋଷ୍ଟରେ ଗୁଗଲ କହିଛି ଯେ, ଜିମେଲର ସେବା ଜାରି ରହିବ ।

Last Updated : Feb 24, 2024, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.