ETV Bharat / technology

ଆଇଫୋନ ୟୁଜର୍ସଙ୍କୁ ଝଟକା, ଆପଷ୍ଟୋରରୁ ହଟିଲା କିମି ଆପ୍

author img

By ETV Bharat Odisha Team

Published : Feb 15, 2024, 2:25 PM IST

Apple Removes Kimi App: ଆଇଫୋନ ୟୁଜର୍ସଙ୍କୁ ଝଟକା । ଟିଭି ଶୋର ମଜା ନେଇପାରିବେନି ୟୁଜର୍ସ । ଆପଷ୍ଟୋରରୁ ହଟିଲା କିମି ଆପ୍ । ଅଧିକ ପଢନ୍ତୁ

ଆପଲଲଷ୍ଟୋରରୁ ହଟିଲା କିମି ଆପ୍
ଆପଲଲଷ୍ଟୋରରୁ ହଟିଲା କିମି ଆପ୍

ହାଇଦ୍ରାବାଦ: ଆପଲ ୟୁଜର୍ସଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ଏଣିକି ଫ୍ରିରେ ଆପଲ ୟୁଜର୍ସ ଟିଭି ଶୋ'ର ମଜା ନେଇପାରିବେନି । ଫ୍ରି ଆପକୁ ହଟାଇଲା ଆପଲ । କିମି ନାମକ ଏକ ଆପକୁ ଆପଷ୍ଟୋରରୁ ହଟାଇଲା ଆପଲ । ଆପଷ୍ଟୋରରେ ରହିଥିବା କିମି ଆପ୍ ୟୁଜର୍ସଙ୍କୁ ଫ୍ରିରେ ଟିଭି ଶୋ ଏବଂ ସିନେମା ଦେଖିବା ପାଇଁ ଅନୁମତି ଦେଇଥିଲା । ବର୍ତ୍ତମାନ ଏଥିରେ ରୋକ ଲଗାଇଛି କମ୍ପାନୀ । iOS, iPadOS ଏବଂ macOSରୁ କିମି ଆପକୁ ହଟାଇଛି କମ୍ପାନୀ । ତେବେ କେଉଁ କାରଣ ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେନେଇ କୌଣସି ସବିଶେଷ ସୂଚନା ଦିଆଯାଇ ନାହିଁ ।

ତେବେ ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ଏହି ଆପ୍ ବ୍ୟବହାରକାରୀଙ୍କୁ ଭୁଲ ତଥ୍ୟ ଦେଉଥିଲା । ମିଡ ଲିଡିଙ୍ଗ ଟ୍ୟାଗ ପାଇବା ପରେ କମ୍ପାନୀ ଆପ ଷ୍ଟୋରରୁ ଏହି ଆପକୁ ହଟାଇ ଦେଇଛି । ୨୦୨୩ ମସିହାରୁ ଆପଷ୍ଟୋରରେ ରହିଥିଲା କିମି ଆପ୍ । ତେବେ ଅନେକ ଅଭିଯୋଗ ପରେ ୫ମାସରେ ଏହାକୁ ହଟାଇଛି କମ୍ପାନୀ । ଆପ୍ ଷ୍ଟୋରରେ ଭିଜନ ଟେଷ୍ଟିଂ ଆପ୍ ଭାବେ ଉପଲବ୍ଧ ରହିଥିଲା କିମି ଆପ୍ । କିନ୍ତୁ ଏହି ଆପ୍ ଭିଜନ ଟେଷ୍ଟିଂ ରହିଥିଲା ନା ନାହିଁ ସେନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିମି ଆପକୁ ନେଇ ଆପଷ୍ଟୋରରେ ଡେସକ୍ରିପସନ ଏବଂ ସ୍କ୍ରିନସଟ ନେଇ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଲଞ୍ଚ ହେଲା ଟାଇଟେନିୟମ ଡିଜାଇନର IPhone 15 Pro ଓ 15 Pro MAX, ଏତିକି ରହିଛି ମୂଲ୍ୟ

ସୂଚନା ଅନୁସାରେ, ଅନେକ ଆପଲ୍ ବ୍ୟବହାରକୀର କିମି ଆପ୍ ବ୍ୟବହାର କରୁଥିଲେ । ଆପଷ୍ଟୋରର ଟ୍ରେଣ୍ଡିଂ ତାଲିକାରେ ମାଗଣା ଏଣ୍ଟରଟେନମେଣ୍ଟ ଆପ ମଧୟରେ ଏହି କିମି ଆପ୍ ୮ ନମ୍ବରରେ ରହିଥିଲା । ଅନ୍ୟପଟେ ଫ୍ରି ଆପ୍ ତାଲିକାରେ ଏହା ୪୬ତମ ସ୍ଥାନରେ ରହିଥିଲା । ଯଦି କହିବା କିମି ଆପ୍ ପୁରୁଣା ପପକର୍ଣ୍ଣ ଟାଇମ୍ ଆପ୍ ଭଳି ଦେଖାଯାଉଥିଲା । ଏହି ଆପ୍ ମଧ୍ୟ ପୂର୍ବରୁ ଆପଷ୍ଟୋରରେ ରହିଥିଲା । ଏହି ଆପ୍ ସାହାଯ୍ୟରେ ୟୁଜର୍ସକୁ ଟୋରେଣ୍ଟରେ ମଧ୍ୟ ଚଳଚ୍ଚିତ୍ର ଦେଖିବା ଏବଂ ଡାଉନଲୋଡ କରିବାର ସୁବିଧା ମିଳୁଥିଲା । ତେବେ ବର୍ତ୍ତମାନ କେଉଁ କାରଣ ପାଇଁ କମ୍ପାନୀ ଆପକୁ ହଟାଇଛି ସେନେଇ କୌଣସି ସବିଶେଷ ତଥ୍ୟ ପ୍ରଦାନ କରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.