ETV Bharat / state

ଯୁବକଙ୍କ ମୃତ୍ୟୁ ନେଇ ପତ୍ନୀ ଓ ମା’ ଥାନାରେ ଦ୍ବାରସ୍ଥ, ଶ୍ବଶୁର ଘରଲୋକ ଉପରେ ହତ୍ୟା ସନ୍ଦେହ - Youths Murder In Boudh

author img

By ETV Bharat Odisha Team

Published : May 27, 2024, 9:23 AM IST

Youth's Murder In Boudh: ବୌଦ୍ଧ ଜିଲ୍ଲାର ବାପୁଜୀନଗରରେ ଯୁବକଙ୍କ ମୃତଦେହ ଗଛରେ ବନ୍ଧାଥିବା ଅବସ୍ଥାରେ ମିଳିଥିଲା । ତାଙ୍କ ନିଜ ଶ୍ବଶୁର, ଶାଶୁ ଓ ଶଳା ମିଶି ହତ୍ୟା କରିଛନ୍ତି ବୋଲି କହିଛନ୍ତି ମୃତକଙ୍କ ପତ୍ନୀ ଓ ମାଆ । ଅଧିକ ପଢନ୍ତୁ

Youth's Murder In Boudh
Youth's Murder In Boudh (ETV Bharat Odisha)

Youth's Murder In Boudh (ETV Bharat Odisha)

ବୌଦ୍ଧ: ହିତାହିତ ଜ୍ଞାନ ହଜେଇବାରୁ ପାରିବାରିକ ସମ୍ପର୍କ ହେଲା ରକ୍ତାକ୍ତ । ଯୁବକଙ୍କ ହତ୍ୟାକାରୀ ସାଜିଲେ ଶ୍ବଶୁର ଘର ଲୋକ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ସଦର ମହକୁମାରେ । ବୌଦ୍ଧ ଜିଲ୍ଲା ସଦର ମହକୁମା ବାପୁଜୀନଗର ବସ୍ତି ନିକଟରେ ଗତ ଶୁକ୍ରବାର ସକାଳୁ ଜଣେ ଯୁବକଙ୍କ ମୃତ ଶରୀରକୁ ପୋଲିସ ଜବତ କରିଥିଲା । ମୃତ ଶରୀର ଏକ ପୋଖରୀ ହୁଡ଼ାରେ ଥିବା ଗଛରେ ବନ୍ଧାଯାଇ ଅର୍ଦ୍ଧ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ମୃତକ ଜଣକ ବାପୁଜୀନଗରର ସୁଜିତ ଦେହୁରୀ ବୋଲି ସୂଚନା ମିଳିଥିବା ବେଳେ ମୃତ ଶରୀରକୁ କେହି ହତ୍ୟା ପରେ ଗଛରେ ଝୁଲାଇ ଦେବାକୁ ଚେଷ୍ଟା କଲା ଭଳି ମନେ ହୋଇଥିଲା । ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ଯୁବକଙ୍କ ମୃତ୍ୟୁର ଦୁଇ ଦିନ ପରେ ଆଜି ସଂଧ୍ୟାରେ ହଠାତ୍ ଶତାଧିକ ବାପୁଜୀନଗର ବସ୍ତିବାସିନ୍ଦା ଥାନା ଘେରାଉ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... କାକାର ତୀର ମାଡ଼ରେ ଟଳିଲା ପୁତୁରା, ଅଭିଯୁକ୍ତ ଗିରଫ - MAN DIED ARROW ATTACK

ମୃତକଙ୍କ ମା ଓ ପତ୍ନୀଙ୍କ କହିବା ଅନୁସାରେ ସୁଜିତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସାମନ୍ୟ ଝଗଡା ହୋଇଥିଲା । ତେବେ ତାଙ୍କ ପତ୍ନୀଙ୍କର ହାତରେ କୌଣସି କାରଣରୁ ଆଘାତପ୍ରାପ୍ତ ହୋଇଥିଲା । ଯାହାକୁ କେନ୍ଦ୍ର କରି ରକ୍ତ ମୁଖା ହୋଇ ଉଠିଥିଲେ ସୁଜିତଙ୍କ ଶ୍ବଶୁର ଘର । ସଂଘବଦ୍ଧ ଭାବେ ଆକ୍ରମଣ କରି ଜିତଙ୍କ ଜୀବନ ଦୀପ ଲିଭାଇଦେଇଥିବା କଥା କହିଛନ୍ତି ସୁଜିତଙ୍କ ପତ୍ନା । ତେବେ ସୁଜିତଙ୍କ ପତ୍ନୀ ତାଙ୍କ ବାପାଙ୍କୁ ପେଶାଦାର ଅପରାଧୀ ବୋଲି କହିବା ସହ ତାଙ୍କ ପରିବାର ତାଙ୍କ ମଥାର ସିନ୍ଦୁର ଲିଭାଇଦେଇଛନ୍ତି ବୋଲି ସେ କହିଛନ୍ତି ।

ସେମାନଙ୍କ ଅଭିଯୋଗ ଅନୁଯାୟୀ ମୃତ ସୁଜିତକୁ ତାଙ୍କ ନିଜ ଶ୍ବଶୁର, ଶାଶୁ ଓ ଶଳା ମିଶି ହତ୍ୟା କରିଛନ୍ତି । ଏଭଳି ଅଭିଯୋଗ ଖୋଦ ମୃତକଙ୍କ ପତ୍ନୀ ନିଜ ବାପା,ମା ଓ ଭାଇଙ୍କ ବିରୋଧରେ ଆଣିଛନ୍ତି । ମୃତ ସୁଜିତଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ଏ ସମ୍ପର୍କରେ ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.