ETV Bharat / state

ବିନା କମିଟମେଣ୍ଟରେ ବିଜେଡିରେ ସାମିଲ ହୋଇଛି: ବିପ୍ଲବ ଜେନା

author img

By ETV Bharat Odisha Team

Published : Feb 20, 2024, 9:28 PM IST

Biplab Jena Interview: ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ବଦଳୁଛି ରାଜନୀତିର ପାଣିପାଗ। ସବୁ ଦଳରେ ଚାଲିଛି ଦଳବଦଳ ରାଜନୀତି। ଦଳ ଡିଆଁ ନେତାଙ୍କ ସ୍ଥାନ କେଉଁଠି? ତାଙ୍କୁ ପୁରୁଣା ନେତା ଗ୍ରହଣ କରିବେ ତ? ଏହାରି ଭିତରେ ଅନୁଗୋଳର ପୂର୍ବତନ କଂଗ୍ରେସ ସଭାପତି ବିପ୍ଳବ ଜେନା କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ଅଧିକ ପଢନ୍ତୁ

Biplab Jena
Biplab Jena

ବିନା କମିଟମେଣ୍ଟରେ ବିଜେଡିରେ ସାମିଲ ହୋଇଛି: ବିଜେଡି ନେତା ବିପ୍ଲବ ଜେନା

ଅନୁଗୋଳ: ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ବଦଳୁଛି ରାଜନୀତିର ପାଣିପାଗ। ସବୁ ଦଳରେ ଚାଲିଛି ଦଳବଦଳ ରାଜନୀତି। ଦଳ ଡିଆଁ ନେତାଙ୍କ ସ୍ଥାନ କେଉଁଠି? ତାଙ୍କୁ ପୁରୁଣା ନେତା ଗ୍ରହଣ କରିବେ ତ? ଏଭଳି ଅନେକ ଛକାପଞ୍ଝା ସ୍ଥିତିରେ ରାଜନୈତିକ ଦଳର ନେତା ଓ କର୍ମୀ। ଏହାରି ଭିତରେ ଅନୁଗୋଳର ପୂର୍ବତନ କଂଗ୍ରେସ ସଭାପତି ବିପ୍ଳବ ଜେନା କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ଫଳରେ ବଦଳିଛି ଅନୁଗୋଳ ଜିଲାର ରାଜନୀତି ପାଣିପାଗ। ପ୍ରଶ୍ନ ଉଠୁଛି କାହିଁକି କଂଗ୍ରେସ ଛାଡିଲେ ବିପ୍ଲବ? କଣ ରହିଛି ତାଙ୍କ ଆଭିମୁଖ୍ୟ? ଇଟିଭି ଭାରତକୁ ସାକ୍ଷାତକାର ଦେଇ ବିପ୍ଲବ ଆଗାମୀ ରଣନୀତି ସହ କଂଗ୍ରେସ ଛାଡିବାର କାରଣର କହିଛନ୍ତି ।

ଅଧିକ ପଢନ୍ତୁ- ଅନୁଗୋଳ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଜୋରଦାର ପ୍ରଚାର

ବିପ୍ଲବ କହିଛନ୍ତି, ‘‘ଯେଉଁମାନେ ତାଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି, ସେମାନଙ୍କ ନିଷ୍ପତ୍ତି ଅନୁସାରେ ସେ ଦଳ ପରିବର୍ତ୍ତନ କରିଛନ୍ତି । ସମସ୍ତେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନୀତି, ଆଦର୍ଶରେ ଅନୁପ୍ରାଣିତ। ଜନତାଙ୍କ ସେବା ତାଙ୍କ ପରିବାର ଥିଲା। ତାଙ୍କ ବାପା ସ୍ବର୍ଗତ ରମେଶ ଜେନା କଂଗ୍ରେସରୁ ବିଧାୟକ ଥିଲେ। ସେବେ ଠାରୁ ସେ ଦଳରେ ଥିଲେ ଆଉ ଦଳ ପାଇଁ କାମ କରିବା ସହିତ ଶ୍ରମିକ ମାନଙ୍କ ପାଇଁ କାମ କରିଆସୁଛନ୍ତି ।’’ ଯେତେବେଳେ କଂଗ୍ରେସର ଶୀର୍ଷ ନେତୃତ୍ବ ତାଙ୍କୁ ଦଳରେ ଅବହେଳା କଲେ, ତାଙ୍କ ସହ କୌଣସି ଆଲୋଚନା ନ କରି ଜିଲା ସଭାପତି ପଦ ପରିବର୍ତ୍ତନ କଲେ ଆଉ କେବେ ବି ଆଲୋଚନା କଲେ ନାହିଁ ସେବେଠାରୁ ସେ କେବଳ ନିଜସ୍ବ ଉଦ୍ୟମରେ ଲୋକଙ୍କ ପାଇଁ କାମ କରିଆସୁଥିଲେ । ଆଉ ଏବେ ବିଜେଡି ଦଳୀୟ ଫୋରମରେ ରହି କାମ କରିବେ। ଦଳ ଯାହା ଦାୟିତ୍ବ ଦେବ ସେ ତାକୁ ଗ୍ରହଣ କରି ଆଗକୁ ଯିବେ। ଲୋକଙ୍କ ଭରସା ନବୀନ ପଟ୍ଟନାୟକ। ସେ ଭରସାକୁ ନେଇ ସେ କାମ କରିବେ। ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟରେ ରାଜ୍ୟବାସୀ ଅନୁପ୍ରାଣିତ। ବିନା ପ୍ରତିଶ୍ରୁତି ଓ ଉଦ୍ଦେଶ୍ୟ ରଖିସେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ବ ଦେବେ ତାହାକୁ ମୁଁ ନିଷ୍ଠାର ସହ ତୁଲାଇବି । ଦଳ ତାଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ବିପ୍ଲବ ।

ସୂଚନାଯୋଗ୍ୟଯେ ଅନୁଗୋଳ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବିପ୍ଲବ ଜେନା ବିଜେଡିରେ ସାମିଲ ହୋଇଛନ୍ତି । ଯିଏ ଦିନେ କଂଗ୍ରେସ ଭବନ ଯାଉଥିଲେ ସେ ଏବେ ଯିବେ ଶଙ୍ଖ ଭବନ। କିଛିଦିନ ତଳେ ପ୍ରଥମେ ଜିଲ୍ଲା କଂଗ୍ରେସ ପଦରୁ ଇସ୍ତଫା ଦେଇଥିଲେ । ପରେ ପରେ ଦଳ ଛାଡ଼ିଥିଲେ । ୨୦୧୯ ର ଅନୁଗୋଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିପ୍ଳବ 30 ହଜାରରୁ ଅଧିକ ଭୋଟ ପାଇଥିଲେ। ବିପ୍ଲବ ନିଜର ଶତାଧିକ ସମର୍ଥକଙ୍କୁ ଧରି ଶଙ୍ଖ ଭବନରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.