ETV Bharat / state

ତରଭୁଜ ଚାଷ ଉପରୁ ମୁହଁ ଲେଉଟାଇଲେଣି ଚାଷୀ, ମିଳୁନି ସରକାରୀ ପ୍ରୋତ୍ସାହନ - Watermelon cultivation Deogarh

author img

By ETV Bharat Odisha Team

Published : Mar 29, 2024, 7:16 AM IST

Watermelon cultivation Deogarh: ଦେବଗଡ଼ରେ ହ୍ରାସ ପାଉଛି ତରଭୁଜ ଚାଷ । ବିହନ ସାର ଓ କୀଟନାଶକର ଅହେତୁକ ମୂଲ୍ୟବୃଦ୍ଧି ସାଙ୍ଗକୁ ପ୍ରତିକୂଳ ପାଗ ଓ ଅଭାବୀ ବିକ୍ରି ଯୋଗୁଁ ଚାଷୀମାନେ ମୁହଁ ଲେଉଟାଉ ନେଉଛନ୍ତି । ଅଧିକ ପଢନ୍ତୁ

Watermelon cultivation Deogarh
Watermelon cultivation Deogarh

Watermelon cultivation Deogarh

ଦେବଗଡ: କୃଷି ପ୍ରଧାନ ଜିଲ୍ଲା ଦେବଗଡ଼ରେ ହ୍ରାସ ପାଉଛି ତରଭୁଜ ଚାଷ । ବିହନ ସାର ଓ କୀଟନାଶକର ଅହେତୁକ ମୂଲ୍ୟବୃଦ୍ଧି ସାଙ୍ଗକୁ ପ୍ରତିକୂଳ ପାଗ ଓ ଅଭାବୀ ବିକ୍ରି ଯୋଗୁଁ ଚାଷୀମାନେ ଏହି ଚାଷ ପ୍ରତି ମୁହଁ ଫେରାଉଥିବା କହିଛନ୍ତି । ଏହି ଚାଷ ପାଇଁ ଦେବଗଡ଼ ଜିଲ୍ଲା ସାରା ରାଜ୍ୟ ଓ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡରେ ଖ୍ୟାତି ଅର୍ଜନ କରିଥିବା ବେଳେ ଜିଲ୍ଲାର ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯିବା ସହିତ ବିକ୍ରୟ ବ୍ୟବସ୍ଥାକୁ ସୁଗମ କରିବାକୁ ଚାଷୀକୁଳ ଦାବି କରିଛନ୍ତି ।

ଦେବଗଡ଼ ଜିଲ୍ଲାର ମୃତ୍ତିକା ଓ ଜଳବାୟୁ ମୁଖ୍ୟତଃ ତରଭୁଜ ଚାଷ ପାଇଁ ବେଶ ଅନୁକୂଳ । ସେହି ଦୃଷ୍ଟିରୁ ଏହି ଜିଲ୍ଲାର ଅନେକ ଚାଷୀ ପ୍ରତିବର୍ଷ ତରଭୁଜ ଚାଷ କରି ବେଶ୍ ଲାଭବାନ ହୋଇଥାନ୍ତି । ଏହି ଜିଲ୍ଲାର ତରଭୁଜ ସ୍ୱାଦିଷ୍ଟ ଓ ଉତ୍କୃଷ୍ଟମାନର ହୋଇଥିବାରୁ ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ଼, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ଏହି ତରଭୁଜର ଚାହିଦା ରହିଛି । ଯେଉଁଥିପାଇଁ ଦେବଗଡରୁ ଏହିସବୁ ରାଜ୍ୟକୁ ପ୍ରତିବର୍ଷ ପ୍ରଚୁର ପରିମାଣରେ ତରଭୁଜ ରପ୍ତାନି ହୋଇଥାଏ ।

ମାତ୍ର ବିଗତ କିଛି ବର୍ଷ ହେଲା ଜିଲ୍ଲାରେ ତରଭୁଜ ଚାଷ ହ୍ରାସ ପାଇବାରେ ଲାଗିଛି । ତରଭୁଜ ବିହନ, ସାର ଓ କୀଟନାଶକର ଅହେତୁକ ମୂଲ୍ୟ ବୃଦ୍ଧି ସାଙ୍ଗକୁ ପ୍ରତିକୂଳ ପାଣିପାଗ ଓ ବିକ୍ରୟ ବ୍ୟବସ୍ଥା ନଥିବାରୁ ବିଶେଷକରି ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀ ଏହି ଚାଷ ଉପରୁ ଚାଷୀ ମୁହଁ ଲେଉଟାଉ ନେଉଥିବା କହିଛନ୍ତି । ଜିଲ୍ଲାର ବାରକୋଟ ତିଳେଇବଣି ଓ ରିଆମାଳ ଆଦି ତିନୋଟି ବ୍ଲକର ମଧ୍ୟପୁର, ରାଇତାବାହାଳ, ଚାରିମଞ୍ଚା, ବାଲିରୋଇ, ଡେରାପଥର, ଦଣ୍ଡାସିଂଘା, ବଳମ, ଦନ୍ତରୀ ବାହାଳ, ସୁଗୁଡା, ଛେପଲିପାଲି, ବାସୁଦେବପୁର, ରେଙ୍ଗାଳବେଡା ଆଦି ଗ୍ରାମାଞ୍ଚଳରେ ପ୍ରାୟ 3000 ଏକରରୁ ଊର୍ଦ୍ଧ୍ୱ ଚାଷଜମିରେ ତରଭୁଜ ଚାଷ କରାଯାଇଥାଏ । ମାତ୍ର ଚଳିତ ବର୍ଷ ଉପରୋକ୍ତ ଅଞ୍ଚଳରେ ମୋଟ 1600 ଏକର ଜମିରେ ତରଭୁଜ ଚାଷ କରାଯାଇଥିବା ଉଦ୍ୟାନ ବିଭାଗ ସୂତ୍ରରୁ ଜଣାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଅଦିନିଆ ଝଡ଼ ବର୍ଷା ଉଜାଡି ଦେଲା ରବି ଫସଲ, ଚିନ୍ତାରେ ବୌଦ୍ଧ ଜିଲ୍ଲା ଚାଷୀ - Rabi Crop Damaged Due To Heavy Rain

ଏହି ଅଞ୍ଚଳରେ ଚାଷୀମାନେ ପୁନମ, କିରଣ, ରାଜକୁମାର ଆଦି କିସମର ତରଭୁଜ ଚାଷ କରିଛନ୍ତି । ଚଳିତବର୍ଷ ତରଭୁଜ ବିହନ କିଲୋ ପ୍ରତି 35 ହଜାରରୁ ଆରମ୍ଭ କରି 40 ହଜାର ପର୍ଯ୍ୟନ୍ତ ଦରରେ ଚାଷୀମାନେ କ୍ରୟ କରିଥିବା ବେଳେ ସାର ଓ କୀଟନାଶକ ମୂଲ୍ୟ ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ଜଳବାୟୁରେ ପରିବର୍ତ୍ତନ କାରଣରୁ ପ୍ରତିକୂଳ ପାଗର ସମ୍ମୁଖୀନ ହୋଇ ଚାଷୀମାନେ ବହୁ କଷ୍ଟରେ ତରଭୁଜ ଚାଷ କରି ଆସୁଛନ୍ତି । ହେଲେ ତରଭୁଜ ବିକ୍ରୟ ପାଇଁ ଜିଲ୍ଲାରେ ଉପଯୁକ୍ତ ବ୍ୟବସ୍ଥା ତଥା ମାର୍କେଟ ୟାର୍ଡ ନଥିବାରୁ ଚାଷୀମାନେ ଅତି କମ ମୂଲ୍ୟରେ ଦଲାଲଙ୍କ ହାତରେ ନିଜ ଉପାର୍ଜିତ ଫସଲ ଟେକି ଦେବାକୁ ବାଧ୍ୟ ହେଉଛନ୍ତି ।

ଏଥିସହିତ ଜିଲ୍ଲାର ତରଭୁଜ ଚାଷୀଙ୍କୁ କୌଣସି ସରକାରୀ ପ୍ରୋତ୍ସାହନ ମିଳୁନଥିବା କାରଣରୁ ଚାଷୀ ପ୍ରତିବର୍ଷ ଅନେକ କ୍ଷତି ସହୁଛନ୍ତି । ଏସମସ୍ତ କାରଣରୁ ଜିଲ୍ଲାରେ ତରଭୁଜ ଚାଷ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏହି ସମସ୍ୟା ଲାଗିରହିଲେ ଆଉ କିଛିବର୍ଷ ମଧ୍ୟରେ ଜିଲ୍ଲାରୁ ତରଭୁଜ ଚାଷ ସମ୍ପୂର୍ଣ୍ଣ ଲୋପ ପାଇଯିବାର ଆଶଙ୍କା ଦେଖାଦେଇଛି । ଅନ୍ୟପଟେ ତରଭୁଜ ଚାଷ ପାଇଁ ଦେବଗଡ଼ ଜିଲ୍ଲା ସାରା ରାଜ୍ୟ ଓ ପଡୋଶୀ ରାଜ୍ୟରେ ଖ୍ୟାତି ଅର୍ଜନ କରିଥିବା ବେଳେ ଜିଲ୍ଲାର ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯିବା ସହିତ ବିକ୍ରୟ ବ୍ୟବସ୍ଥାକୁ ସୁଗମ କରିବାକୁ ଚାଷୀକୁଳ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.