ETV Bharat / state

ବିଦ୍ୟାଳୟ ପାଚିକାଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି

author img

By ETV Bharat Odisha Team

Published : Feb 17, 2024, 8:51 PM IST

Pachika and assistants wages increased: ବିଦ୍ୟାଳୟ ପାଚିକା ଓ ସହାୟିକା ମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୧ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା । ଅଧିକ ପଢ଼ନ୍ତୁ

ବିଦ୍ୟାଳୟ ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି
ବିଦ୍ୟାଳୟ ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି

ଭୁବନେଶ୍ବର: ବିଦ୍ୟାଳୟ ପାଚିକା ଓ ସହାୟିକା ମାନଙ୍କ ଲାଗି ଖୁସି ଖବର । ବିଦ୍ୟାଳୟ ପାଚିକାଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଚିକା ଓ ସହାୟିକା ମାନଙ୍କ କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ମଧ୍ୟ ଘୋଷଣା ହୋଇଛି । ଏହାଦ୍ବାରା ରାଜ୍ୟର 55 ହଜାର ବିଦ୍ୟାଳୟରେ କାମ କରୁଥିବା 1 ଲକ୍ଷ 10 ହଜାର ପାଚିକା ଓ ସହାୟିକା ଉପକୃତ ହେବେ । ଏହି ବର୍ଦ୍ଧିତ ପାରିଶ୍ରମିକ ପିଛିଲା ଭାବେ ଅକ୍ଟୋବର 2023ରୁ ଲାଗୁ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି । ପାଚିକା ଓ ସହାୟିକା ମାନଙ୍କ ପାରିଶ୍ରମିକ ରାଶି ପୂର୍ବରୁ ୧୪୦୦ ଟଙ୍କା ଥିଲା । ଏବେ ଏହି ରାଶିକୁ ୨୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଦ୍ବାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା 1 ଲକ୍ଷ 10 ହାଜର ପାଚିକା ଓ ସହାୟିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ବର୍ଦ୍ଧିତ ପାରିଶ୍ରମିକ ପିଛିଲା ଭାବେ ଅକ୍ଟୋବର 2023ରୁ ଲାଗୁ ହେବ । ପାଚିକା ଏବଂ ସହାୟିକାଙ୍କର ଯଦି ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ଘଟେ, ତେବେ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମଧ୍ୟ ପ୍ରଦାନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ କ୍ୟାବିନେଟ; 10 ବିଭାଗର 12 ପ୍ରସ୍ତାବକୁ ମୋହର

ପ୍ରକାଶ ଥାଉ, ଗତକାଲି (ଶୁକ୍ରବାର) କ୍ୟାବିନେଟ ବୈଠକରେ 10 ବିଭାଗର 12 ପ୍ରସ୍ତାବରେ ମୋହର ବାଜିଥିଲା । ଏଥିରେ ରାଜ୍ୟର ମିଶନ ଶକ୍ତି ଅଧୀନରେ ଥିବା 70 ଲକ୍ଷ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ୟୁନିଫର୍ମ ପୋଷାକ ବାବଦରେ 1 ହଜାର ଟଙ୍କା ଲେଖାଏଁ ମିଳିବା ନେଇ ନିଷ୍ପତ୍ତି ହୋଇଥିଲା । ଏହା ସହିତ ପ୍ରାୟ 1.5 ଲକ୍ଷ ପରିଚାଳନା କମିଟି ଓ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟଙ୍କୁ ବ୍ଲେଜର ପାଇଁ 2 ହଜାର ଟଙ୍କା ଲେଖାଏଁ ମିଳିବା ନିଷ୍ପତ୍ତିରେ ମଧ୍ୟ ମୋହର ଲାଗିଥିଲା । ସେହିପରି ବୁଣାକାରଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା କରାଯାଇଥିଲା । 2000ରୁ 2500 ଲେଖାଏଁ ସହାୟତା ପାଇବେ ବୁଣାକାର । 40ରୁ 80 ବର୍ଷ ବୟସ୍କ ବୁଣାକାର ଓ କାରିଗରମାନଙ୍କୁ ମାସିକ 2000 ମିଳିବ । 80 ବର୍ଷରୁ ଊର୍ଦ୍ଧ୍ବ ବୁଣାକାରଙ୍କୁ 2500 ଟଙ୍କା ମିଳିବ । ନୂଆ-ଓ ଛାତ୍ର ବୃତ୍ତିକୁ ମଧ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.