ETV Bharat / state

କୃଷି କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଗ୍ରାମ୍ୟ କୃଷି କର୍ମଚାରୀ

author img

By ETV Bharat Odisha Team

Published : Feb 13, 2024, 5:55 PM IST

Khordha Protest: କୃଷି କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ(VAW) ସଂଘ । ବିଭିନ୍ନ ଦାବିରେ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ଗ୍ରାମ୍ୟ କୃଷି କର୍ମଚାରୀ । ଅଧିକ ପଢ଼ନ୍ତୁ

କୃଷି କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଗ୍ରାମ୍ୟ କୃଷି କର୍ମଚାରୀ
କୃଷି କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଗ୍ରାମ୍ୟ କୃଷି କର୍ମଚାରୀ

କୃଷି କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଗ୍ରାମ୍ୟ କୃଷି କର୍ମଚାରୀ

ଖୋର୍ଦ୍ଧା: କୃଷି କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ(VAW) ସଂଘ । କ୍ୟାଡର ପୁନର୍ଗଠନ ଏବଂ ଗ୍ରେଡ ପେ ଛଡ଼ା ଅନ୍ୟାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମ୍ୟ କୃଷି କର୍ମଚାରୀ । ସରକାରଙ୍କ ନିକଟରେ ଦୀର୍ଘ ଏକ ବର୍ଷ ଧରି ଦାବି କରୁଥିଲେ ମଧ୍ୟ ତାଙ୍କ ଦାବିକୁ କର୍ଣ୍ଣପାତ କରା ଯାଉନଥିଲା ଅଭିଯୋଗ କରାଯାଇଛି । ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲା ସ୍ତରୀୟ ଆନ୍ଦୋଳନ ଚାଲିବାର ସୂଚନା ଦେଇଛନ୍ତି ସଙ୍ଘ ସଭାପତି । ଦାବି ପୁରଣ ନହେଲେ ଆସନ୍ତା 20 ତାରିଖରେ ରାଜ୍ୟ କୃଷି ଭବନ ସମ୍ମୁଖରେ ଆନ୍ଦୋଳନ କରାଯିବାର ଚେତାବନୀ ମଧ୍ୟ ଦିଆଯାଇଛି ।

ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ । 50 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କୃଷି ବିଭାଗର ମୂଳ ମେରୁଦଣ୍ଡ ଭାବରେ କାର୍ଯ୍ୟ କରୁଛନ୍ତି ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ । ସେମାନଙ୍କ ଅଭିଯୋଗ ଅନୁଯାୟୀ ସରକାର ତାଙ୍କୁ ଅବହେଳିତ କରୁଥିବାରୁ ସେମାନେ ଆନ୍ଦେଳନକୁ ଓହ୍ଲାଇ ତାଙ୍କ ଦାବି ଜଣାଇଛନ୍ତି । ସେମାନଙ୍କର ଦାବି ମଧ୍ୟରେ କ୍ୟାଡର ପୁନର୍ଗଠନ ଏବଂ ଗ୍ରେଡ ପେ ମୁଖ୍ୟ ଦାବି ଛଡ଼ା ଅନ୍ୟାନ ଦାବି ରହିଛି । ଦୀର୍ଘ ଏକ ବର୍ଷ ଧରି ସଂଘ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିବା ସତ୍ତ୍ବେ ତାଙ୍କ ଦାବିକୁ ଉପର ଅଧିକାରୀ ଅଥବା ସରକାର କର୍ଣ୍ଣପାତ କରୁନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ଆଜିଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳକୁ ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀମାନେ ଓହ୍ଲାଇଥିବା ସଂଘ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... କ୍ୟାଡର ରୁଲ୍ ଦାବିରେ କୃଷି କ୍ଷେତ୍ର କର୍ମଚାରୀଙ୍କ ଆନ୍ଦୋଳନ

ଖୋର୍ଦ୍ଧା ଜିଲ୍ଲାରେ ମୋଟ 52 ଜଣ ଗ୍ରାମ୍ୟ କୃଷି କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଜଣେ ବ୍ୟକ୍ତି ଏକାଧିକ ପଞ୍ଚାୟତରେ କାର୍ଯ୍ୟରତ ଅଛନ୍ତି । ସ୍ୱଳ୍ପ ଦରମାରେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ପ୍ରତି ବିଭାଗୀୟ ହେୟଜ୍ଞାନ ତଥା ନିଷ୍ଠୁରତା କରାଯାଉଥିବା କୃଷି କର୍ମଚାରୀମାନେ କହିଛନ୍ତି । ତେଣୁ ଆଜିଠାରୁ ଖୋର୍ଦ୍ଧା ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଉଥିବା କହିଛନ୍ତି ରାଜ୍ୟ ସଙ୍ଘର ସଭାପତି ପ୍ରଦୀପ ପ୍ରଧାନ । ଗ୍ରାମ୍ୟ କୃଷି କର୍ମଚାରୀ ଗତ 8 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା । ଆଜିଠାରୁ 19 ତାରିଖ ପର୍ଯ୍ୟନ୍ତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ । ସେଥିମଧ୍ୟରେ ତାଙ୍କ ଦାବି ପୁରଣ ନକରାଗଲେ 20 ତାରିଖରେ ରାଜ୍ୟ କୃଷି ଭବନ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସଙ୍ଘ ସଭାପତି । ତେବେ ଏହି ଆନ୍ଦୋଳନ କାରଣରୁ ଗ୍ରାମାଞ୍ଚଳରେ ଚାଷୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା କରାଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.