ETV Bharat / state

ନିର୍ବାଚନ ପୂର୍ବରୁ ସଂପୂର୍ଣ୍ଣ ହେବ ସମସ୍ତ ବିକାଶମୂଳକ କାର୍ଯ୍ଯ: ବ୍ରହ୍ମପୁର ବିଧାୟକ

author img

By ETV Bharat Odisha Team

Published : Feb 17, 2024, 1:43 PM IST

Development Of Berhampur: ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ବିକାଶ ପାଇଁ ଆସିଥିବା ଅର୍ଥରାଶି ଅନୁଦାନକୁ ତୁରନ୍ତ ଖର୍ଚ୍ଚ କରିବାକୁ ବ୍ରହ୍ମପୁର ମହାନଗର ନିଗମ ବୈଠକରେ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର ମହାନଗର ନିଗମ
ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର: ଆଗକୁ ଆସୁଛି ନିର୍ବାଚନ । ନିର୍ବାଚନ ବିଜ୍ଞପ୍ତି ବାହାରିବା ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ବିକାଶ ପାଇଁ ଆସିଥିବା ଅର୍ଥରାଶି ଅନୁଦାନକୁ ତୁରନ୍ତ ଖର୍ଚ୍ଚ କରିବାକୁ ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକ ଆଲୋଚନା କରାଯାଇଛି । ଏହାସହ ସହରର ରାସ୍ତା ଠାରୁ ଆରମ୍ଭ କରି ନାଳନର୍ଦ୍ଧମା ଏବଂ ସର୍ବସାଧାରଣ ସ୍ଥାନରେ ଟୟଲେଟ୍ ଭଳି ପ୍ରମୁଖ କାର୍ଯ୍ୟ ଗୁଡିକ ପାଇଁ ମିଳିଥିବା ଅନୁଦାନକୁ ତୁରନ୍ତ ଖର୍ଚ୍ଚ କରିବାକୁ ନୂତନ ଟେଣ୍ଡର ବାହାର କରାଯାଉ ଏବଂ ପୁୁରୁଣା କାର୍ଯ୍ୟଗୁଡିକୁ ଶେଷ କରିବାକୁ ବ୍ରହ୍ମପୁର ମହାନଗର ନିଗମର ବୈଠକରେ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁରର ବିଧାୟକ ।

ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ମେୟର ସଙ୍ଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବ୍ରହ୍ମପୁର ସହରର ବହୁ ପ୍ରମୁଖ ବିଷୟରେ ଆଲୋଚନା କରାଯାଇଛି । ଏହି ଅବସରରେ ବୈଠକରେ ଯୋଗ ଦେଇ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସହରର ପୋଖରୀଗୁଡିକର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା କାର୍ଯ୍ୟ ତୁରନ୍ତ ଶେଷ କରିବା ସହିତ ପବ୍ଲିକ ଟଏଲେଟ୍, ଶ୍ମଶାନଗୁଡିକର ଉନ୍ନତିମୂଳକ କାର୍ଯ୍ୟ ଗୁଡିକୁ ୟଥାଶୀଘ୍ର ଶେଷ କରିବାକୁ ବୈଠକରେ ପରାମର୍ଶ ଦେଇଛନ୍ତି । ଏହାସହ ରାଜ୍ୟରେ ବ୍ରହ୍ମପୁର ସହରକୁ ଶ୍ରେଷ୍ଠ ସହର ଏବଂ ସ୍ମାର୍ଟ ସିଟି ହେବା ସହିତ ସର୍ବାଙ୍ଗୀନ ଉନ୍ନତୀ କରିବା ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଏହାକୁ ନେଇ ଯେତେ ଅର୍ଥ ଆବଶ୍ୟକ ରହୁଛି ତାହାକୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରି ଆସିଛନ୍ତି । ତେଣୁ ସେଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ ହେବାର ଆବଶ୍ୟକତା ରହିଥିବା କହିଛନ୍ତି ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା ।

ଏହା ମଧ୍ୟ ପଢ଼ନ୍ତୁ....କେବେ ଗ୍ରେଟର ବ୍ରହ୍ମପୁର ସ୍ବପ୍ନ ପୂରଣ, ପରିକଳ୍ପନାକୁ ନେଇ ପ୍ରଶ୍ନବାଚୀ

ସେପଟେ ବୈଠକେରେ ବ୍ରହ୍ମପୁର ମହାନଗର ନିଗମରେ ନୂତନ ଭାବରେ ଯୋଗଦାନ କରିଥିବା କମିଶନରଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ସହରର ପରିମଳ ବ୍ୟବସ୍ଥାରେ କିପରି ଉନ୍ନତିକରଣ କରାଯିବ ତାହାକୁ ନେଇ ଆଲୋଚନା କରିବାଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ନିଗମର କର୍ମଚାରୀ ଅଭାବ ନେଇ ସମସ୍ୟା ଏବଂ ପୂର୍ବତନ ଅଧିକାରୀଙ୍କ ଅବସର ପରେ ସେମାନଙ୍କୁ ପ୍ରମୁଖ ସ୍ଥାନରେ ଅବସ୍ଥାପନା ଯୋଗୁଁ ଦେଖାଦେଇଥିବା ସମସ୍ୟା, ପୂର୍ବରୁ ପ୍ରସ୍ତୁତ ହୋଇଥିବା ପୋଖରୀ ଗୁଡିକର ଉନ୍ନତିକରଣ କାର୍ଯ୍ୟ ଏବଂ ଗିରି ମାର୍କେଟର ନୂତନ ନିର୍ମାଣ କାର୍ଯ୍ୟ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଡି.ପି.ଆର୍‌କୁ ପରିବର୍ତ୍ତନ କରାଯିବାକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ନିଗମର ମେୟର ସଙ୍ଘଂମିତ୍ରା ଦଳେଇ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.