ETV Bharat / state

ସ୍କିଲ ଇଣ୍ଡିଆ ଡେଭଲପମେଣ୍ଟ ସେଣ୍ଟର ଲୋକାର୍ପିଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

author img

By ETV Bharat Odisha Team

Published : Feb 24, 2024, 11:01 PM IST

ସ୍କିଲ ଇଣ୍ଡିଆ ଡେଭଲପମେଣ୍ଟ ସେଣ୍ଟର ଲୋକାର୍ପିଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସ୍କିଲ ଇଣ୍ଡିଆ ଡେଭଲପମେଣ୍ଟ ସେଣ୍ଟର ଲୋକାର୍ପିଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Dharmendra Pradhan Inaugurates Skill India Centre: ଦେବଗଡରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇଏସ)ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ସ୍କିଲ ଇଣ୍ଡିଆ ଡେଭଲପମେଣ୍ଟ ସେଣ୍ଟର ଲୋକାର୍ପିଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ: ଆଜି ଦେବଗଡରେ ଖୋଲିଛି ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇଏସ) । ଓଡ଼ିଶାର ଯୁବପିଢିଙ୍କ ସ୍କିଲିଂ ବଢାଇବା ଦିଗରେ ସମ୍ବଲପୁର ଓ ଢେଙ୍କାନାଳ ପରେ ଆଜି ଦେବଗଡରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇଏସ)ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେବଗଡ଼ ପାଇଁ ଆଜି ଏକ ଆନନ୍ଦର ଦିନ । ଦେବଗଡରର ପିଲା ମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଅଛି । ସେହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ନୂଆ ଭାରତର ପ୍ରସ୍ତୁତି ପାଇଁ ଯୁବବର୍ଗଙ୍କୁ ଅଧିକରୁ ଅଧିକ ଦକ୍ଷ କରିବା ଲକ୍ଷ୍ୟରେ ଦେବଗଡ଼ରେ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟିତ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ... ଆଇଆଇଟି ଭୁବନେଶ୍ୱରରେ ଉଦଘାଟିତ ହେଲା ଗବେଷଣା ଓ ଉଦ୍ୟମିତା ପାର୍କ

ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ସ୍କିଲ ଇଣ୍ଡିଆ ଓ ଏନଏସଡିସି ସହଯୋଗରେ ସ୍ଥାପିତ ହୋଇଥିବା ଏହି ସେଣ୍ଟରରେ ଦେବଗଡ଼ ସମେତ ଆଖପାଖ ଅଞ୍ଚଳର ଯୁବକ ଯୁବତୀଙ୍କୁ ଭବିଷ୍ୟତର କାର୍ଯ୍ୟ ଗୁଡିକ ଉପରେ ବୈଶ୍ବିକ ଢାଞ୍ଚାରେ ପ୍ରଶିକ୍ଷଣ ଦିଆଯିବ । ଷ୍ଟୋରିବୋର୍ଡ ଆଟିଷ୍ଟ, ଗ୍ରାଫିକ୍ସ ଡିଜାଇନ, ଗେମିଂ, କାର୍ଟୁନ, ଗ୍ରାଫିକ ଆର୍ଟ, ଆତିଥେୟତା, ଆଇଟି ସହାୟକା, ଲେଦର ଶିଳ୍ପ ସମେତ ବଡ ବଡ଼ ରେଷ୍ଟୁରାଣ୍ଟରେ କାମ କରିବା ପାଇଁ ୧୦ଟି କ୍ଷେତ୍ରରେ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି । ତାଲିମ ନେବା ପରେ ସେମାନଙ୍କୁ ଟୁଲକିଟ୍ ଦିଆଯିବ । ବଡ ବଡ ସହରରେ ଅନୁଷ୍ଠାନ ଗୁଡିକ ଏହି ପ୍ରଶିକ୍ଷଣ ପାଇଁ ୫୦ ହଜାରରୁ ଲକ୍ଷେ ଟଙ୍କା ନେଉଥିବା ବେଳେ ଏନଏସଡିସି ସମେତ ଅନେକ ଶିଳ୍ପ ସମୂହର ସହଯୋଗରେ ସ୍ବଳ୍ପ ମୂଲ୍ୟରେ ପିଲାଙ୍କୁ ତାଲିମ ଦିଆଯିବ । ବର୍ଷକୁ ୧୨୦୦ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ପ୍ରଶିକ୍ଷିତ ହୋଇପାରିବେ ।

ଦେବଗଡର ଯେଉଁ ପିଲାଟି ରେଷ୍ଟୁରାଣ୍ଟରେ କାମ କରି ଯେତେ ଦରମା ପାଉଛି, ଏହି ସ୍କିଲ ଇଣ୍ଡିଆ ସେଣ୍ଟରରୁ ଟ୍ରେନିଂ ନେଲେ ତା’ର ଦରମା ବୃଦ୍ଧି ହେବ । ଭାରତକୁ ବିଶ୍ବର ଦକ୍ଷତା କ୍ଷେତ୍ରର ପେଣ୍ଠସ୍ଥଳୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନା ଅଛି । ବହୁସଂଖ୍ୟକ ଯୁବବର୍ଗର ଦେଶ ହେଉଛି ଭାରତ । ଭାରତର ଶକ୍ତି ଯୁବବର୍ଗଙ୍କ ମଧ୍ୟରେ ଅନ୍ତର୍ନିହିତ । ଆମର ଯୁବଶକ୍ତିଙ୍କୁ ଦକ୍ଷ ଓ ଆତ୍ମନିର୍ଭର କରିବା ମୋଦୀଙ୍କ ଗ୍ୟାରେଣ୍ଟି ହୋଇଛି । ଏହି ତାଲିମ୍ କେନ୍ଦ୍ର ଆଗାମୀ ଦନରେ ଯୁବକ ଯୁବତୀ ମାନଙ୍କୁ ରୋଜଗାର ଯୋଗାଇବା ସହ ଭବିଷ୍ୟତ ଗଠନ ଦିଗରେ ସହାୟକ ହେବ । କର୍ମ କ୍ଷେତ୍ରରେ ଯୁବକ ଯୁବତୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ଦୁନିଆ ସହ ଯୋଡିବା ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.