ETV Bharat / state

ଦୁଇ ବସ ମୁହାଁମୁହିଁ ଧକ୍କା: ଡ୍ରାଇଭର ମୃତ, 20ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ - Subarnapur Bus Accident

author img

By ETV Bharat Odisha Team

Published : May 10, 2024, 9:21 PM IST

Subarnapur Bus Accident: ଡୁଡୁପାଲି ଛକ ନିକଟରେ ଘଟିଛି ଯାତ୍ରୀବାହି ବସ୍ ଦୁର୍ଘଟଣା । ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ପୁରା ଖବର ପଢନ୍ତୁ

Bus Accident
Bus Accident (ETV Bharat Odisha)

Bus Accident (ETV Bharat Odisha)

ସୁବର୍ଣ୍ଣପୁର: ସଦର ମହକୁମା ସମ୍ବଲପୁର ରାଜ୍ୟ ରାଜପଥର ଡୁଡୁପାଲି ଛକ ନିକଟରେ ଘଟିଛି ଭୟାବହ ଦୁର୍ଘଟଣା । ଏକ ବସ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ 20ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ୨ଟି ଯାତ୍ରୀବାହି ବସ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହି ବସ୍ ସଦର ମହକୁମାରୁ ସମ୍ବଲପୁର ପଟକୁ ଯାଉଥିବାବେଳେ ଅପର ପଟରୁ ଆସୁଥିବା ଆଉ ଏକ ଗାଡ଼ି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏହି ଦୁର୍ଘଟଣାରେ ଜଣେ ବସ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭରଙ୍କ ନାଁ ପ୍ରଦୀପ ପ୍ରଧାନ ବୋଲି ଜଣାପଡିଛି । ସେହିପରି ଯାତ୍ରୀମାନଙ୍କ ଭିତରେ ଥିବା ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ସଂଯୋଜକ ବିଶ୍ବନାଥ ବାରିକ ଗୁରୁତର ହୋଇଛନ୍ତି । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିଥିଲେ । ଆହତ ବ୍ୟକ୍ତିମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବାବେଳେ ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଏହା ବି ପଢନ୍ତୁ...ପଳାଶୁଣି ଛକରେ ମର୍ମନ୍ତୁଦ ଦୁର୍ଘଟଣା; ରାସ୍ତା ପାର୍ ହେବାବେଳେ ବୃଦ୍ଧ ଦମ୍ପତିଙ୍କୁ ଦଳି ଦେଲା ଟ୍ରକ - Road Accident

ଏହା ବି ପଢନ୍ତୁ...ଭଉଣୀ ବାହାଘରରେ ପାଣି ଆଣିବାକୁ ଯାଇ ଆଉ ଫେରିଲାନି ଭାଇ, ଚାଲିଗଲା 5 ଜୀବନ - JABALPUR ROAD ACCIDENT

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହୋଇ ପାରୁନଥିବା ଅଭିଯୋଗ ହେଉଛି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଅବ୍ୟବସ୍ଥା ଭିତରେ ଚିକିତ୍ସା ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଏହି ଭୟଙ୍କର ଦୁର୍ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଯାତ୍ରୀବାହି ବସ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଡ୍ରାଇଭର ପ୍ରାଣ ହରାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି । କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ଛାନଭିନ ଚଳାଇଛି ପୋଲିସ । ବସରେ 20ରୁ ଅଧିକ ଯାତ୍ରୀ ଥିବାବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କୁ ମଧ୍ୟରୁ ୫ ଜଣ ଯାତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ଜିଲ୍ଲାରେ ଉପଯୁକ୍ତ ଚିକିତ୍ସା ସୁବିଧା ଉପଲବ୍ଧ ନଥିବା ମଧ୍ୟ ଅଭିଯୋଗ ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.