ETV Bharat / state

ଅନ୍ତର୍ଜାତୀୟ ଖବରକାଗଜରେ ଚମକିଲେ ଆଦିବାସୀ ଝିଅ ଜୟନ୍ତୀ

author img

By ETV Bharat Odisha Team

Published : Mar 15, 2024, 10:49 PM IST

Forbes magazine: ଫୋର୍ବସ୍‌ ମାଗାଜିନ୍‌ ଭାରତୀୟ ସଂସ୍କରଣ ଜାରି କରିଥିବା ତାଲିକାରେ ଅଛନ୍ତି ମାଲକାନଗିରିର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା । ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସଫଳତା ମିଳିଛି । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ ଖବରକାଗଜରେ ଚମକିଲେ ଆଦିବାସୀ ଝିଅ ଜୟନ୍ତୀ
ଅନ୍ତର୍ଜାତୀୟ ଖବରକାଗଜରେ ଚମକିଲେ ଆଦିବାସୀ ଝିଅ ଜୟନ୍ତୀ

ଅନ୍ତର୍ଜାତୀୟ ଖବରକାଗଜରେ ଚମକିଲେ ଆଦିବାସୀ ଝିଅ ଜୟନ୍ତୀ

ମାଲକାନଗିରି: ବିଦେଶୀ ଖବର କାଗଜରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ । ଫୋର୍ବସ୍‌ ମାଗାଜିନ୍‌ର ଭାରତୀୟ ସଂସ୍କରଣର ତାଲିକାରେ ରହିଛନ୍ତି ମାଲକାନଗିରିର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା । ଦେଶର ୨୩ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ଏହି ଖବର ଜିଲ୍ଲାରେ ବ୍ୟାପିବା ପରେ ଏକ ଖୁସିର ଲହରୀ ଖେଳିଯାଇଛି । ତାଙ୍କର ଉଲ୍ଲେଖନୀୟ ସମାଜ ସେବା ପାଇଁ ପ୍ରଶଂସା କରିଛି ଫୋର୍ବସ୍‌ ମାଗାଜିନ୍‌ ।

ସେ ବଡ଼ ଦିଦି ଓ ଜଙ୍ଗଲରାଣୀ ସଙ୍ଗଠନ ଜରିଆରେ ପଛୁଆ ଅଞ୍ଚଳର ଝିଅଙ୍କୁ ହଞ୍ଚ ଶିଖାଇଛନ୍ତି ସ୍ଵାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟାର କଥା । ସେ ମାସିକ ଋତୁସ୍ରାବ ସମସ୍ୟା ଦୂର ପାଇଁ ପ୍ରତିଷ୍ଠା କରିଛନ୍ତି ପ୍ୟାଡ୍ ବ୍ୟାଙ୍କ । ଅପହଞ୍ଚ ଇଲାକାରେ ଆଶାର ଆଲୋକ ସାଜିଥିବା ଜୟନ୍ତୀ ଜାତୀୟସ୍ତରରେ ଚମକିବା ପରେ ଗର୍ବିତ ହୋଇଛନ୍ତି ମାଲକାନଗିରି ଜିଲ୍ଲାବାସୀ । ୨୦୧୭ ମସିହାରେ ୨୦ଜଣ ଶିକ୍ଷିତ ଯୁବତୀକୁ ନେଇ ଜୟନ୍ତୀ ଆରମ୍ଭ କରନ୍ତି ବଡ଼ ଦିଦି ସଙ୍ଗଠନ ଦୁର୍ଗମ ବଣ୍ଡାଘାଟିର ବିଭିନ୍ନ ଗାଁ ବୁଲି ଯୁବତୀଙ୍କୁ ସାନଟାରି ପ୍ୟାଡର ବ୍ୟବହାର ସମ୍ପର୍କରେ ବୁଝାଇଥିଲେ । ପରେ ୩ ରୁ୪ଟି ସ୍ଥାନରେ ପ୍ୟାଡ୍‌ ବ୍ୟାଙ୍କ ଖୋଲିଲେ ।ଯାହା ମହିଳାଙ୍କୁ ସଚେତନ କରିବା ସହ ମାସିକ ଋତୁସ୍ରାବ ସମୟର ଅନେକ ସମସ୍ୟା ଦୂର କରିଛି ।

ଫୋର୍ବସ ତାଲିକାରେ ଜୟନ୍ତୀ ସ୍ଥାନ ପାଇବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା ଆତ୍ମନିର୍ଭର ମହିଳାଙ୍କ ମଧ୍ୟରେ ଜୟନ୍ତୀଙ୍କ ସହ ବିଶ୍ଵ ବ୍ୟାଙ୍କ ଏମ୍‌ଡି ଅନୁଶଳାକାନ୍ତ, କ୍ରିକେଟର ଦୀପ୍ତି ଶର୍ମା, ସିନେ ଜଗତର ଚର୍ଚ୍ଚିତ ଚେହେରା କ୍ରିତି ସାନନ୍, ଚେସ୍ ଗ୍ରାଣ୍ଡମାଷ୍ଟର ଆର. ବୈଶାଳୀଙ୍କ ଭଳି ମହିଳା ରହିଛନ୍ତି । ମାଓଗଡ଼ରୁ ଫୋବର୍ସ ତାଲିକାରେ ସ୍ଥାନ ପାଇବା ପରେ ଜୟନ୍ତୀ କହିଛନ୍ତି ଯେ, କାମକୁ ସ୍ବୀକୃତି ମିଳିଥିବାରୁ ଖୁସି ଅଛି ଲମ୍ବା ସମୟ ଧରି ମୋତେ ସହଯୋଗ କରିଥିବା ସମସ୍ତ ସ୍ବେଚ୍ଛାସେବୀ ଯୁବତୀଙ୍କୁ ଏହାର ଶ୍ରେୟ ଦେଉଛି । ଆଦିବାସୀ ମହିଳା ସମ୍ମାନର ସହ ବଞ୍ଚିବାର ରାହା ଦେଖାଇବାକୁ ଆଗକୁ ଅନେକ କିଛି କରିବାର ଅଛି ।

ଏହା ମଧ୍ୟ ପଢନ୍ତୁ ......ଓଡିଆ IPSଙ୍କୁ ସିବିଆଇ ଦାୟିତ୍ବ , CBIର DIG ହେଲେ ସାରା ଶର୍ମା

ସେହିପରି ଜଙ୍ଗଲରାଣୀ ନେଟୱର୍କ ଜରିଆରେ ବଣ୍ଡାଘାଟିର ଗାଁର ସମସ୍ୟାକୁ ପ୍ରଶାସନର ଦୃଷ୍ଟିକୁ ଆଣିଛନ୍ତି । ଏଥି ସହିତ ପଛୁଆବର୍ଗର ଝିଅଙ୍କୁ ତିନି ଦିନିଆ ମାଗଣା ତାଲିମ୍ ଜରିଆରେ ଶିଖାଉଛନ୍ତି ସ୍ବାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟାର କଥା । ଜୟନ୍ତୀ ଏଫ୍‌ଡବ୍ଲୁଏମ୍‌ଆଇ, ଓମେନ୍ ଆଣ୍ଡ୍ ନେଟୱର୍କରେ ଫେଲୋସିପ୍ ଗ୍ରହଣ କରିଛନ୍ତି ।ଆଦିବାସୀ ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ଭାବେ ମଧ୍ୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.