ETV Bharat / state

ଅଙ୍ଗଦାନ କରି ଅମର ହେଲେ ଡଃ କ୍ଷୀରୋଦ ଚନ୍ଦ୍ର ନାୟକ

author img

By ETV Bharat Odisha Team

Published : Feb 18, 2024, 11:05 PM IST

Organ Donate: ଝାରସୁଗୁଡ଼ାର ବିଶିଷ୍ଟ ଯାତ୍ରା ପ୍ରତିଭା ଡଃ କ୍ଷୀରୋଦ ଚନ୍ଦ୍ର ନାୟକଙ୍କ ବିୟୋଗ । ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିଛନ୍ତି । ଅଧିକ ପଢନ୍ତୁ

ଅଙ୍ଗଦାନ କରି ଅମର ହେଲେ ଡ. କ୍ଷୀରୋଦ ଚନ୍ଦ୍ର ନାୟକ
ଅଙ୍ଗଦାନ କରି ଅମର ହେଲେ ଡ. କ୍ଷୀରୋଦ ଚନ୍ଦ୍ର ନାୟକ

ଅଙ୍ଗଦାନ କରି ଅମର ହେଲେ ଡ. କ୍ଷୀରୋଦ ଚନ୍ଦ୍ର ନାୟକ

ଝାରସୁଗୁଡ଼ା: ଅଙ୍ଗଦାନ କରି ଅମର ହେଲେ ବିଶିଷ୍ଟ ଯାତ୍ରା ପ୍ରତିଭା ଡଃ କ୍ଷୀରୋଦ ଚନ୍ଦ୍ର ନାୟକ । ସେ ଗତ ୨୦୧୪ ମସିହାରେ ନିଜର ଅଙ୍ଗଦାନ କରିବା ପାଇଁ ପଞ୍ଜିକରଣ କରିଥିଲେ । ଆଜି ତାଙ୍କର ମୃତ୍ୟୁ ପରେ ପରିବାର ଲୋକେ ଅନ୍ୟର ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ତାଙ୍କର ଅଙ୍ଗଦାନ କରିଛନ୍ତି । ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ଗତ (ଶୁକ୍ରବାର) ଦିନ ଘୋଷଣା କରିଥିଲେ ସରକାର । ଏହା ଅଙ୍ଗଦାନ ପାଇଁ ଅନ୍ୟ ଲୋକମାନଙ୍କୁ ପ୍ରେରଣା ଦେବ ବୋଲି ସରକାର ଆଶା ରଖିଛନ୍ତି ।

ସୂଚନା ଯୋଗ୍ୟ, ଝାରସୁଗୁଡ଼ା ସହରର ବିଶିଷ୍ଟ ଯାତ୍ରା ପ୍ରତିଭା ଡଃ କ୍ଷୀରୋଦ ଚନ୍ଦ୍ର ନାୟକଙ୍କ ଦେହାନ୍ତ ହୋଇଛି । ତେବେ ଗତ ୨୦୧୪ ମସିହାରେ ଏହି ମହାନ ଆତ୍ମା ଜନହିତ ଉଦ୍ଦେଶ୍ୟରେ ନିଜର ଶରୀର ଓ ଅଙ୍ଗଦାନ କରିଥିଲେ । ଆଜି ତାଙ୍କର ମରଶରୀରକୁ ସହର ପରିକ୍ରମା କରି ବୁର୍ଲା ବଡ଼ ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ଶରୀରର ପ୍ରମୁଖ ଅଙ୍ଗକୁ ବାହାର କରି ଅନ୍ୟ ରୋଗୀଙ୍କ ଜୀବନ ରକ୍ଷା ଉଦ୍ଦେଶ୍ୟରେ ପ୍ରତ୍ୟାରୋପଣ କରାଯିବ । ଏନେଇ ପରିବାର ଲୋକେ ବେଶ ଖୁସି ଥିବାବେଳେ ବୁଦ୍ଧିଜୀବୀ ମହଲରେ ଏହା ଉତ୍ସାହ ସୃଷ୍ଟି କରିଛି ।

ରାଜ୍ୟରେ ଅଙ୍ଗ ପ୍ରତ୍ୟାରୋପଣ ପ୍ରକ୍ରିୟାକୁ ଅଧିକ ସୁନ୍ଦର ସୁଗମ କରିବା ପାଇଁ ୨୦୧୯ ମସିହାରେ ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ (ସୋଟ୍ଟୋ) ପ୍ରତିଷ୍ଠା ହୋଇଥିଲା । ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି । ଓଡ଼ିଶାରେ ଅଙ୍ଗଦାନକୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ୨୦୨୦ ମସିହାରୁ 'ସୁରଜ' ପୁରସ୍କାର ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରିଛନ୍ତି । ଏହା ଯୁବପୀଢ଼ିଙ୍କ ପାଇଁ ଏକ ଆହ୍ୱାନ ହେବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ଏହା ମଧ୍ୟ ପଢନ୍ତୁ... ମୃତ୍ୟୁ ପରେ ବି ଅମର ! ବ୍ରେନଡେଡ ନର୍ସଙ୍କ ଅଙ୍ଗରେ 6 ଜଣ ପାଇଲେ ନୂଆ ଜୀବନ

ପ୍ରକାଶ ଥାଉ, ଗତବର୍ଷ ଜଣେ ମହିଳା ଅଙ୍ଗଦାନ କରି ୭ ଜଣଙ୍କୁ ନୂତନ ଜୀବନ ଦେଇଥିଲେ । ବ୍ରହ୍ମପୁରର ୫୬ ବର୍ଷୀୟା ମହିଳା ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ବ୍ରେନ୍ ହାମରେଜ୍ ହୋଇଥିଲା । ଏହାପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ । ଏହାରି ମଧ୍ୟରେ ଡାକ୍ତରଖାନାରେ ବ୍ରେନ୍‌ ଡେଡ୍‌ ଘୋଷିତ ହେବା ପରେ ତାଙ୍କ ପରିବାର ବର୍ଗ ମହିଳାଙ୍କ ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.