ETV Bharat / state

ରାଇସ ମିଲରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି - Suspicious Death Of Young Man

author img

By ETV Bharat Odisha Team

Published : Mar 27, 2024, 7:25 AM IST

Suspicious Death Of Young Man: ରାଇସ ମିଲରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ପଢ଼ନ୍ତୁ

ରାଇସ ମିଲରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
ରାଇସ ମିଲରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ରାଇରଙ୍ଗପୁର: ରାଇସ ମିଲରେ କାମ କରୁଥିବା ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଯୁବକ ଜଣକ ଝାଡ଼ଖଣ୍ଡ ସଢ଼େଇକଳା ଖରସୁଆଁ ଜିଲ୍ଲା ଅନ୍ତର୍ଗତ ପଞ୍ଚାୟତସିତା ଗ୍ରାମର ଟୁନୁରାମ ମାହାତୋଙ୍କ ପୁଅ ରାଜେଶ୍ବର ମାହାତୋ ବୋଲି ପରିଚୟ ମିଳିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କଣ୍ଟାଶୋଲା ଗ୍ରାମ ସ୍ଥିତ ଏକ ରାଇସ ମିଲରେ ।


ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କଣ୍ଟାଶୋଲା ଗ୍ରାମରେ ଥିବା ଏକ ରାଇସ ମିଲରେ ଝାଡ଼ଖଣ୍ଡ ସଢ଼େଇକଳା ଖରସୁଆଁ ଜିଲ୍ଲା ଅନ୍ତର୍ଗତ ପଞ୍ଚାୟତସିତା ଗ୍ରାମର ଟୁନୁରାମ ମାହାତୋଙ୍କ ପୁଅ ରାଜେଶ୍ବର ମାହାତୋ ଗତ ତିନି ବର୍ଷ ଧରି କାମ କରିଆସୁଥିଲେ । ହେଲେ ଗତକାଲି (ସୋମବାର) ସନ୍ଧ୍ୟା ପାଖାପାଖି ୫ଟା ସମୟରେ ରାଜେଶ୍ବର ମାହାତୋଙ୍କୁ ହଠାତ୍ କ୍ଷତାକ୍ତ ଅବସ୍ଥାରେ ଦେଖି ରାଇସ ମିଲର ଅନ୍ୟ କର୍ମଚାରୀମାନେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ବାମ କାନରୁ ରକ୍ତ ବାହାରୁଥିବା ବେଳେ ହାତରେ କ୍ଷତ ଚିହ୍ନ ରହିଥିଲା । ତେବେ ଏ ସମ୍ପର୍କରେ ବହଳଦା ଥାନା ପୋଲିସକୁ ଖବର ଦିଆଯିବା ପରେ ବହଳଦା ଥାନା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସେଠାରୁ ଅଧିକ ତଦନ୍ତ ପାଇଁ ରାଇସ ମିଲ ମଧ୍ୟ ଯାଇଥିଲେ । ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମଉଳି ଗଲା ହୋଲି ମାହୋଲ, ନଦୀରେ ବୁଡ଼ି ଯୁବକ ମୃତ - Young Men Drowned To Death In River

ସେପଟେ ଏଗ୍ରୋ ରାଇସ ମିଲର ମାଲିକ ମୁକେଶ କୁମାର ଢଣଢଣିଆଙ୍କୁ ଡକାଇ ମୃତ ଯୁବକଙ୍କ ଚିହ୍ନଟ କରିଥିଲା ପୋଲିସ । ତେବେ ରାଇସ ମିଲ ମାଲିକଙ୍କ ତରଫରୁ ପୋଲିସକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜେଶ୍ବର ମାହାତୋ ଫୋନ ଯୋଗେ କଥାବାର୍ତ୍ତା ହେଉଥିବା ସମୟରେ ପଛପଟୁ ଆସୁଥିବାରୁ ଏକ ଟ୍ରକରେ ବାଡ଼େଇ ହୋଇଯାଇଥିଲେ । ଫଳରେ ତାଙ୍କର ଏଭଳି ଅବସ୍ଥା ଘଟିଛି । ଅନ୍ୟପକ୍ଷେ ଗତକାଲି(ମଙ୍ଗଳବାର) ମୃତ ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ବହଳଦା ଥାନା ପୋଲିସ । ତେବେ ଘଟଣାଟି ପୋଲିସର ତଦନ୍ତାଧିନ ରହିଛି । ଏଥି ସହିତ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.