ETV Bharat / state

ନିୟମଗିରିରେ ଷ୍ଟ୍ରବେରୀ ଚାଷ, ସ୍ବାବଲମ୍ବୀ ହେବେ ଡଙ୍ଗରିଆ

author img

By ETV Bharat Odisha Team

Published : Feb 8, 2024, 6:54 PM IST

Strawberry Farming: ସମୁଦ୍ର ପତ୍ତନ ଠାରୁ ପ୍ରାୟ 1500 ଫୁଟ ଉଚ୍ଚ ନିୟମଗିରି ପାହାଡରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଯାହା ଡଙ୍ଗରିଆଙ୍କ ମୁହଁରେ ହସ ଫୁଟାଇ ଦେଇଛି । ଅଧିକ ପଢ଼ନ୍ତୁ

ଷ୍ଟ୍ରବେରୀ ଚାଷ
ଷ୍ଟ୍ରବେରୀ ଚାଷ
ଷ୍ଟ୍ରବେରୀ ଚାଷ

ରାୟଗଡ଼ା: ନିୟମଗିରିରେ ଫଳିଲା ଷ୍ଟ୍ରବେରୀ । ସମୁଦ୍ର ପତ୍ତନ ଠାରୁ ପ୍ରାୟ 1500 ଫୁଟ ଉଚ୍ଚ ନିୟମଗିରି ପାହାଡରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଯାହା ଡଙ୍ଗରିଆଙ୍କ ମୁହଁରେ ହସ ଫୁଟାଇ ଦେଇଛି । ଏ ସବୁକୁ ସମ୍ଭବ କରି ଦେଖାଇଛନ୍ତି କୁର୍ଲି ଗ୍ରାମର ଲାକୁନୁ ଜାକେସିକା । ସେ ଦୀର୍ଘ ବର୍ଷ ଧରି ପାହାଡ଼ ଉପରେ ପଥର ହୁଡ଼ା କରି ୧ଏକର ପରିମିତ ଏକ ସମତଳ ଜାଗାରେ ପରିବାଚାଷ କରୁଥିଲେ । ନିୟମଗିରିର ଅନୁକୂଳ ଜଳବାୟୁ ଷ୍ଟ୍ରବେରୀ ଚାଷ ପାଇଁ ଉପଯୁକ୍ତ ଥିବାରୁ ପରୀକ୍ଷାମୂଳକ ଭାବେ ଡିକେଡିଏ ଓ ଓପିଲିପି ସହାୟତାରେ ଷ୍ଟ୍ରବେରୀ ଚାଷ କଲେ । ଯାହା ସଫଳ ହୋଇଥିବା ଦେଖିବାକୁ ମିଳିଛି ।

ପାହାଡରେ ଫଳିଛି ଷ୍ଟ୍ରବେରୀ: ରାୟଗଡା ଜିଲ୍ଲାର ନିୟମଗିରିରେ ବାସ କରୁଥିବା ଆଦିମ ଜନଜାତି ପାହାଡଜାତ ଦ୍ରବ୍ୟ ବ୍ୟବହାରରେ ଜୀବିକା ନିର୍ବାହ କରିଥାନ୍ତି । ପାହାଡରେ ସେମାନେ ସପୁରୀ, କମଳା, ପଣସ ଭଳି ବିଭିନ୍ନ ଫଳ ଓ ଅଦା, ହଳଦୀ ଭଳି ବିଭିନ୍ନ ଚାଷ କରିଥାନ୍ତି । ପାର୍ବତ୍ୟାଞ୍ଚଳର ତାପମାତ୍ରା ସର୍ବାଧିକ ୨୦ଡିଗ୍ରି ରହିଥିବା ଯୋଗୁଁ ଷ୍ଟ୍ରବେରୀ ଚାଷ ଅତ୍ୟନ୍ତ ଅନୁକୂଳ । ତେଣୁ ଡଙ୍ଗରିଆଙ୍କୁ ଆର୍ଥିକ ଓ ଉନ୍ନତ ଜ୍ଞାନ କୌଶଳ ଯୋଗାଇ ଏକ ଏକର ଜାଗାରେ 20 ହଜାର ଷ୍ଟ୍ରବେରୀ ଚାରା ଲଗାଇବାରେ ସହାୟତା କରିଛି ଡିକେଡିଏ ଓ ଓପିଲିପି ସଂସ୍ଥା । ଆଶା ମୁତାବକ ଚାରା ରୋପଣର ୪୫ ଦିନ ପରେ ଫଳ ଉତ୍ପାଦନ ଆରମ୍ଭ ହୋଇଥିଲା । ଏବଂ ପ୍ରଥମ ଦିନରେ 10 କିଲୋ ଅମଳ ହେବା ସହ ହାରାହାରି ୭୦ କ୍ଵିଣ୍ଟାଲ ଷ୍ଟ୍ରବେରୀ ଅମଳ ହେବାନେଇ ଆଶା ରଖିଛନ୍ତି ସଂସ୍ଥା କର୍ତ୍ତୃପକ୍ଷ । ଯାହାର ଫଳ ସ୍ବରୂପ ଆନୁମାନିକ ୧୨ ରୁ ୧୫ଲକ୍ଷ ଟଙ୍କା ରୋଜଗାର କରିପାରିବେ ଚାଷୀ ।

ଏହା ମଧ୍ୟ ପଢ଼ନ୍ତୁ.... ନୂଆ ରାହା ଦେଖାଇଲା ଷ୍ଟ୍ରବେରୀ ଚାଷ, ସ୍ବାବଲମ୍ବୀ ହେବେ ଏସଏଚଜି ମହିଳା

ସ୍ବାବଲମ୍ବୀ କରାଇବ ଷ୍ଟ୍ରବେରୀ ଚାଷ: ଷ୍ଟ୍ରବେରୀ ଚାଷ ଭାରତର ସିମଲା, ହିମାଚଳ ପ୍ରଦେଶ ଓ ବେଙ୍ଗାଲୁରୁ ଭଳି ଶୀତ ପ୍ରଧାନ ଅଞ୍ଚଳ ମାନଙ୍କରେ ଅଧିକ ପରିମାଣରେ କରାଯାଇଥାଏ । ହେଲେ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୫୦୦ ଫୁଟ ଉଚ୍ଚରେ ରହିଥିବା ନିୟମଗିରି ପାର୍ବତ୍ୟାଞ୍ଚଳରେ ହୋଇପାରିଛି ଏହି ଚାଷ । ଚାଷ ଉପରେ ନିର୍ଭର କରୁଥିବା ଡଙ୍ଗରିଆଙ୍କ ପାଇଁ ସ୍ବାବଲମ୍ବୀ ହେବାର ନୂଆ ରାହା ଦେଖାଇବ ଷ୍ଟ୍ରବେରୀ । ଅଞ୍ଚଚଳରେ ପ୍ରଥମଥର ଏଭଳି ଚାଷ କରାଇଥିବାରୁ ଡିକେଡିଏ ଓ ଓପିଲିପିକୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଡ଼ଙ୍ଗରିଆ । ଷ୍ଟ୍ରବେରୀ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ଉଦାହରଣ ହୋଇପାରିବେ ଏଠାକାର ଅଧିବାସୀ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.